କ୍ୟାପିଟାଲ ହସ୍ପିଟାଲ : ସବୁ ଅଭାବ

ଭୁବନେଶ୍ୱର : ଏକଦା କରୋନା ଚିକିତ୍ସା ପାଇଁ ଏକ ନମ୍ବର ସ୍ଥାନରେ ଥିଲା କ୍ୟାପିଟାଲ ହସ୍ପିଟାଲ । ପ୍ରଥମେ ଏଠାରେ ଆରମ୍ଭ ହୋଇଥିଲା କରୋନା ଚିକିତ୍ସା । ଆଇସୋଲେସନ ୱାଡର଼୍,ନମୁନା ସଂଗ୍ରହ ଓପରୀକ୍ଷା ,ଥର୍ମାଲ ସ୍କ୍ରିନିଂ ସହିତ ଥିଲା ସବୁ ବ୍ୟବସ୍ଥା । ବର୍ତମାନ ରାଜଧାନୀର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ଏହି ଡ଼ାକ୍ତରଖାନାରେ ସବୁ ଅବ୍ୟବସ୍ଥା । କରୋନା ସଂକ୍ରମଣ ନିୟନ୍ତ୍ରଣ ଓ ଉପଯୁକ୍ତ ଚିକିତ୍ସା ପାଇଁ ମିଳୁଛି ପର୍ଯ୍ୟାପ୍ତ ଅର୍ଥ । ମାତ୍ର ସଠିକ୍ ବିନିଯୋଗ ହୋଇ ପାରୁନଥିବା ପରିଲକ୍ଷିତ ହେଉଛି । କରୋନା ଓପିଡି କରାଯାଇଛି ଯେଉଁଠି ସନ୍ଦିଗ୍ଧଙ୍କ ନମୁନା ସହିତ ସ୍ବାବ୍‌ ସଂଗ୍ରହ କରାଯାଉଛି। ଏଠାକୁ ଆସୁଥିବା ଅନ୍ୟ ରୋଗୀ ବା ସମ୍ପର୍କୀୟଙ୍କ ନିମନ୍ତେ ହସ୍ପିଟାଲର ୬ଟି ସ୍ଥାନରେ ହାତ ଧୋଇବା ନିମନ୍ତେ ୬ଟି ବେସିନ କେବଳ କରୋନା ପାଇଁ ହିଁ କରାଯାଇଛି; କିନ୍ତୁ ହ୍ୟାଣ୍ଡୱାସ୍‌ ନାହିଁ। ସେହିପରି ଅନ୍ୟାନ୍ୟ ବେସିନର ଅବସ୍ଥା ସମାନ ।  ଥର୍ମାଲ ସ୍କ୍ରିନିଂ ମେସିନ ଏବେ ବନ୍ଦ ରହିଛି। କେବଳ କରୋନା ଓପିଡିରେ ଯାହା ସ୍କ୍ରିନିଂ କରାଯାଉଛି। ପୋର୍ଟେବୁଲ ମାଇକ ଜରିଆରେ ସୁରକ୍ଷା କର୍ମୀ କରୋନା ନିମନ୍ତେ ସଚେତନ କରୁଥିଲେ। ଏନେଇ ୪ଟି ମେସିନ ଆସିଥିଲା, ତାହା ବି ଏବେ ବନ୍ଦ ରହିଛି।

Leave A Reply

Your email address will not be published.

nine − two =