କରୋନା ଭୂତାଣୁ ଟିକା ପ୍ରସ୍ତୁତି ପାଇଁ ୧୪ ପ୍ରକଳ୍ପ

ବେଙ୍ଗାଲୁରୁ: କରୋନାଭାଇରସ୍ ଟିକା ପ୍ରସ୍ତୁତି କରିବା ନିମନ୍ତେ ସରକାରଙ୍କ ପୃଷ୍ଠପୋଷକତାରେ ଉଭୟ ଘରୋଇ ଓ ଶିକ୍ଷା ପ୍ରତିଷ୍ଠାନମାନଙ୍କରେ ୧୪ ବଡ଼ ପ୍ରକଳ୍ପ ଚାଲିଛି।

ଆଠଟି ରାଜ୍ୟର ଆଠଟି ସହରରେ ଚାଲିଥିବା ଏହି ଟିକା ପ୍ରସ୍ତୁତ ପ୍ରକଳ୍ପର ଗୋଟିଏ ଟିକା ପରୀକ୍ଷଣ ପର୍ଯ୍ୟାୟକୁ ଆସି ଯାଇଥିବା ବେଳେ ଅନ୍ୟ ଚାରିଟି ପ୍ରକଳ୍ପର ଟିକା ଖୁବ୍ ଶୀଘ୍ର ପରୀକ୍ଷଣ ପର୍ଯ୍ୟାୟକୁ ଚାଲି ଆସିବ ବୋଲି ‘ଡିପାର୍ଟମେଣ୍ଟ୍ ଅଫ୍ ବାୟୋଟେକ୍ନୋଲୋଜି’ ଏବଂ ‘ଡିପାର୍ଟମେଣ୍ଟ୍ ଅଫ୍ ସାଇନ୍‌ସ୍ ଆଣ୍ଡ୍ ଟେକ୍ନୋଲଜି ଗଣମାଧ୍ୟମକୁ କହିଛି। ଦେଶର କେତେକ ଟିକା ବିକାଶ କାର୍ଯ୍ୟକ୍ରମ ନିମନ୍ତେ ‘ପିଏମ୍‌ସିଏଆର୍‌ଇଏସ୍’ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୧୦୦ କୋଟି ଟଙ୍କା ଘୋଷଣା କରିଥିବା ବେଳେ ସେହି ଅର୍ଥରୁ ଏହି ୧୪ଟି ପ୍ରକଳ୍ପକୁ କିଛି ମିଳିବ କି, ନାହିଁ ତାହା ଜଣାପଡ଼ିନାହିଁ।

Leave A Reply

Your email address will not be published.

nine + 10 =