ଭୁବନେଶ୍ୱର- ତୃତୀୟ ପର୍ଯ୍ୟୟ ଲକଡାଉନ କଟକଣାକୁ ନେଇ ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସକାଳ ୭ରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପୂର୍ବପରି କଫୁ୍ର୍ୟ ଜାରି ରହିବ । କୋଭିଡ-୧୯ ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ପାଇଁ ଉକ୍ତ କଟକଣା ଲାଗୁହେବନି । ଆଇଟି ସେବା କାର୍ଯ୍ୟାଳୟ, ଇଂଟରନେଟ ସେବା,ମିଡିଆ ଓ ଇଲେକ୍ଟ୍ରି ସିଟି, ପାଣିଯୋଗାଣ , ଔଷଧ ଦେକାନ ଖୋଲା ରହିବ ।ଫେରନ୍ତା ପ୍ରବାସୀ ଶ୍ରମିକ ମାନଙ୍କୁ ଅଟକାଯାଇପାରିବ ନାହିଁ । କଟକ ମହାନଗର ନିଗମ ସଂଧ୍ୟା ୬ ଟା ଓ ଭୁବନେଶ୍ୱର ମହାନିଗମ ସଂନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ।