ବ୍ରହ୍ମପୁର : ବ୍ରହ୍ମପୁର ଗେଟ ବଜାର ଜଗିଲି ସାହିରେ ବନମାଳି ବହେରା ତାଙ୍କର ପତ୍ନୀ ଓ ଦୁଇ ପିଲାଙ୍କ ସହ ରହନ୍ତି। ତେବେ ବନମାଳି କିଛି ରୋଜଗାର କରନ୍ତି ନାହିଁ। ଆର୍ଥିକ ପରିସ୍ଥତିକୁ ନେଇ ଅନେକ ସମୟରେ ବନମାଳି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ। ଗତକାଲି ସନ୍ଧ୍ୟାରେ ବି ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ନେଇ କହଳ ହୋଇଥିଲା। ଏଥିରେ ବନମାଳିଙ୍କ ସ୍ତ୍ରୀ ରାଗି ଯାଇଥିଲେ। ଉପାୟ ନପାଇ ସ୍ତ୍ରୀ ଘରେ ପଡ଼ିଥିବା ଶିଳପୁଆକୁ ଧରି ସ୍ୱାମୀଙ୍କ ଉପରକୁ ଆକ୍ରମଣ କରିଥିଲେ। ସ୍ତ୍ରୀର ଆକ୍ରମଣରେ ସ୍ୱାମୀଙ୍କ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ହତ୍ୟା ଘଟଣାକୁ ନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବନମାଳିଙ୍କ ମୃତଦେହକୁ ଜବତ କରି ହତ୍ୟାକାରୀ ପତ୍ନୀଙ୍କୁ ଗିରଫ କରି ନେଇଛି।