ଭୁବନେଶ୍ୱର- ଓଡିଶା ଫେରୁଥିବା ପ୍ରବାସୀଙ୍କ ପାଇଁ ୧୭ ହଜାର କୋଟି ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର ।ଚଳିତ ବର୍ଷରୁ ୨୦୨୧ ମଧ୍ୟରେ ହି ଅର୍ଥ ଖର୍ଚ୍ଚ ହେବ । ପ୍ରବାସୀ ମାନଙ୍କ ଜୀବିକା ଫେରେଇ ଆଣିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ୨୪ ଲକ୍ଷ ୫୬ ହଜାର ଚାଷୀଙ୍କ ପାଇଁ ୨ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ୪ ହଜାର ପାନ ଚାଷୀଙ୍କ ପାଇଁ ୧୬ କୋଟି ଖର୍ଚ୍ଚ ହେବ । ୧୦ ହଜାର ଚାଷୀ ଓ ୫ ହଜାର ଏସଏଚଜି କୁ ଛତୁ ଚାଷ ପାଇଁ ସହାୟତା । ୩ ହଜାର ଚାଷୀଙ୍କୁ ଫୁଲ ଚାଷ ପାଇଁ ସାହାର୍ଯ୍ୟ । ମତ୍ସ୍ୟ ଚାଷ ପାଇଁ ୧୧୧,୪୭ କୋଟି । ସ୍କିଲ ଡେଭଏମେଂଟ ବାବଦରେ ୧୪୦ କୋଟି, ଓ ୪୦ ହଜାର ପ୍ରବାସୀଙ୍କୁ ପଂଚାୟତରାଜ ବିଭାଗ ଟ୍ରେନିଂ ଦେବା ପାଇଁ କହିଛନ୍ତି ।