ଭଦ୍ରକ : ତିହିଡି ବ୍ଲକ ଅନ୍ତର୍ଗତ କାଞ୍ଚଡ଼ା ପଞ୍ଚାୟତର ଦକ୍ଷିଣପାରି ଗତକାଲିଠାରୁ ପ୍ରବଳ ବର୍ଷା ଯୋଗୁ ଵଳରାମ ଦାସଙ୍କ ମାଟି ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ମା’ ସାମାନ୍ୟ ଆହତ ହୋଇଥିଲା ଵେଳେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ସେହିପରି କେନ୍ଦ୍ରାପଡ଼ା ଜିଲାର ସାତଭାୟା ଅଞ୍ଚଳରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।