ଭାରତ-ଚୀନ୍ ସୀମାରେ ଉତେଜନା : ସେନାମୂଖ୍ୟଙ୍କ ସ୍ଥିତି ସମୀକ୍ଷା

ନୂଆଦିଲ୍ଲୀ: ଭାରତ ଓ ଚୀନ ସୀମାନ୍ତ ବର୍ତି ଇଲାକା ଲାଇନ୍ ଅଫ୍ ଆକ୍ଚୁଆଲ୍ କଂଟ୍ରୋଲ (ଏଲ୍ଓସି)ରେ ଗତ କେତେ ଦିନ ଧରି ଉତେଜନା ଲାଗି ରହିଥିବା ବେଳେ ସେନା ମୂଖ୍ୟ ଜେନେରାଲ ଏମ୍ ଏକ୍ ନରୱେଣ ଲଦାଖ ପରିଦର୍ଶନ ସହ ଭାରତୀୟ ସେନାର ପରୱାଡର଼୍ ପୋଶ୍ଚର , ନର୍ଦନ୍ କମାଣ୍ଡ ଟିମ୍ ଲେଫ୍ଟ୍ନାଂଟ ଜେନେରାଲ୍ ୱାଇ କେ ଯୋଶୀ ଏବଂ ଲେହ୍ ଠାରେ ଅବସ୍ଥିତ ୧୪ କର୍ପସ୍ କମାଣ୍ଡର୍ ଲେଫ୍ଟ୍ନାଂଟ୍ ଜେନେରାଲ ହରିନ୍ଦର ସିଂହ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି । ଚଳିତ ମାସ ୫ଓ୬ ତାରିଖ ଦିନ ପାଙ୍ଗଙ୍ଗୋସ୍ ଠାରେ ଭାରତ -ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ । ତେଣୁ ଲଦାଖର ଗଲ୍ୱାନ୍ ଉପତ୍ୟାକାରେ ଉଭୟ ଦେଶ ପକ୍ଷରୁ ଅତିରିକ୍ତ ସେନା ମୁତୟନ କରାଯାଇଛି । ସେହିପରି ଭାରତୀୟ ସେନା ଏଲ୍ଓସିରେ ଅନୁପ୍ରବେଶ କରିବା ନେଇ ଚୀନ୍ ବୈଦେଶିକ ମନ୍ତ୍ରାଳୟ ଅଭିଯୋଗ କରିଥିବାବେଳେ ଏହାର କୋ÷ଣସିି ସତ୍ୟତା ନାହିଁ ବୋଲି କହିଛନ୍ତି ଭାରତୀୟ ସେନା ମୁଖପାତ୍ର ।

Leave A Reply

Your email address will not be published.

5 × 3 =