ମେ’ ୩୧ ପର୍ଯ୍ୟନ୍ତ ଲକଡାଉନ୍ ୪.୦

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନର ତୃତୀୟ ପର୍ଯ୍ୟାୟ ଆଜି ଶେଷ ହେଉଛି । ତେବେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆସନ୍ତାକାଲି ଅର୍ଥାତ ମେ’ ୧୮ଠାରୁ ଆରମ୍ଭ ହେବ । ସରକାର ଲକଡାଉନ୍ ୪.୦କୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଦେଇଥିବା ସମ୍ବୋଧନରେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ତାଲାବନ୍ଦ ଚତୁର୍ଥ ପର୍ଯ୍ୟାୟ ସମ୍ପୂର୍ଣ୍ଣ ନୂଆ ରୂପରେ ହେବ। ଆଉ କିଛି ସମୟ ମଧ୍ୟରେ ଏହା ସ୍ପଷ୍ଟ ହେଇଯିବ। ଅନ୍ୟ ପକ୍ଷରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଭାରତ ସରକାର, ରାଜ୍ୟ ସରକାର ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ କହିଛି ।

Leave A Reply

Your email address will not be published.

4 × 4 =