ସାବିତ୍ରୀ ପାଇଁ ଭଦ୍ରକରେ ଲକଡାଉନ କଟକଣାକୁ ଫୁ

ଭଦ୍ରକ- ରେଡ ଜୋନ ତାଲିକାଭୁକ୍ତ ଭଦ୍ରକ ଜିଲ୍ଲାରେ ଲକଡାଉନ କଟକଣାକୁ ଫୁ । ସାବିତ୍ରୀ ପାଇଁ ବଜାରରେ ଖଚାଖଚ ଭିଡ । ଲୋକମାନେ ସାମାଜିକ ଦ୍ୱରତ୍ୱ ମାନୁ ନାହାନ୍ତି । ଫଳ ମାର୍କେଟ ଠାରୁ ଆରମ୍ଭ କରି ଲୁଗା ଦେକାନ ପର୍ଯ୍ୟନ୍ତ ସବୁଠି ପ୍ରବଳ ଗହଳି । ମାସ୍କ ନ ପିନ୍ଧି ଲୋକମାନେ ବଜାରକୁ ଆସୁଛନ୍ତି । ପୁଲିସ ପ୍ରଶାସନର ଆଦୈା ନିଘା ନାହିଁ । ତେଣୁ ଲୋକ ବେ ଫିକରରେ ଚାରିଆଡେ ବୁଲୁଛନ୍ତି ।ଭଦ୍ରକରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇ ନଥିଲେ ମଧ୍ୟ ଲୋକଙ୍କ ଭିଡ ଦେଖି ଅନୁମାନ କରାଯାଉଛି ଯେ ଆଗକୁ ଏପରି ସଂକ୍ରମଣ ଜନିତ ଆଶଙ୍କା ଏଡାଇ ଦିଆଯାଇ ନପାରେ । ।

Leave A Reply

Your email address will not be published.

three × 5 =