ବିଭାଘର ୨ଦିନ ପରେ କନ୍ୟା କରୋନା ପଜିଟିଭ: କ୍ୱାରେଟାଂଇନରେ ବର ସମେତ ୩୨

ଭୋପାଳ: ଲକ୍‌ଡାଉନରେ ବିବାହ କରି ମଧ୍ୟପ୍ରଦେଶରେ ବରକନ୍ୟା ଏବଂ ତାଙ୍କ ପରିବାର ହଟହଟା ହୋଇଛନ୍ତି। ବିବାହର ୨ ଦିନ ପରେ କନ୍ୟାଙ୍କଠାରେ କରୋନା ପଜିଟିଭ୍‌ ବାହାରିଛି। କନ୍ୟାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ବର ଏବଂ ଉଭୟ ପରିବାରର ୩୨ ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି। ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ୭ ଦିନ ତଳେ ଯୁବତୀଙ୍କୁ ଜ୍ଵର ହୋଇଥିଲା। ଔଷଧ ସେବନ ପରେ ବି ଜ୍ଵର ଭଲ ହୋଇ ନ ଥିଲା। ଶନିବାର ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହା ଭିତରେ ସୋମବାର ଦିନ ତାଙ୍କର ବିବାହ ହୋଇଯାଇଥିଲା। ୨ ଦିନ ପରେ ବୁଧବାର ଦିନ ବାପଘର ଲୋକ ଝିଅକୁ ଫୋନ କରି ତା’ର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିବା କହିଥିଲେ। ଏହା ପରେ ପ୍ରଶାସନ ପକ୍ଷରୁ ଉଭୟ ପରିବାରଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି।

Leave A Reply

Your email address will not be published.

6 + 8 =