ଭୁବନେଶ୍ୱର- ଅଜିଠୁ ପୁଣି ଥରେ ରାଜଧାନୀରେ ଗଡିବ ମୋ ସାଇକେଲ । ମାଗଣାରେ ଲୋକମାନେ ୩୦ ମିନିଟ ପର୍ଯ୍ୟନ୍ତ ସାଇକେଲ ଚଳେଇ ପାରିବେ । ୩୦ ମିନିଟରୁ ଅଧିକ କୌଣସି ରାଇଡରେ ଗଲେ ଗ୍ରାହକଙ୍କୁ ଭଡା ଦେବାକୁ ପଡିବ । ସହରବାସୀ ଜୁନ୍ ୩୦ ଯାଏ ଏହି ରିହାତି ପାଇପାରିବେ । ସଂକ୍ରମଣକୁ ନଜରରେ ରଖି ସାଇକେଲକୁ ସାନିଟାଇଜ କରାଯାଉଛି । ସାଇକେଲ ଚଳାଇବା ବେଳେ ମାସ୍କ ଏବଂ ଗ୍ଳୋଭସ ବାଧ୍ୟତା ମୂଳକ ।