ନୂଆଦିଲ୍ଲୀ- କରୋନା ଲକ୍ଷଣ ନଥିଲେ ସଙ୍ଗରୋଧ ଗୃହରେ ରହିବା ବାଧ୍ୟତାମୂଳକ ନୁହେଁ । ଦିଲ୍ଲୀ ସରକାର ଜାରି କରିଥିବା ଗାଇଡଲାଇନ ଅନୁସାରେ ଲକ୍ଷଣ ନଥିବା ଯାତ୍ରୀ କେବଳ ଥର୍ମାଲ ସ୍କ୍ରିନଂ କରି ଏୟାରପୋର୍ଟ ଯାଇପାରିବେ । ସାମାନ୍ୟ ଲକ୍ଷଣ ଥିବା ଯାତ୍ରୀଙ୍କ ପାଇଁ ହୋମ ଆଇସୋଲେସନରେ ରହିବା ବାଧ୍ୟତାମୂଳକ । ସେମାନେ ଚାହିଁଲେ ମଧ୍ୟ ସରକାରୀ ଓ ବେସରକାରୀ ହୋମ ଆଇସୋଲେସନରେ ରହିପାରିବେ । ଏତଦ ବ୍ୟତୀତ ଯେଉଁମାନଙ୍କ ଠାରେ କରୋନା ଲକ୍ଷଣ ଜଣାପଡିବ ସେମାନଙ୍କୁ ସରକାରୀ ସୁବିଧା ଯୋଗାଇ ଦିଆଯିବା ବ୍ୟବସ୍ଥା କରାଯିବ ।ଆଜିଠାରୁ ଘରୋଇ ବିମାନ ସେବା ଆରମ୍ଭ ହୋଇଥିବାରୁ ଏହିି ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର ।