ପଙ୍ଗପାଳ ଆକ୍ରମଣ ନେଇ କୃଷିମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୃଷି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକଙ୍କୁ ନେଇ ଆଲୋଚନା ହୋଇଛି । ପାକିସ୍ତାନ ପଟୁ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଭାରତ ମାଡିଆସୁଛି । ରାଜ୍ୟରେ ପଙ୍ଗପାଳ ଆକ୍ରମଣରୁ ଫସଲକୁ ରକ୍ଷା କରିବା ପାଇଁ ରଣନୀତି ପ୍ରସ୍ତୁତ ହେଉଛି । ପଙ୍ଗପାଳ ଆକ୍ରମଣକୁ ନେଇ ଓୟୁଏଟି ପକ୍ଷରୁ ଗତକାଲି ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି । ଫସଲ ଖାଇଯାଉଥିବା ଏହି କୀଟ ରାଜସ୍ଥାନରେ ବ୍ୟାପକ ଫସଲ ନଷ୍ଟ କରିବା ପରେ ମଧ୍ୟପ୍ରଦେଶରେ ପଂହଚିସାରିଲାଣି ।
ସେପଟେ ଓୟୁଏଟି ଏକ୍ସଟେନ୍ସନ ଡିନ୍ ଲଳିତ ମୋହନ ଗଡ଼ନାୟକ କହିଛନ୍ତି, ଓଡିଶା ଚାଷୀ ପଙ୍ଗପାଳ ପାଇଁ ବ୍ୟସ୍ତ ହେବା ଆବଶ୍ୟକ ନାହିଁ । ଲିମ୍ବ ତେଲ ଫସଲରେ ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ପଡୋଶୀ ରାଜ୍ୟ ଛତିଶଗଡକୁ ଆସନ୍ତି ତେବେ ସୀମାନ୍ତବର୍ତୀ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.

three × 3 =