ଅନୁସୂଚିତ ଜାତି ସମ୍ପ୍ରଦାୟକୁ ଆକ୍ଷେପ କରି ସାଂସଦ ଆର.ଏସ. ଭାରତୀ ଗିରଫ

ଚେନ୍ନାଇ: ଅନୁସୂଚିତ ଜାତି ସମ୍ପ୍ରଦାୟ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ଦେଇ ଡିଏମକେ ସାଂସଦ ଆର.ଏସ. ଭାରତୀ ଗିରଫ ହୋଇଛନ୍ତି। ଚେନ୍ନାଇ ପୁଲିସ ଶନିବାର ସକାଳେ ତାଙ୍କୁ ଗିରଫ କରିଛି। ଅନୁସୂଚିତ ଜାତି ସମ୍ପ୍ରଦାୟ ପ୍ରତି ବିଦ୍ଵେଷପୂର୍ଣ୍ଣ ଭାଷଣ ଦେଇଥିବା ନେଇ ଗତ ଫେବୃୟାରୀ ୧୪ ତାରିଖରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ସୂଚନା ମୁତାବକ, ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ୧୯୮୯ ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ ଅଧୀନରେ ୨ଟି ଥାନାରେ ମାମଲା ରୁଜୁ ହୋଇଥିଲା।

Leave A Reply

Your email address will not be published.

five × 5 =