ସୁନା ଫଳଉଛନ୍ତି ଭରତ କାଶୀ

ଆଜିକାଲି ସବୁ ପ୍ରକାର ଚାଷରେ ରାସାୟନିକ ସାରର ବହୁଳ ବ୍ୟବହାର କରାଯାଉଛି । ଅବଶ୍ୟ କିଛି ଚାଷୀ ଅଛନ୍ତି ଯେଉଁମାନେ ଜୈବିକ ସାର ବ୍ୟବହାର କରନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ସିଙ୍ଗାରୀ ଗାଁର ଭରତ କାଶୀ ଯିଏକି ଜୈବିକ ସାରରେ ହିଁ ଚାଷ କରନ୍ତି । ୨୦୧୬ ମସିହାରେ ସେ ଶ୍ରେଷ୍ଠ ଚାଷୀର ମାନ୍ୟତା ପାଇଥିଲେ । ଏହାସହ ଜୈବିକ ସାର ପ୍ରୟୋଗ କରି ସଫଳ ହୋଇଥିବାରୁ ପିଜିଏସ୍-ଇଣ୍ଡିଆ-ଅର୍ଗାନିକ୍ ତରଫରୁ ପୁରସ୍କୃତ ହୋଇଥିଲେ ।

ସେ ମୁନିଗୁଡା ଓ ବିଷମକଟକ ଠାରେ ଥିବା ଜୈବ ସାପ୍ତାହିକ ବିକ୍ରି କରି ପରିବାରଙ୍କ ଆବଶ୍ୟକ ମେଂଟାଇଥାନ୍ତି । ଆଉ ଏଥିରୁ ଭଲ ଦି’ ପଇସା ପା’ନ୍ତି । ଭରତ କାଶୀ କହିଥିଲେ, ‘ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ମୁଁ ମାସେ ପ୍ରଶିକ୍ଷଣ ନେଇଥିଲି । ରାସାୟନିକ ସାର ବଦଳରେ ଜୈବିକ ପଦ୍ଧତିରେ ଚାଷ କରିବାକୁ କୁହାଯାଇଥିଲା । ତାପରଠୁ ମୁଁ ନିଜେ କମ୍ପୋଷ୍ଟ ତିଆରି କରି ଜୈବିକ ସାର ପ୍ରସ୍ତୁତ କରି ଫସଲରେ ବ୍ୟବହାର କରିଥିଲି । ଯଦି ଫସଲରେ ପୋକ ଲାଗିଲେ ନିମ୍ବ ତେଲ ପକାଇବା ସହିତ କରଂଜପତ୍ର , ଅରଖ ପତ୍ର , ଓ ନିମ୍ବ ପତ୍ର ସିଝାଇ ଜମିରେ ପ୍ରୟୋଗ କରୁଛି ବୋଲି କହିଥିଲେ ।

ଭରତ ଜୈବିକ ଉପାୟରେ ଚାଷ କରି ଶିଖିବା ପରେ ତାଙ୍କର ୧ଏକର ୬୦ ଡିସିମିଲ ଜବମିରେ ପ୍ରଥମେ ଚାଷ କରିଥିଲେ । ୧ ଏକର ଜାଗାରେ ସେ ଖରା , ବର୍ଷା , ଓ ଶୀତ ଦିନେ ପରିବା ଚାଷ କରନ୍ତି । ବର୍ଷା ଦିନେ ସେ ଜହ୍ନି , ଝୁଡଙ୍ଗ , ବଇତାଳୁ , କଲରା ଓ ବାଇଗଣ ଆଦି ପରିବା ଚାଷ କରନ୍ତି । ଶୀତ ଦିନେ କୋବି , ବିନ୍ସ , ମଟର, ମୂଳା ,ଶିମ୍ବ , ପିଆଜ ଏବଂ ଖରା ଦିନେ ଜହ୍ନି , ଭେଣ୍ଡି , କାକୁଡି , ସୂର୍ଯ୍ୟମୁଖୀ ସ କଂଚାଲଙ୍କା ବ୍ୟତିତ ଛତୁ ଚାଷ ମଧ୍ୟ କରନ୍ତି । ଆଉ କିଛି ଜାଗାରେ ସେ ଆମ୍ବ ,ସପୁରୀ, କଦଳୀ, ଓ ପଣସ ଗଛ ଲଗାଇଚନ୍ତି । ତା’ ସହିତ ଛୋଯ ଗାଡିଅରେ ରହିଛି , ଯେଉଁଥିରେ ସେ ମାଛ ଚାଷ କରନ୍ତି । ଏସବୁ କାର୍ଯ୍ୟ ଭରତଙ୍କୁ ତାଙ୍କ ସ୍ତ୍ରୀ ମଧ୍ୟ ସାହାଯ୍ୟ କରନ୍ତି ।

ସେହି ଗ୍ରାମରେ ଜଣେ ଗ୍ରାମବାସୀ ଡମ୍ବରୁ କାଶୀ କହିଥିଲେ, ‘ଭରତ କାଶୀ ବିଭିନ୍ନ ପ୍ରକାର ଚାଷ କରନ୍ତି । ସେ ବଜାରରୁ କୌଣସି ପ୍ରକାରର ସାର କିଣି ଜମିରେ ପକାନ୍ତି ନାର୍ହି । ନିଜେ ସାର ତିଆରି କରି ଜମିରେ ପକାନ୍ତି । ଆମ ଅଂଚଳର ଭଲ ଚାଷୀ” ବୋଲି ସେ କହିଥିଲେ । ୩ ବର୍ଷ ହେଲାରି ଭରତ କାଶୀ ଜୈବିକ ପଦ୍ଧତିରେ ଚାଷ କରିଛନ୍ତି । ବର୍ତମାନ ସେ ୧ ଏକର ୬୦ ହିସମିଲ୍ ଜାଗାରେ ଚାଷ କରୁଛନ୍ତି । ସେ ବର୍ଷକୁ ୩ଥର ଚାଷ କରୁଛନ୍ତି । ଆଜିର ଦିନରେ ଜୈବିକ ପଦ୍ଧତିରେ ଚାଷ କରିବା ବଡ ଚ୍ୟାଲେଂଚ । କିନ୍ତୁ ସେ ପ୍ରାମାଣିତ କରିସାରିଛନ୍ତି ଯେ ଏହା ଆଦୌ ଅସମ୍ଭବ ନୁହେଁ । ଏହି ଉପାୟରେ ଚାଷ କରି ମଧ୍ୟ ଭଲ ଦି’ ପିଇସା ରୋଜଗାର କରାଯାଇ ପାରିବ । ଅନ୍ୟ ଚାଷୀମାନେ ଭରତଙ୍କଠୁ ଏହା ଶିଖିବା ଉଚିତ ।

Leave A Reply

Your email address will not be published.

17 − one =