ନୂଆଦିଲ୍ଲୀ: କରୋନା ଲକ୍ଡ଼ାଉନ୍ ଯୋଗୁ ହଜାର ହଜାର ଶ୍ରମିକ ବହୁ ଦୁରାନ୍ତ ସ୍ଥାନରୁ ଚାଲି ଚାଲି ନିଜ ରାଜ୍ୟକୁ ଫେରୁଛନ୍ତି । ରାସ୍ତାରେ ପ୍ରବାସୀଙ୍କ ଅନେକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି । ତେଣୁ ସେମାନଙ୍କୁ ଚିହ୍ନଟ କରି ଖଦ୍ୟ ଓ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ଆଇନଜୀବୀ ଆଲୋକ ଶ୍ରୀବାସ୍ତବ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ।ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ ଦାୟିତ୍ୱ ସଂମ୍ପୃକ୍ତ ରାଜ୍ୟ ସରକାର ବୁଝିବେ । ରାସ୍ତରେ ଚାଲି ଚାଲି ଆସୁଥିବା ଶ୍ରମିକଙ୍କ ପ୍ରସଙ୍ଗ ଉପରେ ରାଜ୍ୟ ସରକାର ନିଷ୍ପତି ନେବେ ।