ଲକଡାଉନ ବେଳେ ଘରେ ପ୍ରସ୍ତୁତ କରନ୍ତୁ ଏନର୍ଜୀ ଡ୍ରିଙ୍କ୍

କରୋନା ଭୂତାଣୁ ପାଇଁ ଭାରତରେ ଲକଡାଉନ୍ ଅଛି । ସମସ୍ତେ ଘରେ ରହୁଥିବା ବେଳ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀମାନେ ନିଜ ଦାୟିତ୍ୱ ତୁଲାଉଛନ୍ତି । ଏତତ୍ ବ୍ୟତୀତ ଅନେକ ଲୋକ ଘରେ ରହି ମଧ୍ୟ ସେମାନଙ୍କ ଅଫିସ କାମ ତୁଲାଉଛନ୍ତି । ଏଭଳି ସ୍ଥିତିରେ ଶୀରରେ ପର୍ଯ୍ୟାନ୍ତ ଶକ୍ତି ରହିବା ଗୁରୁତ୍ୱପୂର୍ଣ୍ଣ । ଆମେ ଆଜି ଏପରି ପାନୀୟର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା,ଯାହା ଆପଣଙ୍କୁ ଭରପୂର ଏନର୍ଜିୀ ଦେବ ।ଏଥିପାଇଁ ଆପଣଙ୍କୁ ଆଉ ଦେକାନ ଉପରେ ନିର୍ଭର କରିବାକୁ ପଡିବନି । ଘରେ ରହି ଆପଣ ସହଜ ଉପାୟରେ ଏହାକୁ ପ୍ରସ୍ତୁତ କରିପାରିବେ । ଏହାକୁ ପ୍ରସ୍ତୁତ କାରିବା ଅତି ସହଜ ଓ ସରଳ ।ଯାହା ମାତ୍ର ୫ ମିନିଟରେ ପ୍ରସ୍ତୁତ ହେବ । ଏହାର ଉପକାରିତା ଓ ପ୍ରସ୍ତୁତି ବିଷୟରେ ଆସନ୍ତୁ ଜାଣିବା
ପଇଡ ପାଣି ୧ଗ୍ଲାସ,ଏକ ଚାମଚ ଲୁଣ,ମହୁ ୧ ଚାମଚ, ଗୋଟିଏ ଲେମ୍ବୁ


ପ୍ରଥମେ ଏକ ଗ୍ଲାସରେ ପଇଡ ପାଣି ରଖନ୍ତୁ । ଏବେ ସେଥିରେ ମହୁ ମିଶାଇ ଭଲ ଭାବରେ ଗୋଳାନ୍ତୁ । ମହୁ ପଇଡ ପାଣିରେ ସମ୍ପୂର୍ଣ୍ଣ ମିଶିବା ପର୍ଯ୍ୟନ୍ତ ଗୋଳାନ୍ତୁ । ବର୍ତମାନ ସେଥିରେ ଲେମ୍ବୁରସ ମିଶାନ୍ତୁ ଓ ଟିକେ ଲୁଣ ଦେଇ ଏହି ସ୍ୱାଦିଷ୍ଟ ଶକ୍ତି ପାନୀୟକୁ ପିଅନ୍ତୁ । ସକାଳେ ଏବଂ ମଧ୍ୟାହ୍ନରେ ଆପଣ ଏହି ପାଦୀୟକୁ ପିଇପାରିବେ । ପଇଡ ପାଣିରେ ୭୯ କିଲୋଗ୍ରାମ ଜୁଲ କ୍ୟାଲୋରୀ ଥାଏ, ଯାହା ଶରୀରକୁ ଶକ୍ତି ଯୋଗାଇଥାଏ ।

Leave A Reply

Your email address will not be published.

twenty + 2 =