ଗିଲ୍ଗିତ୍-ବାଲ୍ତିସ୍ତାନରେ ନିର୍ବାଚନ ପାଇଁ ପାକିସ୍ତାନ ସୁପ୍ରିମ୍ କୋର୍ଟଙ୍କ ଆଦେଶ ବିରୋଧରେ ଭାରତର ତୀବ୍ର ପ୍ରତିବାଦ
ନୂଆଦିଲ୍ଲୀ: ତଥାକଥିତ ‘ଗିଲ୍ଗିଟ୍-ବାଲ୍ତିସ୍ତାନ’ ଅଞ୍ଚଳରେ ସାଧାରଣ ନିର୍ବାଚନ କରାଇବାକୁ ପାକିସ୍ତା ସୁପ୍ରିମ୍ କୋର୍ଟଙ୍କ ଆଦେଶ ବିରୋଧରେ ଭାରତ ଇସ୍ଲାମାବାଦ ନିକଟ ତୀବ୍ର ପ୍ରତିବାଦ ଜଣାଇଛି। ପ୍ରତିବାଦ ଜଣାଇବା ସହ ଭାରତ କହିଛି ଯେ ସମ୍ପୃକ୍ତ ଅଞ୍ଚଳରେ ପାକିସ୍ତାନ ବେଆଇ ଭାବେ ଅଧିକାର କରିଥିବା ଅଞ୍ଚଳରୁ ହଟିଯାଉ।
ସେପ୍ଟେମ୍ବର ମାସରେ ସାଧାରଣ ନିର୍ବାଚନ କରାଇବାକୁ ପାକିସ୍ତାନୀ ଅଦାଲତ ଗତ ସପ୍ତାହରେ ଗିଲଗିତ୍-ବାଲ୍ତିସ୍ତାନ ସରକାରଙ୍କ ୨୦୧୮ ସଂଶୋଧିତ ଆଦେଶକୁ ଅନୁମତି ଦେଇଥିଲେ। ଏହାଛଡ଼ା ସେ ପର୍ଯ୍ୟନ୍ତ ସେଠାରେ ଏକ ତତ୍ତ୍ବାବଧାରକ ସରକାର ଗଠନ କରିବାକୁ ମଧ୍ୟ ଅଦାଲତ ଅନୁମତି ଦେଇଥିଲେ।
ପାକିସ୍ତାନ ଅଧିକୃତ ଅଞ୍ଚଳରେ କାଗଜପତ୍ର ପରିବର୍ତ୍ତନ କରିବାକୁ ପାକିସ୍ତାନର ଉଦ୍ୟମ ବିରୋଧର ପ୍ରତିବାଦ କରିବାକୁ ପାକିସ୍ତାନର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କ ଠାରେ ଭାରତ ଏକ ଔପଚାରିକ କୂଟନୈତିକ ଅଭିଯୋଗ ଦାଏର କରିଛି ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।
ଗିଲ୍ଗିତ୍ ଏବଂ ବାଲ୍ତିସ୍ତାନ ସମତେ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ନେଇ ଗଠିତ ସମୁଦାୟ କେନ୍ଦ୍ରଶାସିତ ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି ପାକିସ୍ତାନଙ୍କୁ ସ୍ପଷ୍ଟ ରୂପେ ଜଣାଇ ଦିଆଯାଇଥିବା କଥା ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।