କାଲିମେଳା ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିସରରେ ୭ଜଣ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ଅବସର ଗ୍ରହଣ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିସରରେ ୭ଜଣ ଶିକ୍ଷକ , ଶିକ୍ଷୟତ୍ରୀ ଙ୍କ ଅବସର ଗ୍ରହଣ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣୀ ମଞ୍ଜୁଲତା ଭୋଇ, ବ୍ଳକ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ବେରୋଇ , ଅବସର ପ୍ରାପ୍ତ ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ଧନେଶ୍ଵର ନାୟକ, ସାହିତ୍ୟିକ ଭାଗିରଥି ବେହେରା ଯୋଗଦେଇ ଥିଲେ। ଏହି ସଭାରେ ସମୁଦାୟ ୭ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏକ କାଳୀନ ଅବସର ଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଶ୍ରୀ ବିଷ୍ଣୁ ମୋହନ ଚାନ୍ଦ, ଶ୍ରୀ ରବୀନ୍ଦ୍ର ନାଥ ମଣ୍ଡଲ, ଶ୍ରୀମତୀ ମୀନତି ପଣ୍ଡା, ଶ୍ରୀ ଶ୍ୟାମସୁନ୍ଦର ଜେନା, ଶ୍ରୀମତୀ ମାଳତୀ ବିଶ୍ଵାଳ, ଶ୍ରୀ ପ୍ରକାଶ ଚନ୍ଦ୍ର ବାଲା, ଶ୍ରୀ ପ୍ରମୋଦ କୁମାର ପଟ୍ଟନାୟକ ଏକାକାଲିନ ଅବସର ଗ୍ରହଣ କରିଛନ୍ତି। ଏହି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଏକକାଲିନ ଅବସରକାଳୀନ ଭତ୍ତା ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଙ୍କ ତରଫରୁ ଯୋଗାଇ ଦିଆଯାଇଛି।

Comments (0)
Add Comment