ଜାତୀୟ ପ୍ରେସ ଦିବସ ଅବସରରେ ମାଲକାନଗିରି ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସର ସ୍ୱଚ୍ଛତା ଅଭିଯାନ

ମାଲକାନଗିରି : ମାଲକାନଗିରି ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସର ତରଫରୁ ଏ ଜିଲ୍ଲାର ଲୋକମାନଙ୍କ ମଧ୍ୟରେ ରାସ୍ତାଘାଟରୁ ଆରମ୍ଭ କରି, ସମସ୍ତ ଗାଁ,ସହର ଏବଂ ପ୍ରତ୍ୟେକ ଅଞ୍ଚଳରେ ପରିସ୍କାର ପରିଚ୍ଛନ୍ନତା ବଜାୟ ରଖିବା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ, ଏକ ସ୍ୱଚ୍ଛତା ଅଭିଯାନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିଲା ଏବଂ ଏହି ପଦଯାତ୍ରାକୁ ଓଡ଼ିଶାର ଦକ୍ଷିଣାଞ୍ଚଳ ଡି.ଆଇ.ଜି ଶ୍ରୀ ଅଖିଳେଶ୍ଵର ସିଂ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ପତାକା ଦେଖାଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ଡି ଏନ୍ କେ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଶେଷ ହୋଇଥିଲା । ସେଠାରେ ପହଞ୍ଚିଲା ପରେ ସମସ୍ତ ଜିଲ୍ଲା ପ୍ରଶାସନିକ ଅଧିକାରୀ, ସାମ୍ବାଦିକ ଏବଂ କ୍ରୀଡ଼ା ଛାତ୍ରାବାସର ଛାତ୍ର ମାନେ ଶିବ ମନ୍ଦିର ପରିସରରେ ଥିବା ଅନାବନା ଗଛ,ଘାସ ଏବଂ ଏଣେତେଣେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ, ପଲିଥିନ, କାଗଜ ଇତ୍ୟାଦି ସଫାକରି, ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ମନ୍ଦିର ପରିସରକୁ ସ୍ୱଚ୍ଛ ରଖିବା ପାଇଁ ବାର୍ତ୍ତା ଦେଇ ଥିଲେ। ଏହି ପଦଯାତ୍ରାରେ ମାଲକାନଗିରି ଉପ – ଜିଲ୍ଲାପାଳ ଦୁର୍ଯୋଧନ ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ପ୍ରମିଳା ମାଝୀ,ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନ୍ନା ତୁରୁକ ପୂର୍ବତନ ମାଲକାନଗିରି ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ମାନସ ମାଡକାମୀ,ଅଧ୍ୟାପକ ଡ଼ଃ ରଞ୍ଜନ କୁମାର ସ୍ବାଇଁ,ଏମ ୟୁ ଜେ ସଭାପତି ଦେବ ପ୍ରସାଦ ଦାସ, ସମ୍ପାଦକ କାମରାଜ ଜେନା, ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ କୀର୍ତ୍ତନିୟା ବରିଷ୍ଠ ସାମ୍ବାଦିକ ଭାସ୍କର ବେହେରା,ଅସିମ ବିଶ୍ୱାସ , ଇଶ୍ଵର ରାଓ, କ୍ରିଷ୍ନପଦୋ ରାୟ ବିକ୍ରମ ପାଢ଼ୀ ମାନସ ନେତମ ସହିତ ଏମ ୟୁ ଜେ ର ପଚାଶରୁ ଉର୍ଧ ସାମ୍ବାଦିକ ଉପସ୍ଥିତ ଥିଲେ ।

Comments (0)
Add Comment