ଚମ୍ପୁଆ ବ୍ଲକର ବଡନଇ ଓ ସରେଇ ପଞ୍ଚାୟତରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଜନସଚେତନତା କାର୍ଯ୍ୟକ୍ରମ


ଚମ୍ପୁଆ: ଵିଜେପି ସରକାରଙ୍କ ୨ଵର୍ଷ ଶାସନକାଳ ଭିତରେ  ରାଜ୍ୟରେ ବିକାଶ ଓ ଉପଲଵ୍‌ ଧିକୁ ନେଇ ପ୍ରତି ଜିଲ୍ଲା,ବ୍ଲକ ଓ ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ପ୍ରତି ପଞ୍ଚାୟତର ପ୍ରତ୍ୟେକ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଜନସଚେତନତା ଓ ସେମାନଙ୍କ ଭାଗିଦାରୀତା ଉପରେ ଵୁଝାଯାଇଥିଲା । ଏହି କ୍ରମରେ ଚମ୍ପୁଆ ବ୍ଲକ ବଡନଇ ଓ ସରେଇ ପଞ୍ଚାୟତରେ ୧୨ତାରିଖ ଦିନ ବିଭିନ୍ନ ଲାଇନ୍ ବିଭାଗର କର୍ମଚାରୀଙ୍କୁ ନେଇ ଷ୍ଟଲମାନ  ଖୋଲାଯାଇ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା ।ଏହି ଯୋଜନା ଗୁଡିକ ଲୋକଙ୍କ ମଧ୍ୟରେ ସଠିକ୍ ରୂପାୟନ ହୋଇପାରୁଛି କି ନାହିଁ,ଯଦି କିଛି ସମସ୍ୟା ଥାଏ,ତାର ସମାଧାନ ପାଇଁ ପ୍ରଶାସନ ସର୍ବଦା ପ୍ରସ୍ତୁତ ବୋଲି ହିତାଧିକାରୀ ମାନଙ୍କୁ ଅବଗତ କରାଯାଇଥିଲା । ଏହି ପଞ୍ଚାୟତ ଦ୍ଵୟରେ ସ୍ଵାସ୍ଥ୍ୟ ,ଶିକ୍ଷା ,ମତ୍ସ୍ୟ ଓ ପଶୁପାଳନ,ସୂର୍ଯ୍ୟଘର ଯୋଜନା, ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ ଙ୍କ କନ୍ୟା ଵିଵାହ ଯୋଜନା, ପ୍ରଧାନମନ୍ତ୍ରୀ ବୟୋଵନ୍ଦନା କାର୍ଡ,ଭତ୍ତା କାର୍ଡ, ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ଆଦି  କରାଯାଇଥିଲା ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କୈ।ଣସି ବ୍ୟକ୍ତି ଖାଦ୍ୟ ଅଭାବରୁ ଯେପରି କଷ୍ଟ ନ ପାଆନ୍ତି ସେଥିପାଇଁ ଅର୍ଣ୍ନପୂର୍ଣ୍ନା ଯୋଜନାର ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ ମାଧ୍ୟମରେ ପ୍ରତି ଜିଲ୍ଲା,ବ୍ଲକ ଓ ପଞ୍ଚାୟତରେ ପ୍ରଦର୍ଶନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ପଞ୍ଚାୟତର ନୋଡାଲ ଅଧିକାରୀ, ପଞ୍ଚାୟତ ଅଧିକାରୀ,ଏଡିଇଓ, ନିର୍ବାଚିତ ପ୍ରତିନିଧି, ବିଜେପି ଦଳର କାର୍ଯ୍ୟକ୍ରମରେ ଗଣ  ଏବଂ ପଞ୍ଚାୟତର ଅଧିବାସୀମାନେ ଉପସ୍ଥିତ ରହିଥିଲେ । ବ୍ଲକର ଅବଶିଷ୍ଟ ପଞ୍ଚାୟତ ଗୁଡିକରେ ପ୍ରଦର୍ଶନୀ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଜୁନ ମାସ ୨୦ ତାରିଖରୁ ୩୦ ତାରିଖ ମଧ୍ୟରେ ହେବ ବୋଲି ବିଡ଼ିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ସେହିପରି ଚମ୍ପୁଆ ବିଡ଼ିଓ ସ୍ମୃତି ରଞ୍ଜନ ସାହୁଙ୍କ ସୂଚନା ଅନୁଯାୟୀ ଚଳିତ ମାସ ଜୁନ ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ୍  ବ୍ଲକସ୍ତରୀୟ ପ୍ରଦର୍ଶନୀ ମେଳା ଆୟୋଜନ କରାଯାଉଥିବା କହିଛନ୍ତି । ୧୯ତାରିଖ ବ୍ଲକ ପରିସରରେ ଜାତି ଜନଜାତି ସମ୍ବାଦ,୨୦ତାରିଖରେ କୃଷକ ସମ୍ବାଦ,୨୧ ତାରିଖରେ ବିଶ୍ଵ ଯୋଗ ଦିବସ, ୨୨ତାରିଖରେ ସ୍ବାବଲମ୍ବୀ ଯୁଵା ସମୃଦ୍ଧି ଓଡ଼ିଶା ସମାବେଶ ଏବଂ ୨୩ ତାରିଖରେ ବ୍ଲକ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ସୁଫଳ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି । 

Comments (0)
Add Comment