ବୁଡିଗଲା ଗୋଡ ତଳକୁ ତଳକୁ

କଥାରେ ଅଛି “ବୁଡିଗଲା ଗୋଡ ତଳକୁ ତଳକୁ” । ଦେଶରେ ସର୍ବପୁରାତନ ତଥା ଏକଦା ଦେଶରେ ବିରଙ୍କୁଶ ଗଣତାନ୍ତ୍ରୀକ ଶାସନ ଚଳାଉଥିବା ଦଳ ‘କଂଗ୍ରେସ’ର ସଂପ୍ରତିକ ସ୍ଥିତି ଦେଖିଲେ ଏହି ଉକ୍ତିଟି ମନେପଡେ । ଦେଶ ସ୍ୱାଧିନତା ପରଠାରୁ ୬ଦଶନ୍ଧିଧରି ବିରଙ୍କୁଶ ଶାସନ ଚଳାଇଥିବା କଂଗ୍ରେସ ଏବେ ଦୁର୍ବଳରୁ ଦୁର୍ବଳ ହେବାକୁ ଲାଗିଛି । କଂଗ୍ରେସ ଏପରି ଏକ ସ୍ଥିତିରେ ପହଞ୍ଚିଛି ଯେ, ଲୋକ ସଭାରେ ଏକ ଦଶମ ଆସନ ହାସଲ ନକରିପାରି ମୂଖ୍ୟ ବିରୋଧି ଦଳର ମାନ୍ୟତା ପାଇବାରୁ ବଞ୍ଚିତ ହୋଇଛି । ଲୋକ ସଭାରେ କେବଳ ସର୍ବ ବୃହତ ବିରୋଧି ଦଳରେ ନିଜକୁ ସନ୍ତୁଷ୍ଟ କରିଛି । କେବଳ ଏତିକି ନୁହେଁ ଗୋଟିଏ ପରେ ଗୋଟିଏ ରାଜ୍ୟରେ ସରକାର ପାଇଥିବା ବେଳେ କେତେକ ରାଜ୍ୟରେ ନିଜର ସ୍ଥିତି ଜାହିର କରିପାରି ନାହିଁ । ନିର୍ବାଚନରେ ଖାତା ଖୋଲି ପାରିନାହିଁ । ଜାତୀୟ ରାଜଧାନୀ ଦିଲ୍ଲୀରେ ଏକଦା ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ଦୀର୍ଘ ୧୫ବର୍ଷ ଧରି ଶାସନ କରିଥିଲେ ମଧ୍ୟ ଏବେ ଗତ ଦୁଇଟି ନିର୍ବାଚନରେ ଖାତା ଖୋଲି ପାରିନାହିଁ । ଅନ୍ୟ ପକ୍ଷରେ କର୍ଣ୍ଣାଟକ, ମଧ୍ୟପ୍ରଦେଶରେ ଅଭ୍ୟନ୍ତରୀଣ ବିଦ୍ରୋହ ଯୋଗୁଁ ସରକାର ହରାଇଛି । ନିର୍ବାଚନରେ ଦ୍ୱିତିୟ ତଥା ସର୍ବବୃହତ ଦଳର ମାନ୍ୟତା ପାଇଥିବା ସତ୍ୱେ ସରକାର ଗଠନ କରିପାରିନାହିଁ । ଗୁଜୁରାଟରେ ଶାସକ ବିଦୋ୍ରହକୁ କପଟକ୍କର ହୋଇଥିବା ବେଳେ ଏବେ ଅଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ଓ ପ୍ରତିଷ୍ଠାକୁ ସମ୍ମାନ ନଦେବା ଯୋଗୁଁ ସଂଖ୍ୟା କମିବାରେ ଲାଗିିଛି ସେହିପରି ଅନ୍ୟ କେତେକ ରାଜ୍ୟରେ ଆଞ୍ଚଳିକ ଦଳର ଗୋପଣିଆ ହୋଇଛି । ଅନ୍ୟ କେତେକ ରାଜ୍ୟରେ ଦଳୀୟ ନେତୃତ୍ୱ ବିରୁଦ୍ଧରେ ବାରମ୍ବାର ବିଦ୍ରୋହ ତଥା ବିସିସି ନେତୃତ୍ୱ ପରିବର୍ତନ ଯୋଗୁଁ ଦଳର ଏକ ପ୍ରକାର ସ୍ଥିତି ହରାଇଛି । ଉଭୟ ନେତୃତ୍ୱ, ସାଂଗଠନିକ, ଆଦର୍ଶଗତ ସଂକଟର ସମ୍ମୁଖିନ ହୋଇଛି ବୋଲି କହିଲେ ଭୁଲ ହେବ ନାହିଁ ।
ଉଲ୍ଲେଖଯୋଗ୍ୟଯେ, ୨୦୧୯ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ବିପର୍ଯ୍ୟୟ ପାଇଁସଭାପତି ପଦରୁ ରାହୁଳ ଗାନ୍ଧୀ ଇସ୍ତଫା ଦେବାର ଏକ ବର୍ଷ ପୁରି ଥିଲେ ମଧ୍ୟ ଦଳର ଅଧ୍ୟକ୍ଷ ଭାବେ କେହି ନିଯୁକ୍ତି ହେଇନାହାନ୍ତି । ନୂତନ ଅଧ୍ୟକ୍ଷଙ୍କୁ ବାଛିବାରେ କହଗ୍ରେସ ବିଫଳ ହୋଇଛି । ବୟସାତୀତ ଏବଂ ସ୍ୱାସ୍ଥ୍ୟଗତ କାରଣରୁ ଅଧ୍ୟକ୍ଷ ପଦରୁ ଓହରି ଯାଇଥିବା ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷା ଅଛନ୍ତି । ଏହା ନୁହେଁ ଯେ କଂଗ୍ରେସର ନେତୃତ୍ୱ ନେବାରେ ପ୍ରତିଭା ଅଭାବ ଅଛନ୍ତି । ଗାନ୍ଧୀ ନେହେରୁ ପରିବାର ପ୍ରତି କେତେକ ଚାଟୁକାର ବୟୋବୃଦ୍ଧ ନେତାଙ୍କ ଏକାନ୍ତ ଅନୁଗତ ଯୋଗୁଁ ବାହାରୁ କାହାରିକୁ ନେତୃତ୍ୱ ନେବାକୁ ଦିଆଯାଉନାହିଁ । କହିବାକୁ ଗଲେ କୋଟେରୀଙ୍କ ଯୋଗୁଁ ପ୍ରତିଭାକୁ ଉପଯୁକ୍ତ ସମ୍ମାନ ଦିଆଯାଉନାହିଁ । ଏହାର ଅର୍ଥ ନୂହେଁ ଯେ, କଂଗ୍ରେସର ଅଭ୍ୟନ୍ତରୀର ଗଣତନ୍ତ୍ର ନାହିଁ । ଅଭ୍ୟନ୍ତରୀଣ ଗଣତନ୍ତ୍ରଦ୍ୱାରା ନେତା ନିର୍ବଚିତ ହୁଅନ୍ତି । ମାତ୍ର ପ୍ରକୃତ କ୍ଷମତା ଗାନ୍ଧୀ ନେହେରୁ ପରିବାର ହାତରେ ଥାଏ । ଯେଉଁ କଂଗ୍ରେସ ଏକଦା ଜେନେରେସନ ନେକଷ୍ଟ(ପରବର୍ତି ଜାତି)ର ସ୍ଲୋଗାାନ ଦେଇ ଜୁବ ନେତୃତ୍ୱକୁ ପ୍ରସେହନ ଦେଇ ଆସୁଥିଲା, ଏବେ ସେମାନେ ଅବହେଳା, ଅଣଦେଖା କରାଯାଉଛି ବୋଲି କହିଲେ ଭୁଲ ହେବନାହିଁ । ଯାହାର ପରିଣତ ସ୍ୱରୁପ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ସହ ସଂପର୍କ ଛିଣ୍ଡାଇ ବିଜେପିରେ ଯୋଗ ଦେଇଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ପତନ ଘଟିଛି । ସାଧାରଣ ନିର୍ବାଚନ ସମୟରେ ବହୁ ପ୍ରତିଭା କଂଗ୍ରେସ ଛାଡିବା ବେଳେ ସେମାନଙ୍କୁ ସୁଯୋଗ ନଦେବା କାରଣ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା । ଏହା ସତ୍ୟଯେ, ଦଳରେ ଜଦି କେହି ନିଜର ଉଜ୍ଜ୍ୱଳ ଭବିଷ୍ୟତ ଦେଖିନପାରିବେ, ତେବେ ସେହି ଦଳରେ ପଡିରହିବେ କାହିିଁକି । ଏବେ ରାଜସ୍ଥାନରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି । ୨୦୧୭ ବିଧାନସଭା ନିର୍ବାଚନରେ ସଚିନ ପାଇଲଟଙ୍କ ନେତୃତ୍ୱରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ପୁରୁଣା ଚାଟୁକାର ତଥା କ୍ଷମତାଲୋଭିଙ୍କ ଯୋଗୁଁ ସେଏବେ କୋଣପେସା ଯାହାଙ୍କଯୋଗୁଁ ଦଳ ବିଜୟୀ ହୋଇଥିଲା, ତାଙ୍କୁ ଏବେ ଦଳରୁ ଓ ବିଧାୟକ ପଦରୁ ବହିଷ୍କାର କରିବା ପାଇଁ କଂଗ୍ରେସ ପ୍ରୟାସ ଜାରି ରଖିଛି । ଜାହା ଜଣା ପଡୁଛି କଂଗ୍ରେସ ତାଙ୍କୁ ଦଳରୁ ଓ ବିଧାୟକ ପଦରୁ ବାହାର କରିବା ପାଇର୍ ଉଦ୍ୟମ ଜାରି ରଖିଛି । ମାମଲା ଏବେ କୋର୍ଟରେ ବିଚାରାଧିନ ରହିଛି । ଅନ୍ୟ ପକ୍ଷରେ ଯେଉଁ ବରିଷ୍ଠ ନେତାମାନେ ଦଳର ନେତୃତ୍ୱ ସଂପର୍କରେ ମୂହଁ ଖୋଲୁଛନ୍ତି ବା ପରାମର୍ଶ ଦେଉଛନ୍ତି ସେମାନଙ୍କୁ ବିଦା ହେବାକୁ ପଡୁଛି, ବା ମୂହଁ ବନ୍ଦକରିବାକୁ ବାଧ୍ୟକରାଯାଉଛି । ମନେହୁଏ ଗାନ୍ଧୀନେହେରୁ ପରିବାର ଶକ୍ତି ମଧ୍ୟରେ ଦେଶର ସର୍ବପୂରାତନ ରାଜନୈତିକ ଦଳ ଏବେ ବୀଲୀନ ହେବାକୁ ଯାଉଛି ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଦଳରେ ଥିବା ଅନୁଗତ ଚାଟୁକାରମାନଙ୍କ କଥାକୁ ନଶୁଣି ନେତୃତ୍ୱକୁ ବାସ୍ତବସ୍ଥିତ ପ୍ରତିଧ୍ୟାନ ଦେବାକୁ ହେବ । କୌଣସି ଘଟଣାରେ ଅନ୍ୟଉପରେ ଦୋଷାରୋପ ନକରି ପ୍ରଥମେ କଂଗ୍ରସକୁ ନିଜର ଘର ସଜାଡିବା ସହ ଆତ୍ମସମୀକ୍ଷା କରିବାକୁ ହେବ । ସବୁଠାରୁ ଗୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ହେଉଛି ୨୦୧୯ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ, ଇତି ମଧ୍ୟରେ ତିନି ତିନୋଟି ରାଜ୍ୟରେ କଂଗ୍ରେସ ଗାଦିଚ୍ୟୁତ ହେବା ଘଟଣା ନେିଇ ଦଳ ସମୀକ୍ଷା କରିନାହିଁ କି ନିଜର ଦୁର୍ବଳତା ନେଇ ଆତ୍ମସମୀକ୍ଷା କରିନାହିଁ । କେବଳ ବିଜେପି ଉପରେ ଦୋଷରୋପ କରିଚାଲିଛି । ଅନ୍ୟ ପକ୍ଷରେ ଯୁବ ପ୍ରତିନିଧିଙ୍କୁ ଦଳ ସମ୍ମାନ ଦେବା ଦରକାର । ଅନ୍ୟଥା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଦକ୍ଷ ଯୁବ ନେତୃତ୍ୱ ନିଜର ଭବିଷ୍ୟତ ପାଇଁ ଦଳ ଛାଡିବାକୁ ବାଧ୍ୟ ହେବେ, ଯାହାକି ଜନସାଧାରଣଙ୍କୁ ନାକାରାତ୍ମକ ବାର୍ତା ଦେଉଛି । ଅନ୍ୟଥା ବୁଡିଗଲା ଗୋଡ ତଳକୁ ତଳକୁ ପରି ଦେଶର ସର୍ବପୁରାତନ ତଥା ଐତିହାସିକ ରାଜନୈତିକ ଦଳ ଗର୍ତରେ ବିଲୀନ ହୋଇଯିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

Leave A Reply

Your email address will not be published.

ten − one =