ବିଶ୍ରାମରେ ସୁଖକି ଆଶ୍ରମରେ ଶାନ୍ତି ଅଛିକି ନାହିଁ, କେବେ ଖୋଜିନି – ଜାଣିନି । ଆଶ୍ରମ ଆଉ ବିଶ୍ରାମ – ଏ ଦୁଇଟି ଭିତରୁ ସୁଖ ଶାନ୍ତିର ଠିକଣା ନଖୋଜିମୁଁ ବରଂ ଦୁଃଖ ସହିତ ଦୁଇପଦ କଥା ହେବି କେଉଁଠି । ସେ ଦୁଃଖ – କେତେ ମଣିଷର, କେତେ ଦିଗକୁ ଅନାଇ ରହିଥିବା ଅନେକ ଆଖିର, ହଜାରେ ହୃଦୟର, ଲକ୍ଷେମନର – ଜୀବନ ଯେଉଁଠି ଦିନ ଦିନର ସ୍ମୃତି ଆଉ ରାତି ରାତିର ସ୍ୱପ୍ନ ମଝିରେ ସଜାଡୁ ଥାଏତା’ ଧୂପଦୀପ ।
ଏ ଜୀବନ ସବୁ ଦୁଃଖ କଷ୍ଟଭିତରେ ବି ଦୁର୍ଲଭ – ଅପରୂପ ।
ସବୁ ସଭ୍ୟତାର ଶିକ୍ଷା, ସବୁ ଦର୍ଶନର ଦୀକ୍ଷା, ସବୁକଳା-ସଂସ୍କୃତି-ସାହିତ୍ୟର ପରୀକ୍ଷା ନିରୀକ୍ଷାରେ ମଣିଷ ଆରମ୍ଭରୁ ଏପର୍ଯ୍ୟନ୍ତ ପ୍ରଶିକ୍ଷିତ ହୋଇ ଆସିଛି ଜୀବନ ବୋଧ ଦ୍ୱାରା ଆଲୋଡିତ ହୋଇ । ଜୀବନ ଏହି ଦୃଷ୍ଟିରୁ ମୋ ପାଇଁ ପ୍ରିୟ ପ୍ରଶିକ୍ଷକ । ମୁଁ ତାର ଶିଷ୍ୟ ହେବା ପାଇଁ ଚାହେଁ କୌଣସି ଆଶ୍ରମ ରବଟ ଚ୍ଛାୟାତଳେ ନ ବସି, ତା’ କଟା ଗଛର ଘନଅରଣ୍ୟରେ । ଜୀବନର ଜଣେ ବିଶ୍ୱ ସ୍ତବନ ଚାରୀଭାବରେ ଏ ପ୍ରାନ୍ତରରୁ ସେ ପଥକୁ ମୁହାଁଉ ଥିବା ବେଳେ ମୁଁ ମୋର କ୍ଲାନ୍ତି ଅପନୋଦନ ଉଦେ୍ଧଶ୍ୟରେ ମଧ୍ୟ ବର୍ତୀ କୌଣସି ବିଶ୍ରାମ ସ୍ଥଳର ଶଯ୍ୟାରେ ଦିବାନିଦ୍ରା ନ ଯାଇ, ଏ ସ୍ୱପ୍ନ ଦେଖିବାକୁଚା ହେଁ ଦୁର୍ବାର ଜାଗରଣର ଦାବାଗ୍ନି-ପ୍ରଜ୍ୱଳିତ ଜନଅରଣ୍ୟରେ – ଯଦି କେବେ ମୁଁ ବିଶ୍ରାମ ଲୋଡିବି, ତା’ ହେଲେ ସେ ବିଶ୍ରାମ ସ୍ଥଳ ହେବ ମୋସାଥୀ ସଂଗ୍ରାମୀ ପ୍ରିୟ ମଣିଷମାନଙ୍କର ସେଇ ନିର୍ଭର ଯୋଗ୍ୟ ଶକ୍ତ ସବଳ କାନ୍ଧ ସବୁ, ଏକଦା ଯେଉଁମାନଙ୍କ ସହିତ ହାତ ଧରା ଧରି ହୋଇ ଦୀର୍ଘକାଳ ପଲ୍ଲୀରୁ ଦିଲ୍ଲୀ ଯାଏଁ ପଟୁଆରୀ ଯାତ୍ରାରେ ମୋର ପାଦ ଥିଲା ଚଳଚଂଚଳ ଏବଂ ହୃଦୟ ଥିଲା ସ୍ପନ୍ଦନଶୀଳ ।
ବହୁ ଶୁଭେଚ୍ଛୁ ସମକାଳୀନ ବନ୍ଧୁମ ତେବେ ଦରଦ ଭରାସ୍ୱରରେ କହିଥାନ୍ତି – ବୟସ ହେଲା, ବିଶ୍ରାମ ନିଅ, ଏଣିକି ଟିକିଏ ସୁଖଶାନ୍ତିରେ ରୁହ । ମୁଁ ସେମାନଙ୍କୁ ଏ ବିଷୟରେ କିଛି ନ କହି ହସିଦି ଏ – ସେଇହସ, ଯାହା ସହିତ ସେମାନେ ସୁପରିଚିତ । ମୋହ ସହିଁ ସେମାନଙ୍କୁ ଅସଲ ଉତର । ଏ କଥାଟା ସେମାନେ ବିଜାଣନ୍ତି ।
ସୁଖ ପାଇବାକୁବିଶ୍ରାମଚାହେଁନା । ସେବିଶ୍ରା ମଲୋଡେନା ଯାହା ମତେଜୀବନ- ଆନେ୍ଦାଳନର ଦାବୀନାମା ଠାରୁ କରି ରଖିବ ଦୂର ବର୍ତୀ ।
ଶାନ୍ତି ପାଇବାକୁ ଆଶ୍ରମ ଯାଏନା । ସେ ଆଶ୍ରମର ଆଶ୍ରିତ ହେବାକୁ କେବେ ଇଚ୍ଛା କରୋନା, ଯାହାମ ତେମୋର ଜୀବନରେ ଜନାରଣ୍ୟ ଠାରୁ ବିଚ୍ଛିନ୍ନ କରାଇ ଦାନ କରିବ କେବଳ ନିରର୍ଥକ ନିଃସଙ୍ଗ ନିର୍ଜନତା ।
ସୁଖ – ଏ ସୁଖମତେମିଳୁ ଅଶ୍ରୁରେ, – ମାତ୍ର ତାହା ହେଉସେଇ ଅନେକ ଆଖିର ଆନନ୍ଦାଶ୍ରୁ ।
ଶାନ୍ତି – ଏ ଶାନ୍ତିମତେ ଅନୁ ଭୂତ ହେଉ ଆନନ୍ଦରେ, – ମାତ୍ର ତାହା ହେଉ ସେଇ ଐକ୍ୟବଦ୍ଧ ଆହ୍ଲାଦକର ଅନାମୟ ଅଙ୍ଗୀକାର ।
ଦୁଃଖ – ଏ ଦୁଃଖ ମତେ ଆଲୋଡିତ କରୁତାର ପ୍ରତ୍ୟେକ ସ୍ପନ୍ଦନରେ, ମାତ୍ର ତାହା ହେଉ ସେଇ ହଜାରେ ହୃଦୟ, ଲକ୍ଷେମନର ମରମ କଥାକୁ ନେଇ ମହା ଜୀବନର ହୃତ୍ସ୍ପନ୍ଦନ ।
ଆଜି ମଧ୍ୟ ମୁଁ ବିଶ୍ରାମ ହୀନ – ଏ ମହା ଜାତିର ଉପôୀଡିତ କ୍ରନ୍ଦନ ରୋଳ ମଧ୍ୟରେ ନିଷ୍ପଷିତ ଜନ, ଜାତି ଓ ଜନଜା ତିରଜୀବନ ଶୈଳୀକୁ ସମନ୍ୱିତ କରାଇବାରେ ଯୋଜନା ଓ ସର୍ଜନାକୁ ନେଇ ସ୍ୱପ୍ନ ଦେଖିବାରେ । ଦିନେ ଏ ସ୍ୱପ୍ନକୁ ଘୋଷଣାନାମାରେ ପରିଣତ କରିବାକୁ ଯାଇ ସମସ୍ତଙ୍କୁ ଶୁଣାଇଥିଲି – ଜମିବିକନା, ଭଡା ଦିଆ ଲୋକେ ଶୁଣିଲେ । ଥୋକେ ବୁଝିଲେ । ମାତ୍ର ଶୁଣିଲାନି ଶାସନ, ବୁଝିଲାନି ପ୍ରଶାସନ । ମୋର ସମସ୍ତ ଚିନ୍ତା, ଚେତନା, କର୍ମ ଓ କାର୍ଯ୍ୟକଳା ପକୁଭିତି କରି ଏକ ଫିଲ୍ମ “ଦି ମଦରଲ୍ୟାଣ୍ଡ୍” ୨୦୧୯ ମସିହାରେ ପ୍ରସ୍ତୁତ ହୋଇ ସାରିଛି । ବିଶ୍ୱର ଦଶଟିସ୍ଥା ନରେ ଆର୍ନ୍ତଜାତିକ ଚଳଚ୍ଚିତ୍ର ମହୋ ତ୍ସବରେ ଆନୁÂାନିକ ସ୍ୱିକୃତୀ ମିଳିଛି । ଜମିବିକନା, ଭଡା ଦିଅ । ଇଂରାଜିରେ”ଲ୍ୟାଣ୍ଡ୍ଟୁଲେଟ୍” ସମଗ୍ରବିଶ୍ୱର ଦୃଷ୍ଟି ଆକର୍ଷ ଣକ ରିରାଜନୀତିଜ୍ଞ ଓ ଅର୍ଥନୀତି ଜ୍ଞମାନଙ୍କର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିପାରିଛି । ଦି ମଦରଲ୍ୟାଣ୍ଡ୍ ଫିଲ୍ମରେଖଟି ଖିଆ, ମଜୁରିଆ, ମେହନତୀ ମଣିଷର ସ୍ୱାର୍ଥରକ୍ଷା ପାଇଁ ସୃଷ୍ଟି ହୋଇଛି ଏକ ନୂତନ ପୃଥିବୀ, ଯେଉଁଠି ଶୋଷ ଣସ୍ୱତ ସ୍ପୃତ ଭାବେ ଶୁଖି ଯିବ ଏବଂ ନ୍ୟାୟ ଓ ମିମାଂସାସୁ ଲଭ ହୋଇଯିବ ।
ଭାରତୀୟ ବୁଦ୍ଧି ଜୀବୀ ବର୍ଗ ଉପରେ ମୋର ତିଳାର୍ଦ୍ଧ ଆସ୍ଥା ନାହିଁ । କାରଣ ସେମାନେ ଯାହାବୁଝନ୍ତି, ତାହାକୁହନ୍ତି ନାହିଁ କିମ୍ବା ଯାହା ଶୁଣନ୍ତି ତାହା ଜଣାନ୍ତି ନାହିଁ । ଭୟକୁ ଜୟ କରି ପାରିନ ଥିବା ଏହି ମଧ୍ୟ ବର୍ଗୀତ୍ରିଶଙ୍କୁ ଗୋତ୍ରୀୟ ଗଣ ନା ପ୍ରାଣୀଙ୍କ ଆରତ ହୃଦୟଙ୍ଗମ କରି ଦୁଃଖ ଅପ୍ରମିତର ଦିଗ ଦେଖାଇ ପାରିବେ ନା ଭବିଷ୍ୟତର ଗୋଟିଏ ଭାରତୀୟ ଗଣ ସମାଜ ଗଢି ତୋଳି ବା ପାଇଁ ଆମକାହାକୁ ଦେଇପାରିବେ ବିନ୍ଦୁ ଏବି ଭରସା! ସେମାନଙ୍କୁ ତେଣୁ ମୋତରଫରୁ କିଛି କହିବାର ନାହିଁ । କାଲିମୁଁ ଯାହାସବୁ କହିଥିଲି, ସେ ସବୁ ମୋସ ମୟରେ ସଦ୍ୟତରୁଣ ଥିବା ଗୋଟିଏ ପଣପ୍ରବଣ ପରାକ୍ରମୀ ପିଢିକୁ । ଆଜି ରତୀ ବ୍ରତରୁଣ ପିଢି କ’ଣ ମୋ କଥା ଶୁଣିବ? ତାକୁ ଆଜି କ’ଣ କହିବି? କହିବି ଯେ – ନିଜକୁ ବିକନା, ଭଡାରେ ଲଗାନା, ଜୀବନର ଜମି ଚଷି ଉତର ପିଢି ପାଇଁ ଫଳାଅ ଫସଲ, ଫୁଟାଅ ଫୁଲ । ଉପୁଜାଅ ସେଇଇତିହାସ – ଯାହା ଅନାଗତ ଭବିଷ୍ୟତ ପାଇଁ ହୋଇପାରିବ ଉର୍ବରତାର ଉକôୃଷ୍ଟତର ଉଦାହରଣ ।
ଆଜି ଅନ୍ତଃକରଣରେ ପ୍ରାର୍ଥନା କରୁଛି– ହେମର୍ତ୍ୟ ବାସୀମନୁ ଷ୍ୟସନ୍ତାନମାନେ, ପ୍ରତ୍ୟେକକରାଳ-କରୁଣ, କର୍ମଭୂମି – ଯୁଦ୍ଧ ଭୂମିକୁ ତୁମେମାନେ ଆଜିଠାରୁ ଶ୍ୟାମଳ-ସବୁ ଜଶସ୍ୟ ଭୂମିରେ ରୂପାନ୍ତରିତ କରିବାର ଶପଥ କର । ସବୁରକ୍ତକର୍ଦ୍ଧମା କ୍ତଜୀବନ-ଜୀବିକା କ୍ଷେତ୍ରର ରୂପ ବଦଳିଯାଉ । ରାଶିରାଶି ଫୁଲ ଫୁଟୁଥିବା ଏକ ଚମକôାର ଅନି ନ୍ଦସୁନ୍ଦର ରୂପ ବର୍ଣ୍ଣନର ଚତୁର ଚେହେରାରେ! ପତ୍ର-ଫୁଲ-ଫଳର ଫର୍ଦ୍ଧପାଠକରୁ ଏ ପ୍ରତାରିତ ପୃଥିବୀ – ଆଜିଠାରୁ ଏଇ ସଂକଳ୍ପଗ୍ରହଣକର ।ଏ ଉଚ୍ଚାରଣ ଆଶ୍ରମରୁ ନୁହେଁ – ମୋରଗଭୀର ଅନ୍ତଃକରଣରୁ । ଏହାହିଁ ଆଜିଏଠାରେମୋରସର୍ବସମକ୍ଷରେ ଅନ୍ତର୍ଭେଦୀ ଦି’ପଦ ଦୁଃଖର ଦାବିନାମା … ଅସଲ ସୁଖଶାନ୍ତିର ଶପଥପାଠ ।