ଏବେ ଗଣ ସଂକ୍ରମଣ!

ଓଡ଼ିଶାରେ ଗତ ଦୁଇ ସପ୍ତାହ ଧରି କୋଭିଡ-୧୯ ପଜେଟିଭ ସଂଖ୍ୟା ରାଜ୍ୟକୁ ଅନାଇଲେ, ଅହେତୁକ ଭାବେ ବୃଦ୍ଧି ପାଇଛି ବୋଲି କୁହାଯାଇପାରେ । ସଂକ୍ରମଣ ସହରରୁ ସହର, ଗାଁ’ରୁ ଗାଁ ଏବଂ ଜିଲ୍ଲାରୁ ଜିଲ୍ଲାକୁ ବ୍ୟାପିଚାଲିଛି । ଯଦିଓ ଇଶ୍ୱରଙ୍କ କୃପାରୁ ଉତମ ଚିକିସ୍ଛା ଯୋଗୁ ପ୍ରଥମ ପଜେଟିଭ ଆକ୍ରାନ୍ତ ଭୁବନେଶ୍ୱର ବାସିନ୍ଦା ଏବେ ସମ୍ପୁର୍ଣ୍ଣ ଆରୋଗ୍ୟ ଲାଭକରିବା ସହିତ ସୁସ୍ଥ ଜୀବନ ଯାପନ କରୁଛନ୍ତି, କିନ୍ତୁ ପର୍ଯ୍ୟାୟକ୍ରମେ ଏଣିକି ରାଜ୍ୟରେ ପଜେଟିଭ ସଂଖ୍ୟା ଆଗକୁ ଆଗକୁ ବଢ଼ିଚାଲିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଶହେ ଟପିସାରିଲାଣି । ଏପରିକି ବୁଧବାର ମିଳିଥିବା ପରିସଂଖ୍ୟାନ ଅନୁଯାୟୀ ଗତ ୨୪ ଘଂଟା ମଧ୍ୟରେ ୫ଟି ଜିଲ୍ଳାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରଣ ହରାଇବାରୁ ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯ରେ ପହଂଚିଛି । ଏହା ବ୍ୟତିତ ଗତ ୨୪ ଘଂଟା ଭିତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାରକୁ ଟପିଯାଇଛି । ୨୮ଟି ଜିଲ୍ଳାରୁ ପଜେଟିଭ ସଂଖ୍ୟା ୧୦୬୮ ହୋଇଥିବା ‘କରୋନା ମିଟର’ରୁ ପ୍ରକାଶ । ସୂଚନା ଯୋଗ୍ୟ ୨୪ ଘଂଟା ପୂର୍ବରୁ ମଧ୍ୟ ରାଜ୍ୟରେ ଚିହ୍ନଟ ହୋଇଥିବା ପଜେଟି ସଂଖ୍ୟା ୧୨୧୫ରେ ପହଂଚିଥିଲା । ସେହିପିର କ୍ରମାଗତ ଭାବେ ଦୁଇ ସପ୍ତାହ ଧରି ପ୍ରାୟ ସବୁ ଜିଲ୍ଳାରୁ ଶତାଧିକ ପଜେଟିଭଙ୍କୁ ଠାବ କରାଯାଉଛି । ଅନ୍ୟ ପଟେ ପଜେଟିଭ ଚିହ୍ନଟ ସଂଖ୍ୟ ରାଜ୍ୟରେ ମୋଟ ୨୯୧୭୫ରେ ପହଂଚିଥିଲା ବେଳେ ତନ୍ମଧ୍ୟରୁ ୧୦ ହଜାର ୯୨୦ ଜଣ ଏବେ ବି ପଜେଟିଭ ଥିବାରୁ ଚିକିତ୍ସଛିତ ହୋଉଛନ୍ତି । ଜୁଲାଇ ବେଳେକୁ ଓଡ଼ିଶାରେ କରୋନାର ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଅଧିକ ଥିବା ନେଇ ପୂର୍ବରୁ ଜଣେ ଗବେଷକ ପୂର୍ବାନୁମାନ କରିଥିଲେ । ଏହା ଏବେ ସତ୍ୟ ବୋଲି ପ୍ରତୀୟମାନ ହେଉଛି ।ତେବେ ଆମର କହିବାର କଥା ହେଲା ଯେ, ସମ୍ପ୍ରତି ଆମ ରାଜ୍ୟରେ କରୋନା ଏକ ପ୍ରକାର ଆଗକୁ ମାଡିଚାଲିଥିବାରୁ ସମସ୍ତେ ଏହି ଭାଇରସ ସମ୍ପର୍କରେ ଏବେ ଏକ ପ୍ରକାର ଆତଙ୍କିତ ହେଉଛନ୍ତି, ଯାହା ହେବା ଅନୁଚିତ । ରୋଗକୁ ଆମେ ମୁକାବିଲା କରିବା, କିନ୍ତୁ ରୋଗୀକୁ ନୁହେଁ । ଭୂତାଣୁକୁ ଆମେ ଲୋପ କରିବାକୁ ଉଦ୍ୟମ କରିବା, କିନ୍ତୁ ପଜେଟିଭ ଥିବା ଲୋକମାନଙ୍କୁ ‘ଦୁର୍ଦୁର୍ ମାର୍ମାର୍’ କରିବା ନାହିଁ । ସେପରି ହେବା ଅର୍ଥ ନୁହେଁ, ମୁହଁରେ ମାସ୍କ ଏବଂ କରୋନାରେ ମୃତ ବ୍ୟକ୍ତିକୁ ନେବାକୁ ହେଲେ ପିପି କିଟ୍ସ୍ ପିନ୍ଧିବା, ହାତରେ ଗ୍ଲୋବ୍ସ ଓ ପାଦରେ ଜୋତା ପିନ୍ଧିବାକୁ ଭୁଲିଯିବା ଏବଂ ନିଆଁରେ ଆଙ୍ଗୁଠି ଦେଖାଇ ଫୋଟକା କଲାଭଳି ନିଜକୁ ବିନା କାରଣରେ କରୋନା ଆକ୍ରାନ୍ତ କରାଇବା । ଏବେ କିନ୍ତୁ ଆମ ରାଜ୍ୟରେ ପଜେଟିଭ ସଂଖ୍ୟା ଯେପରି ଭାବେ ବଢ଼ିଛି, ସେଥିରୁ ଅନୁମାନ କରାଯାଏ, ଗତ ସୋମବାର ଠାରୁ ଅର୍ଥାତ ବିଗତ ୭୨ ଘଂଟା ପୂର୍ବରୁ ଏ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । କିନ୍ତୁ କୋଭିଡ ବିଶେଷଜ୍ଞ ଓ ଡାକ୍ତରମାନେ ଏବେ କହିବା ଉଚିତ, ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି କି ନା? ଆମେ ଗୋଷ୍ଠୀ ସଂକ୍ରମଣ କଥା ଅନୁମାନରେ କହିବା ଠିକ୍ ନହୋଇପାରେ, କିନ୍ତୁ କୋଭିଡ ଗବେଷଣାକାରୀ ମାନେ ଏହା ଠିକ୍ ଭାବେ କହିପାରିବେ ଓ ତଦ୍ଧ୍ୱାରା ରାଜ୍ୟବାସୀ ଅଧିକ ସଚେତନ ହୋଇପାରିବେ ବୋଲି ଆମର ଆଶା ଓ ବିଶ୍ୱାସ ।

Leave A Reply

Your email address will not be published.

one × five =