ଗୁଳୁଚି’ର ଉପକାରିତା

ଆମ ଦେଶର ପ୍ରାୟ ସବୁ ସ୍ଥାନରେ ଗୁଡ଼ୁଚି ଲତା ଦେଖାଯାଏ ଓ ଏହାକୁ ଗୁଳୁଚି ଲତା ବା ଗିଲୟ ମଧ୍ୟ କୁହନ୍ତି ଓ ଆୟୁର୍ବେଦରେ ଏହାକୁ ଅମୃତ ବୋଲି କୁହାଯାଇଛି ଓ ଏହାର ପତ୍ର ଗୁଡ଼ିକ ଦେଖିବାକୁ ପାନପତ୍ର ଭଳିଆ ଓ ସାମ୍ପ୍ରତିକ କରୋନା ପରିସ୍ଥିତିରେ ସମସ୍ତେ ଏହା ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି, କାରଣ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅଧିକାଂଶ ଲୋକ କାଢାରେ ଏହାର ବ୍ୟବହାର କରୁଛନ୍ତି ଓ ଆସନ୍ତୁ ଆମେ ଏହାର ଆଉ କେତେକ ଉପକାର ବିଷୟରେ ଜାଣିବା ।
୧) ଗୁଡ଼ୁଚି ସହିତ କିଛି ମହୁ ମିଶାଇ ୭ ଦିନ ପର୍ଯ୍ୟନ୍ତ ପିଇଲେ ଆମର ଯାବତୀୟ ଜ୍ୱର ଭଲ ହୋଇଥାଏ ଓ ୨) ଗୁଡ଼ୁଚି ରସରେ ସାମାନ୍ୟ କିଛି ମିଶ୍ରି ଓ ହଳଦୀ ଗୁଣ୍ଡ ମିଶାଇ ଶିଶୁ ମାନଙ୍କୁ ଖାଇବାକୁ ଦେଲେ, ସେମାନଙ୍କର ସବୁପ୍ରକାର ଜ୍ୱର, ଦାନ୍ତରଗଡା, କୃମିଦୋଷ ଆଦି ଦୂର ହୋଇଥାଏ ଓ ୩) ଗୁଡ଼ୁଚି ରସରୁ ୨ – ୪ ବୁନ୍ଦା ନାକରେ ପକାଇଲେ ପିତ୍ତଜ୍ୱର, ଶିର ଶୁଳ, ଅଧକପାଳି ବିନ୍ଧା, ମୁଣ୍ଡ ବୁଲେଇବା ପ୍ରଭୃତି ଶିର ରୋଗ ଶୀଘ୍ର ଭଲ ହୋଇଥାଏ ଓ ୪) ଅଧକପାଳି ମୁଣ୍ଡବିନ୍ଧାରେ ୨ – ୪ ଟୋପା ଗୁଡ଼ୁଚି ରସକୁ ନାକରେ ପକାଇଲେ ଏଥିରୁ ତୁରନ୍ତ ଆରାମ ମିଳିଥାଏ ଓ ୫)ଗୁଡ଼ୁଚି ଲତାର ମୂଳକୁ ଆଣି ପାଣିସହ ମିଶାଇ ବାଟି ସାପ କାମୁଡିଥିବା ବ୍ୟକ୍ତିର କ୍ଷତ ସ୍ଥାନରେ ଲଗାଇଲେ ଓ ତାକୁ ପିଇବାକୁ ଦେଲେ ସର୍ପ ବିଷ ଶୀଘ୍ର ଛାଡ଼ିଯାଇଥାଏ ଓ ୬)ଯଦି କୌଣସି କାରଣରୁ ଶରୀରରେ ପ୍ଲେଟଲେଟ କମିଯାଏ ଗୁଡ଼ୁଚି ରସ, ଘିକୁଆଁରି ରସ ଏବଂ ଡାଳିମ୍ବ ରସକୁ ଏକତ୍ର ମିଶାଇ ପିଇଲେ ଏହା ଶରୀରରେ ପ୍ଲେଟଲେଟ ବଢାଇବାରେ ସହାୟକ ହୋଇଥାଏ ଓ ୭) ମଧୁମେହ ପାଇଁ ମଧ୍ୟ ଗୁଡ଼ୁଚିରସ ବହୁତ ଲାଭକାରୀ ସାବ୍ୟସ୍ତ ହୋଇଥାଏ ଓ ୮) ଏହା ଶରୀରରେ କ୍ୟାନ୍ସର କୋଷିକାକୁ ମଧ୍ୟ ନଷ୍ଟ କରିଦେଇଥାଏ ଓ ୯) ଗଣ୍ଠି ଦରଜରେ ଗୁଡ଼ୁଚିର କାଢା ସହିତ ୧୦-୨୦ମି.ଗ୍ରା. ଜଡ଼ା ତେଲ ମିଶାଇ ପିଇଲେ ଗଣ୍ଠି ଦରଜରେ ଉପକାର ମିଳିଥାଏ ଓ ୧୦) ମୂତ୍ର ରୋଗ ପାଇଁ ମଧ୍ୟ ଗୁଡ଼ୁଚିର କାଢା ବହୁତ ଲାଭକାରୀ ।
ଗୁଡ଼ୁଚିର ଚାଷ ପ୍ରଣାଳୀ:
ନର୍ସରୀ ପ୍ରସ୍ତୁତି:- କଲମୀ ବା କଟିଙ୍ଗ ଗୁଡିକ ଚାରା କିଆରୀରେ ସିଧାସଳଖ ଲଗାଯାଏ ଓ କଲମୀ ଗୁଡିକ ବୟସ୍କ କାଣ୍ଡରୁ ଗଣ୍ଠି ସହିତ କାଟି ଅଣାଯାଏ ଓ ଗଛରୁ ଅଲଗା କରି ଆଣିବାର ୨୪ ଘଂଟା ମଧ୍ୟରେ କଲମୀ ଗୁଡିକୁ ପଟାଳିରେ ଲଗାଇ ଦିଆଯାଏ ଓ ପଟାଳିରେ ଲଗାଯିବ ପର୍ଯ୍ୟନ୍ତ କଲମୀ ଗୁଡିକୁ ପାଣିରେ ସିଧା ଭାବରେ ବୁଡାଇ ରଖାଯାଇଥାଏ ।
ଚାରା:- ୧ ହେକଟର ଜମିରେ ଲଗେଇବା ପାଇଁ ପ୍ରାୟ ୨୫୦୦ କଲମୀ ବା କଟିଙ୍ଗ ଦରକାର ହୋଇଥାଏ ଓ କଲମୀ ଗୁଡିକୁ ପଟାଳିରେ ପୋତିବା ପାଇଁ କୌଣସି ନିର୍ଦିଷ୍ଟ ପ୍ରାକ-ଉପଚାରର ଆବଶ୍ୟକତା ପଡେ ନାହିଁ ।
ଜମି ପ୍ରସ୍ତୁତି ଓ ସାର ପ୍ରୟୋଗ:- ଜମିକୁ ଭଲ ଭାବରେ ହଳକରି ସେଥିରୁ ଅନାବନା ଘାସ ସବୁ ବାହାର କରିଦିଆଯାଏ ଇ ଜମି ପ୍ରସ୍ତୁତି ସମୟରେ ମୂଳସାର ହିସାବରେ ହେକଟର ପିଛା ୧୦ ଟନ ଗୋବର ଖତ ଏବଂ ଅଧା ଡୋଜର ୭୫ କି.ଗ୍ରା. ଯବକ୍ଷାରଜାନ ପ୍ରୟୋଗ କରାଯାଏ ।
ପରିରୋପଣ ଓ ଉପଯୁକ୍ତ ବ୍ୟବଧାନ:- ଭଲ ଅମଳ ପାଇଁ ଗଣ୍ଠିଯୁକ୍ତ କଲମୀ ଗୁଡିକୁ ଜମିରେ ସିଧାସଳଖ ୩ମି.ଙ୍ଘ୩ମି. ଦୂରତାରେ ଲଗାଯିବା ଉଚିତ ଓ ବଢିବା ପାଇଁ ଲତା ଗୁଡ଼ିକ ଅନ୍ୟ ଗଛର ସାହାଯ୍ୟ ଦରକାର କରନ୍ତି ।
ଆନ୍ତଃ ଫସଲର ବ୍ୟବସ୍ଥା:- ଗୁଡ଼ୁଚି ଏକ ବଡ଼ ଲତା ହୋଇଥିବାରୁ ଏହା ଗୁଡେଇହେବା ପାଇଁ ଏକ ସାହାରା ଆବଶ୍ୟକ କରେ ଏବଂ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ ସାହାରାଟିକୁ ଘୋଡେଇ ଦିଏ ଓ ଯଦି ଏହି କଲମୀ ଗୁଡ଼ିକୁ ତାହାର ବାୟବୀୟ ଚେର ସହିତ କୌଣସି ଗଛ ଉପରକୁ ଫିଙ୍ଗିଦିଆଯାଏ, ତାହା ତଳକୁ ବଢ଼ିବାକୁ ଆରମ୍ଭ କରେ ଓ ତାହାର ଚେର ମାଟିକୁ ପଶିଯାଇଥାଏ ।
ଉପଯୁକ୍ତ ଯତ୍ନ ଓ ରକ୍ଷଣାବେକ୍ଷଣ:- ଲତା ବଢିବା ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ୧୦ ଟନ ଗୋବରଖତ ସହିତ ୭୫ କି.ଗ୍ରା. ଯବକ୍ଷାରଜାନ ସାର ପକାଯିବା ସହ ପାଖାପାଖି ୨ ରୁ ୩ ଥର ଘାସ ବଛାବଛି ଦରକାର ହୁଏ ଓ ଦୁଇଧାଡ଼ି ମଧ୍ୟରେ ଥିବା ଫାଙ୍କା ଜାଗାକୁ ଅନାବନା ଘାସାରୁ ମୁକ୍ତ ରଖାଯାଏ, ନହେଲେ ଘାସ ଦ୍ୱାରା ଲତାଗୁଡିକର ବୃଦ୍ଧି କମି ଯିବାର ସମ୍ଭାବନା ଥାଏ ।
ଜଳସେଚନ:- ଗୁଡ଼ୁଚି ଲତା ଅଳ୍ପବୃଷ୍ଟି ହେଉଥିବା ଜାଗାରେ ବଢ଼ିଥାଏ ଓ କିନ୍ତୁ କେବେ କେମିତି ବହୁତ ଥଣ୍ଡା ବା ବହୁତ ଗରମ ସମୟରେ ପ୍ରତିକୂଳ ଅବସ୍ଥାରୁ ବଂଚେଇବା ପାଇଁ ଏଥିରେ ଜଳସେଚନ କରାଯଇଥାଏ ।
ରୋଗ ଓ ପୋକ ନିୟନ୍ତ୍ରଣ:- ଏପର୍ଯ୍ୟନ୍ତ ଅତ୍ୟନ୍ତ କ୍ଷତିକାରୀ ରୋଗ ଓ ପୋକ ଏଥିରେ ଲାଗିଥିବାର ପ୍ରମାଣ ନାହିଁ ।
ଫସଲ ପରିପକ୍ୱତା ଓ ଅମଳ:- କାନ୍ଦ ଗୁଡ଼ିକର ମୋଟେଇ ୨.୫ ସେ.ମି. ରୁ ଅଧିକ ହେଲେ ଶରତ ଋତୁରେ ଏହାର ଅମଳ କରାଯାଏ ଓ ମୂଳକୁ ସେମିତି ଆହୁରି ବଢିବା ପାଇଁ ଛାଡ଼ି ଦିଆଯାଏ । ଅମଳ ପରର ପକ୍ରିୟାକରଣ:- ଅମଳ ହୋଇଥିବା କାଣ୍ଡଗୁଡ଼ିକୁ ଛୋଟଛୋଟ ଖଣ୍ଡରେ କାଟି ଛାଇରେ ଶୁଖାଯାଏ ଓ ଭଲ ଭାବରେ ଶୁଖିଯାଇଥିବା ଖଣ୍ଡଗୁଡିକୁ ଅଖାବସ୍ତାରେ ଭର୍ତିକରି ବାୟୁ ଚଳାଚଳ କରୁଥିବା ଘରଭିତରେ ଥାକକରି ରଖାଯାଏ ଇ ରଖିବା ସମୟରେ କାଣ୍ଡର ଛାଲି ନଛାଡିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥାଏ, ନହେଲେ ଏହା ଶୀଘ୍ର ସଢ଼ିଯିବାର ସମ୍ଭାବନା ଥାଏ । ଅମଳ ଓ ଲାଭ:- ଗୁଡ଼ୁଚି ଚାଷରୁ ୨ ବର୍ଷରେ ଏକ ହେକଟରରୁ ପ୍ରାୟ ୧୫୦୦କି.ଗ୍ରା. ସଦ୍ୟକାଣ୍ଡ ମିଳେ, ଯାହାକି ଶୁଖିଗଲେ ୩୦୦କି.ଗ୍ରା. ହୋଇଥାଏ ଓ ଏଥିରୁ ଏକ ହେକଟରରୁ ପ୍ରାୟ ୩୦,୦୦୦.୦୦ ଟଙ୍କା ଲାଭ ମିଳିଥାଏ ।

Leave A Reply

Your email address will not be published.

14 + 8 =