ଓଡିଶାରେ ବିଦ୍ୟୁତ ସଂସ୍କାର କାହା ସ୍ୱାର୍ଥରେ : ପଞ୍ଚାନନ

ଭୁବନେଶ୍ୱର: ବହୁତ ବଡ଼ ମହତାକାଂକ୍ଷା ନେଇ ଓଡ଼ିଶାରେ ୧୯୯୫ ରୁ ବିଦ୍ୟୁତ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆରମ୍ଭ ହୋଇଥିଲା । ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ପାଇବ, ଶସ୍ତା ଓ ସୁବିଧାରେ ରାଜ୍ୟର ଉପଭୋକ୍ତାଙ୍କ ନିକଟରେ ବିଦ୍ୟୁତ ପହଂଚିବ । ବିଦ୍ୟୁତ ସରୋବରାହ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତର୍ନ ଘଟିବ । ବିଦ୍ୟୁତ ସରବରାହ ଜନିତ କ୍ଷତି ଓ ବିଦ୍ୟୁତ ଚୋରି କମି ଜାତୀୟ ହାର ସହିତ ସମାନ ବା ତା ଠାରୁ କମ୍ ରହିବ । ରାଜ୍ୟ ସହୁଥିବା କ୍ଷତି ହେବନାହିଁ । ଏହି ସଂସ୍କାର ପରେ ଦୀର୍ଘ ୨୦ବର୍ଷକାଳ ନିରବଚ୍ଛିନ୍ନଭାବେ ନବୀନବାବୁଙ୍କ ସରକାର ରାଜ୍ୟରେ ରହି ଆସିଛନ୍ତି । ସଂସ୍କାରର ଗୋଟିଏ ବି ଉଦେ୍ଧଶ୍ୟ ଏପର୍ଯ୍ୟନ୍ତ ପୂରଣ ହେଲା ନାହିଁ । ବରଂ ସବୁ କ୍ଷେତ୍ରରେ ସ୍ଥିତି ଅଧିକ ଖରାପ ହୋଇଥିବାର ଦେଖାଯାଇଛି । ବରଂ ବିଭିନ୍ନ ଭାବରେ ପାଖାପାଖି ୨୨ ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଯାଇଛି କେନ୍ଦ୍ରୀୟ ଅନୁଦାନ ସହିତ୧୨ ହଜାର କୋଟି ଟଙ୍କାର ଋଣ ଅଣା ଯାଇଛି । ଏପରି ମୋଟ ୩୪ ହଜାର କୋଟି ଟଙ୍କା ବିଦ୍ୟୁତ କ୍ଷେତ୍ରରେ ଖର୍ଚ୍ଚ ହୋଇ ସାରିଛି । ଏ ମଧ୍ୟରେ ବିତରକ କମ୍ପାନୀ ସେସୁକୁ ଶାଗମାଛ ଦରରେ ଟାଟା ବିଦ୍ୟୁତ କମ୍ପାନୀ ହାତକୁ ଟେକି ଦିଆଗଲା । ଟାଟା ଆରମ୍ଭରୁ କହିଲାଣି ଯେ ଯାହାସବୁ ସେସୁ ଅଧିନସ୍ଥ ଲାଇନ୍ ବା ବିଦ୍ୟୁତ ବ୍ୟବସ୍ଥା ଅଛି ତାହା ଖରାପ । ସେହି ଆଳରେ ସେ ବିଭିନ୍ନ ସୁବିଧା ସୁଯୋଗ ହାତେଇବାର ବ୍ୟବସ୍ଥା କରିବ । ବିତରଣର ନିୟମ ପାଳନ ପାଇଁ ଗ୍ରୀନ୍ ଏନର୍ଜୀ ଅର୍ଥାତ୍ ସୋଲାର ଏନର୍ଜୀ ଉତ୍ପାଦନ ନିମନ୍ତେ ଜମି ହାତେଇବ । ରାଜ୍ୟକୁ ମିଳିଥିବା କୋଲ୍ ବ୍ଲକରୁ ବଡ଼ ଧରଣର ଫାଇଦା ଉଠାଇବା ପାଇଁ ଆଦାନୀ ରାଜ୍ୟର ବିଦ୍ୟୁତ ଉତ୍ପାଦନ ମୁଖ୍ୟ ଅଂଶ ୪୯% ହାତେଇବାକୁ ଚେଷ୍ଟା କରିଛି ଓ ସରକାର ରାଜ୍ୟର ଏକ ବିରାଟ ସଂପତିକୁ ତା ହାତକୁ ଶାଗମାଛ ଦରରେ ଅର୍ଥାତ୍ ବାର ହଜାର କୋଟି ଟଙ୍କାର ଜିନିଷକୁ ମାତ୍ର ୧୦୦୦ କୋଟି ଟଙ୍କାରେ ଟେକି ଦେବା ମସୁଧା କରିଛନ୍ତି । ଅଗଷ୍ଟ ୫ ଓ ୬ ତାରିଖରେ ଅଫିସର ମହଲରେ ଏ ସଂପର୍କରେ ବି·ର ଆଲୋଚନା ଆରମ୍ଭ ହୋଇଛି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବରିÂ କଂଗ୍ରେସ ନେତା ପଂଚାନନ କାନୁନ୍ଗୋ ଓ ଜ୍ଞାନଦେବ ବେଉରା କଂଗ୍ରେସ ପକ୍ଷରୁ ଏହି ପରିପ୍ରେୀକ୍ଷରେ ରାଜ୍ୟ ସରକାରଙ୍କୁ କେତେଗୋଟି ପ୍ରଶ୍ନ ପଚାରିବା ସହ କିଛି ଦାବି ଉପସ୍ଥାପନ କରିଛନ୍ତି ଯାହାକି ରାଜ୍ୟବାସୀ ଜାଣିବାର ଅଛି । ଏ.ଇ.ଏସ୍ କମ୍ପାନୀ ଏବଂ ରାଜ୍ୟ ସରକାର ମଧ୍ୟରେ ହୋଇଥିବା ଚୁକ୍ତି – ଏଗ୍ରୀମେଂଟ ଧାରା-୧୪ର କେଉଁ କେଉଁ ପକ୍ଷ କେଉଁ କେଉଁ ଉପଧାରା ଖିଲାପ କରିଛନ୍ତି ? ଯେଉଁଥିପାଇଁ ଉଭୟ ଓହରି ଯିବାକୁ ବସିଛନ୍ତି ବା ନିଜ ନିଜର ସେୟାର ବିକ୍ରି । ଏହି ଖିଲାପକାରୀଙ୍କ ଉପରେ କି କି ଆଇନାନୁମୋଦିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି

Leave A Reply

Your email address will not be published.

2 × two =