ଭାରତ ଓ ଭାରତୀୟ

ଆଜି ହୋଉଛି ଆମ ଦେଶର ୭୪ତମ ସ୍ୱାଧିନତା ଦିବସ । ଏହି ଅବସରରେ ଯେଉଁ ମହାନ ସ୍ୱାଧୀନତା ସଂଗ୍ରାମୀମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ଓ ରକ୍ତକୁ ପାଣି ଭଳି ନିଗାଡି ଏ ଦେଶର ପରାଧିନ ଭାରତୀୟଙ୍କ ହୁଦୟରେ ବିଦ୍ରୋହର ବହ୍ନି ଜାଳି ଏ ଦେଶକୁ ବିନା ଲକ୍ଷପାତରେ ଅହିଂସା ଆନେ୍ଦାଳନ ମଧ୍ୟ ଦେଇ ସ୍ୱାଧିନ କରିଥିଲେ, ସେମାନେ ଏବେ ପ୍ରାୟତଃ ସମସ୍ତେ ପରପାରିରେ । ୨୦୨୦ ଅଗଷ୍ଟ ୧୫ କହିଲେ ଏହା ସ୍ୱାଧିନ ଭାରତ ବର୍ଷରେ ଜନ୍ମଗ୍ରହଣ କରିଥିବା ଭାରତୀୟ ନଗରିକଙ୍କ ପାଇଁ ସ୍ୱାଧିନତା ଦିବସ ପାଳନ କରିବାର ଇତିହାସ ଯାହା ସଦାସର୍ବଦା ପ୍ରତ୍ୟେକଙ୍କ ଲାଗି ଅତି ଗୌରବମୟ ଓ ଘଟଣାବଳିର ଏକ ସଂଗଠିତ ସମାହାର । ଜାତିର ପିତା ମହାତ୍ମା ଗାନ୍ଧି ହୁଅନ୍ତୁ ବା ଶହିଦ ଉଦ୍ଧାମ ସିଂ ହେଉ କିମ୍ବା ଚରମପନ୍ଥୀ ଖୁଦିରାମ ବସୁ ଅଥବା ଓଡ଼ିଶାରେ ଜନ୍ମ ଓ ପାଠ ପଢ଼ା ସାରି ଦେଶ ମାତୃକା ପାଇଁ ଜାପାନ ଯାଇ ଆଜାଦହିନ୍ଦ ଫୌଜ ଗଠନ କରି ନିଜକୁ ବାଜି ଲଗାଇ ଦେଇଥିବା ପ୍ରଚଣ୍ଡ ବ୍ୟକ୍ତିତ୍ୱର ଅଧିକାରୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବା ପଣ୍ଡିତ ଜବାହରଲାଲ ନେହେରୁ ହୁଅନ୍ତୁ, ସମସ୍ତେ ଏକମନ, ଏକପ୍ରାଣ ଓ ଏକଧ୍ୟନରେ ଦେଶରୁ ଇଂଗ୍ରେଜ ଶାସନ ଲୋପ କରିବାକୁ ଜୀବନର ମୂଲ୍ୟବାନ ସମୟ ଅକାତରେ ବଳି ଦେବାକୁ ତିଳେମାତ୍ର ପଛଘୁଂଚା ଦେଇନାହାନ୍ତି । ଭାରତ ସ୍ୱାଧିନତା ପାଇବା ସହ ଏହା ବିଭାଯିତ ହୋଇ ସ୍ୱତନ୍ତ୍ର ପାକିସ୍ତାନ ରାଷ୍ଟ୍ର ଗଠନ ହେବା ସହିତ ମୁମ୍ବାଇ ନିବାସୀ ମହମ୍ମଦ ଅଲ୍ଳି ଜିନ୍ନା ଏହାର ନେତୃତ୍ୱ ନେଇ ଅଗଷ୍ଟ ୧୪ରେ ସ୍ୱାଧିନତା ଦିବସ ଘୋଷଣା କରିଥିଲେ ଏବଂ ତାଙ୍କୁ ‘ଫାଦର ଅଫ ପାକିସ୍ତା’ ବୋଲି କୁହାଯାଇଥାଏ । ତାହା ସତ୍ୱେ ଭାରତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଆପଣାଇବା ସହିତ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଭାଷା ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ଦେବା ସହିତ ଦେଶର ସମ୍ବିଧାନ ପ୍ରଣୟନ କରାଯାଇଥିଲା । ବାବା ସାହେବ ଅମ୍ବେଦକର ସମ୍ବିଧାନ ପ୍ରଣୟନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିଥିଲେ । ଏପରିକି ଭାରତ ଭଳି ବିରାଟ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହାକୁ ପ୍ରତେକ କ୍ଷେତ୍ରରେ ସ୍ୱାବଲମ୍ବନଶୀଳ କରିବାକୁ ଗୋଟିଏ ପଟେ ସମାଜବାଦକୁ ଆପଣାଇବା ସହିତ ଅନ୍ୟପଟେ ଅଭାବ ପୂରଣ କରିବାକୁ ଆନ୍ତର୍ଜାତୀୟ ସ୍ତରରେ ନିଜର କୁଟନୀତିକୁ ସନୁପଯୋଗ କରି ଏହା ଭରଣା କରିଆସିଥିଲେ ଓ ଦେଶ ପରବର୍ତୀ ପର୍ଯ୍ୟାୟରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବନଶୀଳ ହୋଇ ପାରିଥିଲା । ପରବର୍ତୀ ପର୍ଯ୍ୟାୟରେ ଇନ୍ଦିରା ଗାନ୍ଧି ଦେଶକୁ ଅର୍ଥିନୀତି କ୍ଷେତ୍ରରେ ଅଧିକ ଆଗେଇ ନେବାରେ ନାନା ପଦକ୍ଷେପ ଗ୍ରହଣ କରିଥିଲେ । ସେହି ସମୟରେ ବାଂଗଲା ଦେଶ ଗଠନ ହେବା ଓ ପାକିସ୍ତାନ ବିଭାଜିତ ହେବା ଏବଂ ଅର୍ଥନୀତି କ୍ଷେତ୍ରରେ ବିଂଶସୂତ୍ରୀ କାର୍ଯ୍ୟକ୍ରମ ଲାଗୁକରିବା ଦ୍ୱାରା ସେ ବିପୁଳ ଜନ ସମର୍ଥନ ପାଇଥିଲେ । କିନ୍ତୁ ଜରୁରି ପରିସ୍ଥିତି ଜାରି କରିବା ପରେ ଏ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଏପରି ଯେ, ତାଙ୍କର ନିର୍ବାଚନାରେ ପରାଜୟ ଘଠିଥିଲା । ସେତେବେଳେ ମୋରାରଜି ଦେଶାଇ ଏବଂ ପରବର୍ତୀ କାଳରେ ଏକାଧିକ ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିଥିଲେ । ନେହେରୁଙ୍କ ପରେ ସ୍ୱଳ୍ପ ସମୟ ଲାଗି ଲାଲବାହାଦୁର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ତାଙ୍କର ‘ଜୟ ଜବାନ ଜୟ କିଷାନ’ ନାରା ଦେଶବାସୀଙ୍କୁ ସବୁ କ୍ଷେତ୍ରରେ ଆଗେଇବା ଲାଗି ପ୍ରେରଣା ଦେଇଥିଲା । ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଦକ୍ଷିଣ ଭାରତରୁ ମଧ୍ୟ ପରବର୍ତୀ କାଳରେ ଏଚଡି ଦେବଗୌଡା ପ୍ରଧାନମନ୍ତ୍ରୀ ରହିଥିଲେ । ତେବେ ବିଜେପି ପ୍ରଥମ ଥରଲାଗି ୨୩ଟି ଜାତୀୟ ଓ ଆଂଚଳିକ ଦଳକୁ ନେଇ ଅଟଳ ବିହାରି ବାଜପେୟୀଙ୍କ ନେତୃତ୍ୱରେ ସରକାର ଗଠନ କରିବା ସହିତ ଅଣୁ ବୋମା ପରୀକ୍ଷା କରାଯାଇଥିଲା ।
ପରେ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ରହି ଦେଶର ଅର୍ଥତୀତିକୁ ବିଶ୍ୱ ବଜାର ଲାଗି ଉନ୍ମୁକ୍ତ କରାଇଥିଲେ । ତାଙ୍କପରେ ବିଶିଷ୍ଟ ଅର୍ଥନୀତିଜ୍ଞ ମନମୋହନ ସିଂ ପ୍ରଧାନମନ୍ତ୍ରୀ ହେବା ସହିତ ଅର୍ଥନୀତି ଗତିଶୀଳ ରହିଥିଲା । ତେବେ ପୁନର୍ବାର ବିଜେପି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ କରି ଦ୍ୱିତୀୟ ବାର ନିର୍ବାଚନରେ ସଂଖ୍ୟା ଗରିଷ୍ଟତା ହାସଲ କରିବା ତାଙ୍କ ପାଇଁ ଥିଲା ଏକ ଅଗି୍ନ ପରୀକ୍ଷା । ଏଥିରେ ସେ ସଫଳ ହେବା ସହିତ ଯେପରି ଭାବେ ଜାମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ କରିବାରେ ସମର୍ଥ ହେଲେ ଏବଂ ସୀମାନ୍ତରେ ଚୀନ୍ ଅନୁପ୍ରବେଶକୁ ଜବାବ ଦିଆଗଲା, ତାହା ଏକ ନୂତନ ଅଧ୍ୟାୟ ସୃଷ୍ଟି କଲା କହିଲେ ଅତୁ୍ୟକ୍ତି ହେବନାହିଁ । ତାଙ୍କ ପାଇଁ ଏବେ କରୋନା ମହାମାରୀ ହେଉଛି ଅନ୍ୟତମ ଅଗ୍ନିପରୀକ୍ଷା । ଏହି ମହାମାରୀ ଦ୍ୱାରା ଦେଶର ଅର୍ଥନୀତି ଏବେ ଚାପଗ୍ରସ୍ତ । ଗୋଟିଏ ପଟେ ଚାଇନା କ୍ଷେତ୍ରରେ ସୀମାନ୍ତ ଅନୁପ୍ରବେଶକୁ ରୋକିବା ଏବଂ ଅନ୍ୟପଟେ କରୋନାରୁ ମୁକ୍ତି ମିଳିବା ସହିତ ଦେଶର ଅର୍ଥନୀତିକୁ ସୁସଞ୍ଜତ ଏବଂ ସୁସଂଗଠିତ କରିବା ଏବେ ଏକ ପ୍ରକାର କାଠିକର ପାଠ । ଆମ ମତରେ ଏ କ୍ଷେତ୍ରରେ ବିଶ୍ୱସ୍ତରୀୟ ଅର୍ଥନୀତିଜ୍ଞ ଯଥା ଅମର୍ତ୍ୟ ସେନ, ମନମୋହନ ସିଂ, ରଘୁରାମ ରାଜନ ଏବଂ ନୋବେଲ ବିଜେତା ବହୁ ଅର୍ଥନୀତିଜ୍ଞଙ୍କ ପରାମର୍ଶ ନିଆଯାଇପାରିଲେ ଦେଶର ଅର୍ଥନୀତି ସବଳ ହୋଇପାରନ୍ତା । ତେଣୁ ୭୪ତମ ସ୍ୱାଧିନତା ଦିବସ ଅବସରରେ କେନ୍ଦ୍ରସରକାର ଓ ପ୍ରତ୍ୟେକ ଭାରତୀୟ ଘରଠାରୁ ଦେଶପର୍ଯ୍ୟନ୍ତ ନିଜ ନିଜ କ୍ଷେତ୍ରରେ ଅର୍ଥନୀତିକୁ ସୁଧାରିବା ଲାଗି ଉଦ୍ୟମ କରିବା ଲାଗି ପ୍ରତିଜ୍ଞାବଦ୍ଧ ହେବା ଆବଶ୍ୟକ ।

Leave A Reply

Your email address will not be published.

four + four =