ରାଜ୍ୟର ନିଜ ରାଜସ୍ୱ ୩ ଲକ୍ଷ କୋଟି କମିିବ!

ନୂଆଦିଲ୍ଲୀ: କରୋନା ମହାମାରୀ ରାଜ୍ୟଗୁଡ଼କର ଆର୍ଥିକ ଦୋହଲାଇ ଦେବା ରାଜ୍ୟଗୁଡ଼ିକ ନିଜସ୍ୱ ଟିକସ ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ୩ ଲକ୍ଷ କୋଟି ହ୍ରାସ ପାଇବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଅର୍ଥନୈତିକ ଗବେଷଣା ବିଭାଗ ପକ୍ଷରୁ ଏଭଳି ଉପବେଗଜନକ ରିପୋର୍ଟ ପ୍ରକାଶ କରାଯାଇଛି । ଗବେଷଣା ବିଭାଗର ଆକଳନ ଅନୁଯାୟୀ, ରାଜ୍ୟ ଗୁଡ଼ିକ ଭାଟ୍, ଉତ୍ପାଦ ଶୁଳ୍କ, ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଫି ବାବଦରେ ରାଜ୍ୟଗୁଡ଼ିକ ରାଜସ୍ୱ ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସ ପ୍ରାୟ ୫୩ ହଜାର କୋଟି ଟଙ୍କା ହ୍ରାସପାଇବ । ଏହି କ୍ଷତିରେ ରାଜ୍ୟଗୁଡ଼ିକ ଏସଜିଏସଟି ବାବଦ କ୍ଷତିକୁ ମିଶାଇଲେ ପ୍ରଥମ ତ୍ରୟମାସରେ ସେମାନଙ୍କର କ୍ଷତି ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କାରେ ପହଂଚିବା ପୂରା ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକର ନିଜସ୍ୱ ଟିକସ କ୍ଷତି ପ୍ରାୟ ୩ ଲକ୍ଷ କୋଟି ଟଙ୍କା ରହିବ ବୋଲି ଷ୍ଟେଟ ବ୍ୟାଙ୍କର ଇକୋରାପ୍ ରିପୋର୍ଟରେ କୁହାଯାଇଛି । ଏତବ୍ୟତୀତ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଗୁଡ଼ିକରେ ହେବାକୁ ଥିବା ୧.୭ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ଓ କେନ୍ଦ୍ର ସରକାରଙ୍କ ଅତିରିକ୍ତ ୧.୫ ଲକ୍ଷ କୋଟି ଟଙ୍କାର ରାଜସ୍ୱ କ୍ଷତିକୁ ମିଶାଇଲେ ଦେଶର ପ୍ରମୁଖ ରାଜ୍ୟଗୁଡ଼ିକର କ୍ଷତି ପାଖାପାଖି ୬.୨ ଲକ୍ଷ କୋଟି ଟଙ୍କାରେ ପହଂଚିଯିବ ବୋଲି ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ସୌମ୍ୟକାନ୍ତି ଘୋଷ କହିଛନ୍ତି । ତେବେ ରାଜ୍ୟଗୁଡ଼ିକର ଏସବୁ କ୍ଷତିକୁ ବିଚାରକୁ ନେଇ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସେମାନଙ୍କ ଋଣ ପରିମାଣ ବଢ଼ାଇବା ଲାଗି ଅନୁମତି ପ୍ରଦାନ କରିଛନ୍ତି । ଫଳରେ ରାଜ୍ୟଗୁଡ଼ିକ ଋଣ କରି ଅତିରିକ୍ତ ୪.୨୮ ଲକ୍ଷ କୋଟି ଟଙ୍କାର ସମ୍ବଳ ସଂଗ୍ରହ କରିପାରିବେ । କିନ୍ତୁ ଋଣ ପାଇଁ କେନ୍ଦ୍ର ସରକାର ଯେଉଁ ସର୍ତ ରଖିଛନ୍ତି ତାହା ଫଳରେ ରାଜ୍ୟଗୁଡ଼ିକ ଅତିରିକ୍ତ ୩.୧୩ ଲକ୍ଷ କୋଟି ଟଙ୍କାର ସମ୍ବଳ ସଂଗ୍ରହ କରିବାକୁ ସକ୍ଷମ ହେବେ । ରିପୋର୍ଟ ଅନୁଯାୟୀ ଜିଏସଡିପି ଅତିରିକ୍ତ ୨ ପ୍ରତିଶତ ଋଶ କରିବା ପାଇଁ ଯେଉଁ ସର୍ତ ରଖାଯାଇଛି ସେଥିରେ ଦେଶର କେବଳ ୮ଟି ସମର୍ଥ ହେବେ । ତେଣୁ ରାଜ୍ୟଗୁଡ଼ିକ ପାଇଁ ସମୁଦାୟ ଆର୍ଥିକ ବର୍ଷରେ ମୋଟ ୩.୧ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଅଭାବ ଗୁଡ଼ିକୁ ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧୀନରେ ଜିଏସଡିପିର ଅତିରିକ୍ତ ୨ ପ୍ରତିଶତ ସମ୍ବଳ ସଂଗ୍ରହ ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ଏଥିପାଇଁ କେତେକ ସର୍ତ ରଖାଯାଇଛି । ପୂର୍ବରୁ ରାଜ୍ୟଗୁଡ଼ିକୁ ଜିଏସଡିପିର ୩ ପ୍ରତିଶତ ଋଣ କରିବା ଅନୁମତି ରହିଛି । ମହାମାରୀ କାରଣରୁ କେନ୍ଦ୍ର ସରକାରଙ୍କ ଜିଏସଟି ଆସାୟ ରାଶି ମଧ୍ୟ ହ୍ରାସ ପାଇଛି । ତେଣୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଓ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ମିଳିତଭାବେ ୫୪ ହଜାର କୋଟି ଟଙ୍କା ସ୍ଥାନାନ୍ତର କରାଗଲେ ଏଥିରୁ କିଛିଟା ନିଅଂଟ ଭରଣା ହୋଇପାରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏହାବ୍ୟତୀତ ରାଜ୍ୟଗୁଡ଼ିକ ପାଇଁ ୱେଜ୍ ଆଣ୍ଡ ମିନ୍ସରେ ଆଉ ଏକ ବୃଦ୍ଧି ପାଇଁ ରାଜ୍ୟଗୁଡ଼ିକୁ ଅନୁମତି ଦେବା ସହିତ ରିଜର୍ଭ ବ୍ୟାଙ୍କ ଖୋଲା ବଜାରରୁ ଋଣ ସଂଗ୍ରହ ମାଧ୍ୟମରେ ରାଜ୍ୟଗୁଡ଼ିକୁ ସହଯୋଗ କରିବା ଆବଶ୍ୟକ ।

Leave A Reply

Your email address will not be published.

four × 3 =