ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି ୨୦୨୦ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ତେବେ ଏହାକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ପାଇଁ ଅଧିକ ବ୍ୟୟ ବରାଦ କରିବା ସହିତ ଆବଶ୍ୟକ ଅର୍ଥର ୮୦ ଭାଗ ଯୋଗାଇଦେବା ଆବଶ୍ୟକ । ଏହା କହିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲସ କଲଚରାଲ ସେଣ୍ଟର (ପିକକ), ଓଡିଶା ଆଲାଏନ୍ସ ଫର୍ ଚାଇଲ୍ଡ ରାଇଟ୍ସ (ଓଏସିଆର) ଏବଂ ଏନ୍ଏସିଜି ଇଭିଏସି, ଇଣ୍ଡିଆ ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଫଜାତୀୟ ଶିକ୍ଷାନୀତି ୨୦୨୦ ଓ ଓଡିଶାର ବିଦ୍ୟାଳୟ ଶିକ୍ଷାଦାନ ଉପରେ ଏହାର ପ୍ରଭାବଫ ଶୀର୍ଷକ ୱେବିନାରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ଦେଶରେ ଏକକ ଶିକ୍ଷାନୀତି ସ୍ୱାଗତଯୋଗ୍ୟ ପଦକ୍ଷେପ । କେନ୍ଦ୍ର ସରକାର ମାନବ ସମ୍ବଳ ବିକାଶ ବିଭାଗର ନାମ ବଦଳାଇ ଶିକ୍ଷା ବିଭାଗ କରିବା ଏବଂ ନୂତନ ଶିକ୍ଷାନୀତିରେ ୩ବର୍ଷ ବୟସରୁ ପିଲାଙ୍କୁ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରିବା ସାମଗ୍ରିକ ଭାବେ ସ୍ୱାଗତଯୋଗ୍ୟ । ହେଲେ କେନ୍ଦ୍ର ସରକାର ଏଥିରେ ଆର୍ଥିକ ବ୍ୟବସ୍ଥା ନେଇ କିଛି ସ୍ପଷ୍ଟ କରିନାହାନ୍ତି । ଏଥିପାଇଁ କିଏ କେତେ ପରିମାଣର ଅର୍ଥ ବ୍ୟବସ୍ଥା କରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରଶ୍ନ କରିବା ସହିତ କେନ୍ଦ୍ର ସରକାର ୮୦ ପ୍ରତିଶତ ଓ ରାଜ୍ୟ ସରକାର ୨୦ ପ୍ରତିଶତ ଆର୍ଥିକ ବୋଝ ବହନ ପାଇଁ ପ୍ରସ୍ତାବ ଦେଇଛନ୍ତି ।
କାର୍ଯ୍ୟକ୍ରମରେ ଅ୍ମକ୍ଷତା କରି ଓଡିଶା ଆଲାଏନ୍ସ ଫର୍ ଚାଇଲ୍ଡ ରାଇଟ୍ସ (ଓଏସିଆର) ଓ ଏନ୍ଏସିଜି ଇଭିଏସି, ଇଣ୍ଡିଆର ଅଧ୍ୟକ୍ଷ ରନ ମହାନ୍ତି ନୂତନ ଶିକ୍ଷାନୀତି ଆଧାରରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପିକକ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ୱେବିନାରରେ ଅଂଶଗ୍ରହଣ କରି ବରିଷ୍ଠ ପ୍ରଶାସକ ତଥା ଏସ୍ସିଇଆରଟିର ନିର୍ଦ୍ଦେଶକ ଗଙ୍ଗାଧର ସାହୁ କହିଥିଲେ ଯେ ଜାତୀୟ ଶିକ୍ଷାନୀତି-୨୦୨୦ ଏକ ଉତ୍ତମ ଯୋଜନା ଏବଂ ଏହାକୁ ନେଇ ପ୍ରଶ୍ନ କରିବାର ନାହିଁ । ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କେତେକ ଦିଗପ୍ରତି ବିଶେଷ ଦୃଷ୍ଟି ହେବାକୁ ପଡିବ । ବିଶେଷକରି ଅଙ୍ଗନବାଡି ଗୁଡିକର ପୁର୍ନଗଠନ, ପାଠ୍ୟକ୍ରମ ପରିବର୍ତ୍ତନ, ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ଭଳି ଶିକ୍ଷା ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ହେବ । ଗୁଜୁରାଟସ୍ଥିତ ପଣ୍ଡିତ ଦୀନ ଦୟାଲ ପଟ୍ରୋଲିୟମ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ସୀତାକାନ୍ତ ମିଶ୍ର କହିଥିଲେ ଯେ ୧୯୮୬ ମସିହାରେ ଶେଷ ଶିକ୍ଷାନୀତି ପ୍ରସ୍ତୁତ ହୋଇଥିଲା । ବର୍ତ୍ତମାନ ଭାରତ ବହୁ ଆଗକୁ ଯାଇଥିବାରୁ ନୂତନ ଶିକ୍ଷାନୀତିର ଆବଶ୍ୟକ ଥିଲା ଯାହା ଜାତୀୟ ଶିକ୍ଷାନୀତି-୨୦୨୦ ପୂରଣ କରିପାରିବ । ଓଡିଶାରେ ଏବେ ନାରୀମାନେ ଆଗକୁ ଆସୁଛନ୍ତି । ତେଣୁ ସେମାନଙ୍କ ଦ୍ୱାରା ଶିକ୍ଷାର ସ୍ୱପ୍ନ ପୂରଣ ହୋଇପାରିବ । ୩ରୁ ୬ବର୍ଷ ବୟସର ପିଲାଙ୍କ ଶିକ୍ଷାଦାନ ଆରମ୍ଭ କରିବାକୁ ହେଲେ ପ୍ରଥମେ ଭିତ୍ତିଭୂମି ଆବଶ୍ୟକତା ପୂରଣ କରିବାକୁ ହେବ । ନୂତନ ବ୍ୟବସ୍ଥାରେ ମ୍ମାହ୍ନଭୋଜନ ସହିତ ସକାଳ ଜଳଖିଆ ପ୍ରଦାନ ଭଳି ବ୍ୟବସ୍ଥା ରହିଥିବାବେଳେ ଏଥିରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସୁବିଧ ପାଇବାକୁ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ ।