ଦେଶରେ ଗୋ ମହିଁଷାଦି ଆଦି ଗୃହ ପାଳିତ ପଶୁ ସଂପଦ ସଂଖ୍ୟା ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବୃଦ୍ଧି ପାଇଥିବା ଏକ ସୁଖଦ ଖବର ହେଇଥିବା ବେଳେ ଆଉ ଏକ ଦୁଃଖଦ ତଥା ଉଦବେଗ ଜନକ ଖବର ହେଉଛି, ଗୋମାତା ରୁପେ ପୁଜିତ ଗାଇ ଆମିସ ଖାଇବା, ଏଭଳି ଏକ ଚିନ୍ତା ଜନକ ତଥା ବିସ୍ମୟ ଜନକ ରିପୋର୍ଟ ମିଳିଛି ଗୋଆରୁ । ଗୋଆର ଗାଇ ଗୋରୁ ଘାଷ, ଡାଳପତ୍ର ଛାଡି ଏବେ ମାଛ, ମାଉଁସ, ଚିକେନ ଭଳି ଆମିଶ ଦ୍ରବ୍ୟ ଖାଉଛନ୍ତି । ଏହି ଗୋରୁ ଗାଇ ଘାଷ, କୁଣ୍ଡା, ଚୋକଡ ପ୍ରତି ମୁହଁ ମୋଡି ଦେଇଛନ୍ତି । ଏଭଳି ଆମିଶ ଖିଆ ୭୬ଟି ଗାଇକୁ ଉଦ୍ଧାର କରି ଗୋଆ ସରକାର ଏବେ ଆଶ୍ରୟ କେନ୍ଦ୍ରରେ ରଖିଛନ୍ତି । ଗୋଆର ପର୍ଯ୍ୟଟନ ସ୍ଥଳି କାଲାଙ୍ଗୁଟ ଅଞ୍ଚଳରୁ ଏହି ଆମିଶ ଖିଆ ଗୋରୁଗାଇଙ୍କୁ ଉଦ୍ଧାର କରାଯାଇଛି ବୋଲି ରାଜ୍ୟ ପଶୁ ସମ୍ପଦ ବିକାଶ ମାଇକେଲ ଲୋବେ କହିଛନ୍ତି । କହିବା ବାହୁଲ୍ୟଯେ, ଦେଶରେ ଆମିଶ ଖିଆ ଗାଇ ଠାବ ନୁଆ ଘଟଣା ନୁହେଁ । ୨୦୦୭ ମସି÷ହାରେ ପଶ୍ଚିମବଙ୍ଗର ଉତର ୨୪ ପ୍ରଗଣା ଜିଲ୍ଲାର ଚାନ୍ଦପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଗୁହାଳରେ ଥିବା ଗାଇ ଜିଅନ୍ତା କୁକୁଡା ଛୁଆ ଖାଇଯାଇଥିବା ଖବର ମିଳିଥିଳା । ଏହା ସତ୍ୟ ଘଟଣା ହୋଇଥିôବା ଜଣା ପଡିଥିଲା । ଅନ୍ୟ ପକ୍ଷରେ ଗାଇଗୋରୁ ଆମିଶ ଖାଉଥିବାରୁ ସେଠାରୁ କ୍ଷୀର ଏବଂ ଦୁଗ୍ଧଜାତ ସାମଗ୍ରୀର ଆମଦାନୀକୁ ଭାରତ ସରକାର ସଂସ୍କୃୁତିକ ଓ ଧାର୍ମୀକ କାରଣ ଦର୍ଶାଇ ଗତ ଦୁଇ ଦଶନ୍ଧି ଧରି ନିଷିଦ୍ଧ କରିଛନ୍ତି । ଏହା ସତ୍ୟଯେ, ପରିବେଶ ପରିବର୍ତନ, ଖାଦ୍ୟାଭାବ, ଜଙ୍ଗଲ ଧ୍ୱଂସ, ବହୁଳ ମାତ୍ରାରେ କଂକି୍ରଟ ନିର୍ମାଣ ଏବଂ ପ୍ରତି ବର୍ଷ ଚାଷ ଜମି ହ୍ରାସ ଯୋଗୁଁ ଗାଇ ଗୋରୁ ଖାଇବାକୁ ନପାଇ ଯାହା ପାଉଛନ୍ତି ତାହା ଖାଇଯାଉଛନ୍ତି । ଧିରେ ଧିରେ ସେମାନଙ୍କର ରୁଚି ବଦଳି ଯାଉଛି । ଭୋଜି ଭାତ ଉତ୍ସବରେ ଫିଙ୍ଗା ଯାଉଥିବା ବଳକା ଖାଦ୍ୟ ତଥା ମାଛ, ମାଂସ,ଚିକେନ ଆଦି ଆମିଶ ଦ୍ରବ୍ୟ ଗାଇ ଗୋରୁ ଖାାଇ ଯାଉଛନ୍ତି । ଯାହାର ପରିଣତି ହେଉଛି ଘାଷ, କୁଣ୍ଡା, ନିରାମିଷ ବଦଳରେ ଏବେ ଗୋରୁ ଗାଇ ରନ୍ଧା ଆମିଶ ଦ୍ରବ୍ୟ ଖାଉଛନ୍ତି । ପରିବେଶ ବଦଳି ଯାଇଛି ତା ସହ ଗାଇ ଗୋରୁଙ୍କର ରୁଚି ମଧ୍ୟ ବଦଳି ଯାଇଛି । ଆମ ଦେଶରେ ଗାଇକୁ ଗୋମାତାର ସମ୍ମାନ ଦିଆଯାଇଛି । ଗାଇ କ୍ଷୀର ମନ୍ଦିରରେ ଲାଗି ହୁଏ, କ୍ଷୀର ହେଉଛି ଗଙ୍ଗା ଜଳ ଭଳି ପବିତ୍ର । ଏଇଥି ପାଇଁ ଘରେ ଘରେ କେହି ଗୋରୁ ହାଣ୍ଡିରେ ବଳକା ଆାମିଶ ଉଚିÂ କେବେ ହେଲେ ଫିଙ୍ଗନ୍ତି ନାହିଁ । ମାତ୍ର ଗାଇ ଗୋରୁ ଏବେ ଖାଦ୍ୟାଭାବରୁ ଏବେ ଜରି ଠାରୁ ଆରମ୍ଭ କରି ବିଭିନ୍ନ ଅଖାଦ୍ୟ ଖାଇବା ଦେଖାଯାଉଛି । ଯାହାର ପରିଣତି ଗାଇଗୋରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଆମିଶ ଖାଉଥିବା ଗୋରୁଙ୍କୁ ‘ମ୍ୟାଡ କାଓ’ ରୋଗ ହେବାର ସମ୍ଭାବନା ସର୍ବାଧିକ ଥିବା ଗବେଷକମାନେ କହିଛନ୍ତି । ଏଭଳି ରୋଗାଗ୍ରସ୍ତ ଗୋରୁ ମାଂସ ଖାଉଥିବା ମଣିଷକୁ ମାରାତ୍ମକ କ୍ରେଉଜଫେଲ୍ଡ-ଜାକବ ଡିଜିଜ୍ ବା ସିଡେଡ୍ ହେବାର ଆଶଙ୍କା ରହିଛି । ଗୋରୁ ଗାଇଙ୍କ ଖାଦ୍ୟ ରୁଚି ପରିବର୍ତନ ମଣିଷ ଜୀବନ ପ୍ରତି ଏବେ ମରାତ୍ମକ ବିପଦର କାରଣ ହୈାଇଛି ବୋଲି କୁହାଯାଇପାରେ । ଅନ୍ୟ ପକ୍ଷରେ ସୁଖଦ ଖବରଟି ହେଉଛି, ପଶୁଧନ ଗଣନା-୨୦୧୯ ରିପୋର୍ଟ ଅନୁଯାୟୀ ଦେଶରେ ଗୋସଂପଦ ସଂଖ୍ୟା ୧୮% ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ କେବଳ ଗାଇଙ୍କ ସଂଖ୍ୟା ୧୪କୋଟି ୫ଲକ୍ଷ, ସେହିପରି ବଳଦ ଷଣ୍ଠ ସଂଖ୍ୟା ୪କୋଟି ୭ଲକ୍ଷ ଥିବା ବେଳେ ମହିଁଷି ସଂଖ୍ୟା ୧୪କୋଟି ୮ଲକ୍ଷ ହୋଇଥିବା ରିପୋର୍ଟରେ କୁହାଯାଇଛି । ଦେଶରେ ଗୋସଂପଦ ସୁରକ୍ଷା ଅଭିଯାନ ଯୋଗୁଁ ଏହା ସମ୍ଭବ ହୋଇପାରିଛି, ଏଥିରେ ସନେ୍ଦହ ନାହିଁ ।
ସଂପ୍ରତି ଦେଶରେ ଗୋ-ସଂପଦ ସୁରକ୍ଷା ଏକ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିବା ବେଳେ ଗୋରୁ ଗାଇଙ୍କର ଖାଦ୍ୟାଭାବ ଏବଂ ପରିବେଶ, ଜଳବାୟୁ ପରିବର୍ତନ ଖାଦ୍ୟ ରୁଚିରେ ପରିବର୍ତନ ନିଶ୍ଚିତ ଭାବେ ଚିନ୍ତାଜନକ । ଆମ ଦେଶରେ ତଥା ହିନ୍ଦୁ ସଂସ୍କୃୁତିରେ ଗାଇ କ୍ଷୀର ଓ ଗୋବରକୁ ଅତି ପବିତ୍ର ମନେକରାଯାଏ । କ୍ଷୀର ମଣିଷର ସ୍ୱାସ୍ଥ୍ୟ ପ୍ରତି ଏକ ଅମୁଲ୍ୟ ମହୋଷଧି ସ୍ୱରୁପ ହୋଇଥିବା ବେଳେ ଏହାକୁ ପୌରାଣିକ ମତବାଦରେ “ଅମୃତ” ସହ ତୁଳନା କରାଯାଇଥାଏ । ସେହିପରି ଗାଇର ଗୋବର ସମସ୍ତ ପବିତ୍ର ଧାର୍ମୀକ କାର୍ଯ୍ୟରେ ଲାଗିଥାଏ । କେବଳ ଏତିକି ନୁହେଁ ଦେଶର ସମୃଦ୍ଧ ଅର୍ଥନୀତି ପାଇଁ କୃଷି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ମାଟିର ଉର୍ବରତା ପାଇଁ ଗୋବରହିଁ ଏକମାତ୍ର ଅଣ-ରସାୟନିକ ସାର ବା ଖତ ଭାବରେ ବ୍ୟବହୃତ ହୋଇଆସୁଛି । ଗୋସଂପଦର ବିକାଶ କେବଳ କୃଷିବିତ୍ ନୁହନ୍ତି, ବ୍ୟବସାୟୀ, ଉଦ୍ୟୋଗୀ, ଦୁଗ୍ଧଉପôାଦନ ଉଦ୍ୟୋଗୀ ଏବଂ ବ୍ୟାପକ ଭାବେ ଜନସାଧାରଣ ଲାଭାନ୍ୱିତ ହୋଇଥାଏ । ସମୃଦ୍ଧ ରାଷ୍ଟ୍ର ପାଇଁ ଗୋ-ସୁରକ୍ଷା ଜରୁରୀ । ଏଇଥି ପାଇଁ ଗୋ-ସୁରକ୍ଷା ଜରୁରୀ । ଗୋଖାଦ୍ୟ ଅଭାବ ମୁକାବିଲା ପାଇଁ ଉଭୟ ସରକାର ଓ ଜନସାଧାରଣ ରୁରୁତ୍ୱ ଦେବା ଆବଶ୍ୟକ । ଅନ୍ୟଥା ଗାଇଗୋରୁଙ୍କ ଖାଦ୍ୟ ରୁଚି ପରିବର୍ତନ ଯୋଗୁଁ ଗୋରସ ବଦଳରେ କେବଳ ବିଷ ମିଳିବା ସାର ହେବ ।