ରାଜ୍ୟରେ ବିଦ୍ୟୁତ ମୂଲ୍ୟ ବୃଦ୍ଧିକୁ ନେଇ ଉପଭୋକ୍ତା ମହାସଂଘର ବିରୋଧ

ଭୁବନେଶ୍ୱର- ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଗ୍ରୀଡକୋର ରିଭ୍ୟୁ ପିଟିସନ ବିଚାର ବେଳେ ସମସ୍ତ ବିଷୟକୁ ବିଚାରକୁ ନେଇ ନିଷ୍ପତି ନେଇଥିଲେ ଉପଭୋକ୍ତାଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିନାହିଁ । ଉପଭୋକ୍ତା ମହାସଂଘର ସଭାପତି ତଥା ଆମ ଅଧିକାର ମଂଚର ଉପଦେଷ୍ଟା ରମେଶ ଚନ୍ଦ୍ର ଶତପଥୀ ଆଜି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ଯେ । ପ୍ରତିବର୍ଷ ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନେ ବ୍ୟବହାର କରୁଥିବା ବିଦୁ୍ୟତ ୟୁନିଟ ପିଛା ମୂଲ୍ୟ କେତେ ହେବ ତାହାକୁ ଓଇଆରସି ସ୍ଥିର କରିଥାନ୍ତି । ସେହିପରି ବିଦ୍ୟୁତ ଉତ୍ପାଦନକାରୀ ମାନେ କେତେ ଟଙ୍କାରେ ବିଦ୍ୟୁତ ବିକ୍ରି କରିବେ ତାହା ମଧ୍ୟ ସ୍ଥିର ହୋଇଥିାଏ । ଏହି ପ୍ରକ୍ରିୟା ନଭେମ୍ବର ମାସରୁ ଆରମ୍ଭ ହୋଇଥାଏ ଏବଂ ଏପ୍ରିଲ ମାସ ମଧ୍ୟରେ ନିଷ୍ପତି ମଧ୍ୟ ହୋଇଥାଏ । ୧୯୯୫ ମସିହାରେ ରାଜ୍ୟରେ ବିଦ୍ୟୁତ ସଂସ୍କାର କାର୍ଯ୍ୟକାରୀ ହେବାପରେ ସ୍ଥର କରାଯାଇଥିଲା ଯେ ରାଜ୍ୟରେ ବିଦୁ୍ୟତ ଗ୍ରାହକଙ୍କୁ ସ୍ୱଳ୍ପ ମୂଲ୍ୟରେ ଉନ୍ନତ ମାନର ବିଦୁ୍ୟତ ବୋର୍ଡକୁ ଭାଙ୍ଗି ଗ୍ରୀଡକୋ ଓ ଜଳ ବିଦୁ୍ୟତ ନିଗମ ଗଠନ କରାଗଲା । ଗ୍ରୀଡକୋ ନିକଟରେ ବିଦୁ୍ୟତ ଟ୍ରାନ୍ସମିସନ ଦାୟିତ୍ୱ ସହିତ ବିଦ୍ୟୁତ ବିତରଣ ଦାୟିତ୍ୱ ମଧ୍ୟ ରହିଲା । ସେହିପରି ଜଳ ବିଦୁ୍ୟତ ନିଗମ ସ୍ୱଳ୍ପ ମୂଲ୍ୟରେ ବିଦୁ୍ୟତ ଉତ୍ପାଦନ କ୍ଷମତା ବଢାଇବା ସହିତ ସ୍ୱଳ୍ପ ମୂଲ୍ୟରେ ବିଦୁ୍ୟତ ଯୋଗାଇବା ଦାୟିତ୍ୱରେ ମଧ୍ୟ ରହିଲା । ୧୯୯୯ ମସିହାରେ ରାଜ୍ୟସରକାର ଗ୍ରୀଡକୋ ଅଧୀନରେ ଥିବା ବିତରଣ କମ୍ପାନୀ ସିଇଏସସିଓ, ଏନଇଏସସିଓ, ଡବ୍ଲୁ୍ୟଏସସିଓ ଓ ସାଉଥକୋର ୫୧% ଅଂଶଧନକୁ ରିଲିଆନସ୍ କମ୍ପାନୀ ଓ ଏଇଏସ କମ୍ପାନୀକୁ ହସ୍ତାନ୍ତର କଲେ । ଏଡି ଘରୋଇ କରଣ ପ୍ରକ୍ରିୟାରେ ମୂଳ ଲକ୍ଷ ଥିଲା ଯେ ୪୦ପ୍ରତିଶତ ଏଟିସି ଲସକୁ କମାଇ ୫ ବର୍ଷ ଭିତରେ ୧୫%ରେ ରହିବ ଓ ଘରୋଇ କମ୍ପାନୀ ମାନେ ନିଜର ଅର୍ଥ ଏହି କମ୍ପାନିରେ ଖଟାଇବେ ଓ ଗ୍ରୀଡକୋର ସମ୍ପୁର୍ଣ୍ଣ ବିଦୁ୍ୟତ କିଣା ବିଲ ପୈଠ କରିବେ । ସେହିପରି ଗ୍ରୀଡକୋ ଅଧୀନରୁ ଟ୍ରାନ୍ସମିସନ ଦାୟିତ୍ୱ କାଢିନିଆଯାଇ ଓପିଟିସିଏଲ ଗଠନ କରାଗଲା । ଗ୍ରୀଡକୋ ଅଧୀନରେ ସମସ୍ତ କମ୍ପାନୀର ୪୯% ଅଂଶଧନ ମଧ୍ୟ ରହିଲା । ଘରୋଇ କମ୍ପାନୀର ଉନ୍ନତି ବା ରକ୍ଷଣା ବେକ୍ଷଣ ବାବଦରେ ଖର୍ଚ୍ଚ ନକରିବା ଫଳରେ ରାଜ୍ୟର ବିଦ୍ୟୁତ ଭିତି ଭୂମି ଦୁର୍ବଳ ହେବା ସଂଙ୍ଗେସଂଙ୍ଗେ ବିଦ୍ୟୁତ କ୍ଷତି ୪୦%ରୁ କମିବା ପରିବର୍ତେ ବଢିବାରେ ଲାଗିଲା । ଯାହାକି ରାଜ୍ୟ ସରକାରଙ୍କ ୨୦୧୦ ମସିହାର କ୍ୟାପେକ୍ସ ଅର୍ଡରରେ ସ୍ୱୀକାର କରିଛନ୍ତି । ଗ୍ରୀଡକୋ ଏବଂ ଅନ୍ୟାନ୍ୟ ବିତରଣ କମ୍ପାନୀ, ବିଦ୍ୟୁତ ଉତ୍ପାଦନ କମ୍ପାନୀ ସେମାନଙ୍କର ଆର୍ଥିକ ଆବଶ୍ୟକତା ସଂକ୍ରାନ୍ତୀୟ ତଥ୍ୟ ଓଇଆସି ନିକଟରେ ପୈଠ କରନ୍ତି ଏବଂ ଜଣ ଶୁଣାଣି ମାଧ୍ୟମରେ ଓଇଆସି ସେମାନଙ୍କର ୟୁନିଟ ପିଛା ମୂଲ୍ୟ ଧାର୍ଯ୍ୟ କରିଥାନ୍ତି । ଗ୍ରୀଡକୋର ୨୦୨୦-୨୧ ବର୍ଷ ପାଇଁ ଓଇଆରସି ତାଙ୍କର କୋ ନଂ-୭୧/୨୦୧୯ର ଜନ ଶୁଣାଣି ପରେ ସ୍ଥିର କରିଥିଲେ ଯେ, ଗ୍ରୀଡକୋ, ସେସୁକୁ ୟୁନିଟ ପିଛା ୨,୬୧ ପଇସା, ନେସକୋକୁ ୟୁନିଟ ପିଛା ୨,୯୮ ପଇସା, ସାଉଥକୋକୁ ୟୁନିଟ ପିଛା ୧,୮୬ ପଇସାରେ ବିକ୍ରି କରିବ ଅର୍ଥାତ ହାରାହାରି ୨ଟଙ୍କା ୭୧.୦୯ ପଇସାରେ ବିକ୍ରି କରିବ । ଏହି ତାରିଫ ହିୟରିଂ ସମୟରେ ଓଇଆସି ପାଖରେ ଦାବି କରାଯାଇଥିଲା ଯେ, ପ୍ରତ୍ୟେକ ବିତରଣ କମ୍ପାନୀର ୪୯ ପ୍ରତିଶତ ଅଂଶଧନର ମାଲିକାନା ଗ୍ରୀଡକୋ ଅଧୀନରେ ଥିବା ବେଳେ ବିତରଣ କମ୍ପାନୀ ନେସକୋ, ଓସକୋ, ସେସୁ, ସାଉଥ କୋ ରୁ ୩୧/୧୨/୨୦୧୯ ସୁଦ୍ଧା ଗ୍ରୀଡକୋର ୫୯୬୩.୨୧ କୋଟି ଟଙ୍କା ପାଇବାର ଅଛି କାହିଁକି ଆଦାୟ ହୋଇନାହିଁ ସେ ବିଷୟରେ ପଦକ୍ଷେପ ନନେଇ ଗ୍ରାହକଙ୍କ ଉପରେ ବୋଝ ଲଦିବ ଯୁକ୍ତି ଯୁକ୍ତ ନୁହେଁ । ସେହି ଅର୍ଥ ତୁରନ୍ତ ଆଦାୟ କରି ବିଦ୍ୟୁତ ଗ୍ରାହକଙ୍କ ଉପେର ଯେଉଁ ମୂଲ୍ୟ ଧାର୍ଯ୍ୟ କରାଯାଇ ଅଛି ତାକୁ ପ୍ରତ୍ୟାହାର କରାଯାଉ । ସେହିପରି ରାଜ୍ୟର ୨୯ଟି ଶିଳ୍ପ ସଂସ୍ଥା ଉପରେ ହାଇକୋର୍ଟଙ୍କ ନିର୍ଦେଶ ମତେ ୨୦୧୧ରୁ ଓଏଚପିସି ଯେଉଁ ୪ ହଜାର କୋଟି ଟଙ୍କା ପାଇବାର ଅଛି ତାହା ଆଦାୟ କରାଯାଉ । ତାକୁ ଆଦାୟ କରି ଗ୍ରୀଡକୋର ଆର୍ଥିକ ସ୍ଥିତିରେ ସୁଧାର ଅଥାଯାଉ । ଏହାଛଡା ଏଟିସି ଲସ କମାଇବାରେ ଯେଉଁ ବିତରଣ କମ୍ପାନୀ ମାନେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ ମତେ ୧୫ପ୍ରତିଶତ ଏଟିସି ଲସ କମାଇ ପାରିନାହାନ୍ତି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଗ୍ରୀଡକୋକୁ ଏଥିପାଇଁ ଉତରଦାୟୀ କରାଯାଉ । ତାହାହେଲେ ବିଦ୍ୟୁତ ଗ୍ରାହକଙ୍କ ଊପରେ ଯେଉଁ ବର୍ଦ୍ଧିତ ମୂଲ୍ୟ ୨୩/୦୯/ ୨୦୨୦ ଦିନ ଓଇଆରସି ଧାର୍ଯ୍ୟ କରିଛନ୍ତି ତାର ପୁନଃନିର୍ଦ୍ଧାରଣ କରାଯାଉ ଓ ତାହାହେଲେ ମହାମାରୀ କରୋନା ସମୟରେ ବିଦ୍ୟୁତ ଗ୍ରାହକଙ୍କ ଉପରେ ତାରିଫ ବୃଦ୍ଧି ହେବାର ଆବଶ୍ୟକତା ରହିବ ନାହିଁ । ଓଇଆରସି ଏହାର ପୁନଃବିଚାର ନକଲେ ଉପଭୋକ୍ତା ମହାସଂଘ ବାଧ୍ୟ ହୋଇ ହାଇକୋର୍ଟର ଆଶ୍ରୟ ନେବେ ବୋଲି ଏକ ପ୍ରେସ ଇସ୍ଥିହାରରେ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

nineteen − 14 =