ଗଙ୍ଗା ନଦୀରେ ଡଲଫିନଙ୍କ ବଂଶ ବୃଦ୍ଧି

ମେରଠ: ଚଳିତ ବର୍ଷ ଡଲଫିନ୍ ବଂଶ ବୃଦ୍ଧି ପାଇଛି । ଏକ୍ଷେତ୍ରରେ ସରକାର ସଂରକ୍ଷଣ ପ୍ରୟାସ ଜାରି ରଖିଥିବା ବେଳେ ଏହା ନିଶ୍ଚିତ ଭାବରେ ଏକ ଖୁସି ଖବର । ଗଙ୍ଗାରେ ବିଜନୋର ବ୍ୟାରେଜ୍ ଘାଟରୁ ନରୋରା ପର୍ଯ୍ୟନ୍ତ ବନ୍ୟଜନ୍ତୁ ଏବଂ ବନ ବିଭାଗର ମିଳିତ ଟିମ୍ ଅକ୍ଟୋବର ୫ରୁ ୧୧ ଯାଏଁ ଡଲଫିନ୍ ଗଣନା କରିଥିଲେ । ତେବେ ଗଣନାରୁ ୪୧ ଡଲଫିନ୍ ଥିବା ଜଣାପଡ଼ିଛି । ଗତ କିଛି ବର୍ଷ ତଳେ ଏହି ସଂଖ୍ୟା ୩୫ ଥିବା ବେଳେ ଏଥର ଡଲଫିନ୍ ସଂଖ୍ୟା ବୃଦ୍ଧି ସମସ୍ତଙ୍କୁ ଉସôାହିତ କରିବା ସହ ଆଗାମୀ ବର୍ଷଗୁଡିକରେ ମଧ୍ୟ ଡଲଫିନ୍ଙ୍କ ସଂଖ୍ୟା ଏଭଳି ଭାବେ ବଢିବ ବୋଲି ଆଶା କରାଯାଉଛି ।

ବିଜନୋର ବ୍ୟାରେଜରୁ ଗଣ୍ଡମୁକ୍ତେଶ୍ୱର ଠାରୁ ନରୋରା ବ୍ୟାରେଜ ପର୍ଯ୍ୟନ୍ତ କରାଯାଇଥିବା ଏହି ଗଣନାରୁ ୨୦୧୫ରେ ୨୨ଟି , ୨୦୧୬ରେ ୩୦ଟି , ୨୦୧୭ରେ ୩୨ ଏବଂ ୨୦୧୯ରେ ୩୫ଟି ଡଲଫିନ୍ ଥିବା ଜରାପଡିଥିଲା ।ରାଜ୍ୟରେ ବିଜନୋର, ମେରଠ , ଗୋଜିଆବାଦ୍ , ବୁଲନ୍ଦଶହର ଦେଇ ବହିଯାଉଥିବା ଗଙ୍ଗା ନଦୀରେ ଡଲଫିନମାନେ ବାସ କରିଥାନ୍ତି । ତେବେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ସଂଖ୍ୟା ସମ୍ନାକୁ ଆସିଛି । ୨୦୦୫ରେ ଡଲଫିନମାନଙ୍କ ସଂରକ୍ଷଣ ଲାଗି ଏକ ଅଭିଯାନ ଆରମ୍ଭ କରାଯାଇଥିଲା । ୨୦୧୦ ମେ ୧୮ରେ ପରିବେଶ ଓ ବନ ବିଭାଗ ପକ୍ଷରୁ ଡଲଫିନକୁ ଜାତୀୟ ଜଳଜୀବ ତଥା ଗଢମୁକ୍ତେଶ୍ୱର ଠାରୁ ନରୋରା ପର୍ଯ୍ୟନ୍ତ ୮୬ କି.ମି ଅଂଚଳକୁ ‘ରାମସର’ ଘୋଷଣା କରାଗଲା

। ତେବେ ପ୍ରତିବର୍ଷ ବନ୍ୟଜନ୍ତୁ ଏବଂ ବନବିଭାଗର ଟିମ୍ ମିଳିତ ଭାବରେ ଗଙ୍ଗା ନଦୀରେ ଡଲଫିନଙ୍କ ତୁଳନା କରନ୍ତି । ଏହି ପରିପ୍ରେକ୍ଷୀରେ ଡିଏଫଓ ଡାୟ ଏମ. ସେମ୍ମାରନ କହିଛନ୍ତି , ଚଳିତ ଥର ଗଣନାରେ ୪୧ଟି ଡଲଫିନ୍ ଥିବା ଜଣାପଡିଛି । ତେବେ ଗଙ୍ଗା ନଦୀରେ ଏମାନଙ୍କ ଲାଗି ପର୍ଯ୍ୟପ୍ତ ଖାଦ୍ୟ ମହଜ୍ଜୁଦ ଥିବା ସେ କହିଛନ୍ତି । ଜିପିଏସ୍ ଟ୍ରାକିଂ ସମେତ ଅନ୍ୟ ଆଧୁନିକ ପ୍ରଣାଳୀରେ ଡଲଫିନମାନଙ୍କ ଗଣନା କରାଯାଇଛି । ଟେଣ୍ଡମ୍ ମେଥଡରେ ପ୍ରାୟ ୮କିମି ଦୂରତାରେ ଦୁଇଟି ବୋଟ୍ ଆଗ ପଛ ହୋଇ ଚାଲେ ଆଉ ଡଲଫିନ୍ ମାନଙ୍କ ଗତିବିଧି ଉପରେ ନଜର ରଖାଯାଏ । ଗୋଟିଏ ଡଲଫିନ୍ ଏକାଧିକ ଥର ଦେଖିôବାକୁ ମିଳିଲେ , ଗଣନାରେ ତାକୁ ଗୋଟିଏ ବୋଲି ଧରାଯାଏ ।

Leave A Reply

Your email address will not be published.

two − 1 =