ସାରା ଦେଶରେ କୃଷକମାନଙ୍କ ପକ୍ଷରୁ ଗୁରୁବାର ଆନ୍ଦୋଳନ ପ୍ରଦର୍ଶନ କରାଯାଇଛି । ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ୩ଟି କୃଷି ଫାଇଲ ବିରୋଧରେ ବହୁ ଚାଷୀ ‘ଦିଲ୍ଳୀ ଚଲୋ’ ଶୋଭାଯାତ୍ରାରେ ହୋଇଛନ୍ତି । ପଂଜାବର ସହସ୍ରାଧିକ ଚାଷୀ ଏଥିରେ ଅସଂଗ୍ରହଣ କରି ଟ୍ରାକ୍ଟର ଶୋଭାଯାତ୍ରାରେ ଯାଉଥିଲା ବେଳେ ସେମାନଙ୍କୁ ଅଟକାଇବାକୁ ହରିୟାନା ସୀମାରେ ପୋଲିସ ନିର୍ମାଣ କରିଥିବା ବ୍ୟାରିକେଟକୁ ଉତେଜିିତ କୃଷକମାନେ ଘାଗେରା ନଦୀକୁ ଫିଙ୍ଗିଦେଇଥିଲା ବେଳେ ପୋଲିସ ପ୍ରଥମେ ପାଇପ୍ ଯୋଗେ ପାଣି ବର୍ଷା କରିବା ସହିତ ଲୁହା ବାଷ୍ପ ପ୍ରୟୋଗ କରିଛି । ପଂଜାବ ହରିୟାନ ସୀମାକୁ ସିଲ୍ କରିବା ସହ ୧୪୪ ଧାରା ଜାରି କରିଥିଲେ ହେଁ ଏହାର ସାମାନ୍ୟ ପ୍ରଭାବ ମଧ୍ୟ ବିକ୍ଷୋଭକାରୀ କୃଷକମାନଙ୍କ
ଉପରେ ପଡିନାହିଁ । ବରଂ ବିକ୍ଷୋଭ କରିମାନଙ୍କ ସଂଖ୍ୟା ଅଲଣ୍ଡିଆ କିଷାନ ସଭା ସୂଚନା ଅନୁଯାୟୀ ୫୦ ହଜାର ରହିଥିଲା ବେଳେ ସେଥିରେ ଥିବା ମହିଳା ଓ ବରିଷ୍ଠ ନାଗରିକମାନେଟ୍ରାକ୍ଟର ଓ ଟ୍ରଲିରେ ଯାଉଥିବା ଦେଖିବାକୁ ମିଳିଥିଲା । ଏଥିରେ ମୋଟ ୩୩ଟି କୃଷକ ସଂଗଠନ ଏକାଠି ହୋଇ । ୟୁନାଇଟ୍ଡେ ଫାର୍ମର୍ସ ଫ୍ରଂଟ ଗଠନ କରି ଦିଲ୍ଲୀକୁ ଆସିଛନ୍ତି । ଏହି ସଂଗଠନ ଗୁଡ଼ିକ ମଧ୍ୟରୁ ୧୩ଟି କୃଷକ ଟ୍ରେଡ ୟୁନିଅନ୍ ବାମପନ୍ଥୀ ଦଳ ଗୁଡ଼ିକ ସହ ଜନିତ ଅନ୍ୟ ପକ୍ଷରେ କୃଷକ ଆନେ୍ଦାଳନକୁ ପଂଜାବରେ ଶାସକ କଂଗ୍ରେସ ଦଳ ଓ ବିରୋଧି ଶୀରୋମଣି ଅକାଳି ଦଳ ସମର୍ଥନ କରୁଛନ୍ତି । ସେପରି ସ୍ଥଳେ ପ୍ରାୟ ୫୦ ହଜାରରୁ ଅଧିକ ଚାଷୀ ଏହି ଆନ୍ଦାଳନ ପାଇଁ ଦିଲ୍ଲୀ ଆସିଥିଲା ବେଳେ ଉଭୟ ହରିୟାନା ଓ ପଂଜାବରେରୁ ମୋଟ ପ୍ରାୟ ୩ ଲକ୍ଷ ଚାଷୀ ପହଂଚିଥିବା ଆକଳନ ଦିଲ୍ଲୀ ପୋଲିସ ଦ୍ୱାରା କରାଯାଇଛି । ଏପରିକି କଲେଜ ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଇଥିବା ବେଳେ ସୀମାବର୍ତୀ ବିପୁଳ ଅଂଚଳରେ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଥିବା ଏବଂ ଏହା ସୁରକ୍ଷା ଛାଉଣି ପାଲଟି ଥିବା କୁହାଯାଇଥିଲା । ଏହି ଆନ୍ଦୋଳନ କରିବାର ମୂଳରେ ଯୋଉଁ ୩ଟି ଆଇନକୁ ପ୍ରତ୍ୟହାର କରିନେବା ଲାଗି ଦାବି କରାଯାଉଛି, ଏଗୁଡ଼ିକ କେନ୍ଦ୍ରସରକାର ୨୦୨୦ ସେପ୍ଟେମ୍ବର ମାସରେ ପାର୍ଲ୍ୟାମେଂଟରେ ଆଗତ୍ କରିଥିଲେ । ଏଠାରେ ମନେପକାଇ ଦିଆଯାଇପାରେ ଏହି ୩ଟି ବିଲ୍ କୃଷି ଓ କୃଷକଙ୍କ ପାଇଁ ଉଦ୍ଧିଷ୍ଟ । ବିଶେଷତଃ କୃଷିଜାତ ଦ୍ରବ୍ୟର ବିକ୍ରି, ମୂଲ ଓ ସଂରକ୍ଷଣ ସମ୍ପର୍କୀତ ଏବଂ ଏଗୁଡିକ ପାର୍ଲ୍ୟାମେଂଟରେ ଗୃହିତ ହେବାପରେ ସେପ୍ଟେମ୍ବର ୨୭ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇଛି । ଏହା ଦ୍ୱାରା କୃଷକମାନେ ଚାହିଁଲେ, ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟଗୁଡ଼ିକୁ ଖୋଲା ବଜାରରେ ବିକ୍ରି କରିପାରିବେ । ଅନ୍ୟପକ୍ଷରେ ଏହି ଆଇନ ଦ୍ୱାରା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବ୍ୟବସ୍ଥା ଆପେଆପେ ଦୁବଳ ହୋଇଚାଲିବ । ବିକ୍ଷୋଭକାରୀ ଚାଷୀମାନଙ୍କ କହିବାର କଥା ହେଲା ଯେ ସେମାନେ ଦେଶର ବଡ଼ ବଡ଼ ଧନୀ ଶ୍ରେଣୀୟ ବ୍ୟକ୍ତି ଓ ବିରାଟ ବ୍ୟବସାୟୀମାନଙ୍କ ଦୟାରେ ରହିବାକୁ ବାଧ୍ୟ ହେବେ; ଯେଉଁଥିଲାଗି ୨ମାସ ଧରି ଏହି ଆନେ୍ଦାଳନ ବିରୋଧ ଆଜି ଚାଲିଛି । ତେବେ ଆମର ଏଠାରେ କହିବାର କଥା ହେଲା ଯେ, ଦେଶ ପାଇଁ କୃଷକମାନଙ୍କ ଅବଦାନ ସର୍ବାଧିକ । ସେଥି ପାଇଁ ଚାଷକରି ଉପାଦ୍ଧିତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଭିର୍ତି କରିବାର ଯୋଉଁ ବ୍ୟବସ୍ତା ରହିଥିଲା ତା’ହା ପୂର୍ବବତଃ ରଖିବାକୁ ଦାବି କରାଯାଇଛି । ଏ ସମ୍ପର୍କରେ ମୋଦି ସରକାରରେ କେନ୍ଦ୍ରମନ୍ତ୍ରୀ ଥାଇ ଇସ୍ଥଫା ଦେଇଥିବା ହରସିମରତ୍ କୌର ବାଦଲ କହିଛନ୍ତି ଯେ, କେନ୍ଦ୍ରସରକାର କୃଷକଙ୍କ ଦେଶର ଶତ୍ରୂ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ପୋଲିସ ମଧ୍ୟ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଉଦ୍ୟମ ଜାରିରଖିଥିଲେ ହେଁ । ଏହା ବିଫଳ ହୋଇଛି ୨ମାସ ମଧ୍ୟରେ ପଂଜାବର ତେଲ୍ ଚାଷୀ ଆନ୍ଦୋଳନ କରି ପ୍ରାଣ ହରାଇଛନ୍ତି । ଏଥିନେଇ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି ଯେ, ହରିୟାନା ସରକାର ବିକ୍ଷୋଭ ପ୍ରଦର୍ଶନକାରୀ କୃଷକମାନଙ୍କ ଉପରେ ବଳ ପ୍ରୟୋଗ କରିବା ସମ୍ପୃର୍ଣ୍ଣରୂପେ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରୀକ । ତେବେ ମୋଟା ମୋଟି ଭାବେ କୃଷକମାନଙ୍କ ଦାବି ହେଲା, କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର କରାଯିବା ସହିତ ବିଦ୍ୟୁତ ବିଲ୍ ସଂଶୋଧନ ରଦ କରାଯାଉ । ନଡ଼ାମୂଳ ଜାଳିବା ଲାଗି ଥିବା ଜେଲ୍ ଜରିମାନା ଆଇନ ପ୍ରତ୍ୟାହର କରାଯିବା ସହିତ ଗିରଫ ହୋଇଥିବା । କୃଷକମାନଙ୍କୁ ଖଲାସ କରିଦିଆଯାଉ । ଏହା ବ୍ୟତିତ୍, ଏମଏସପି ଉପରେ ଲିଖିତ ପ୍ରତିଶୃିତି କେନ୍ଦ୍ର ସରକାର ଦିଅନ୍ତୁ । ତେବେ ଏ ସମ୍ପର୍କରେ କେନ୍ଦ୍ରସରକାର ପୂନଃ ସମୀକ୍ଷା କରିବା ଆବଶ୍ୟକତା ରହିଛି ।