ନୂଆ ସଂସଦଭବନ


ଭାରତବର୍ଷର ନୂଆ ପ୍ୟାର୍ଲାମେଂଟ ନିମାର୍ଣକରା ଯିବା ଯୋଜନାକୁ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାସ୍ତବ ରୂପ ଦେଇଛନ୍ତି । ସେ ଗୁରୁବାର ପ୍ରସ୍ତାବିତ ନୂତନ ପ୍ୟାର୍ଲାମେଂଟର ଶିଳାନ୍ୟାସ କରିଥିଲା ବେଳେ ଏଠାରେ ସର୍ବ ଧର୍ମପ୍ରାର୍ଥନା ଆୟୋଜନ କରାଯାଇଥିଲା । ଏପରିକି ଶୃଙ୍ଗେରୀ ମଠକୁ ଆସିଥିବା ୬ ଜଣ ପୁରହିତଙ୍କ ଦ୍ୱାରା ଭୂମିପୂଜନ କାର୍ଯ୍ୟ ସମ୍ପନ ହେଲା ପରେ ଅନୁÂିତ ସଭାରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଏକ ଐତିହାସିକ ଦିନ । ପ୍ରସ୍ତାବିତ ୪ ମହଲା ବିଶିଷ୍ଟ ନୂତନ ସଂସଦଭବନ ୧୩ ଏକର ଜମିରେ ନିମାର୍ଣ କରାଯିବା ସହ ଏହା ନୂତନ ଭାରତବର୍ଷକୁ ଦିଗଦର୍ଶନ ଦେବ । ଏହା ‘ଆତ୍ମନିର୍ଭର ଭାରତ’ ନିମାର୍ଣର ଆଦ୍ୟସାକ୍ଷୀ ହୋଇ ରହିବ ବୋଲି ପ୍ରକାରାନ୍ତରେ ସେ ପ୍ରକାଶ କରିଛନ୍ତି । ବର୍ତମାନର ସଂସଦଭବନ ଭାରତକୁ ନୂତନଭାବେ ଗଠନ କରିବାରେ ଆମକୁ ଦିଗର୍ଦଶନ ଦେଇଛି । ଏ ଦେଶର ଉନ୍ନତି ଓ ଦୀର୍ଘ ଯାତ୍ରାର ପ୍ରତିକ ହେଉଛି । ଆମ ସଂସଦଭବନ ଯାହାର ଇତିହାସ ଅତି ଶକ୍ତିଶାଳୀ ଶ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ, ସଂସଦ ମଧ୍ୟକୁ ପ୍ରବେଶ କରିବାରେ ପ୍ରଥମ ଦିନ ତାଙ୍କ ପାଇଁ ଏକ ଅଭୁଲା ସ୍ମୃତି । ତେବେ ଆଗାମୀ ଦିନରେ ଦେଶର ଜନସଂଖ୍ୟା ବୃଦ୍ଧି ସହିତ ଲୋକସଭା ଆଉ ରାର୍ଯ୍ୟ ସଭା ସଦସ୍ୟଙ୍କ ସଂଖ୍ୟା ଅଧିକ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ମିଳିତ ଅଧିବେଶନରେ ସର୍ବାଧିକ ୧୨୨୪ ଜଣ ବସିପାରିବା ଭଳି କ୍ଷମିତା ସଂସଦଭବନର ରହିବ ସୂଚନା ଯୋଗ୍ୟ ଏହି ଭବଦ ନିମାର୍ଣ କାର୍ଯ୍ୟ ‘ଟାଟା ପ୍ରକଳ୍ପ’ କହିବାକୁ ସ୍ଥିର ହୋଇଥିବାରୁ ଶିଳ୍ପପତି ରତନ ଟାଟା ମଧ୍ୟ ଉପସ୍ଥିତ ଥିଲେ ।
ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ପାର୍ଲାମେଂଟର ଭୂମିକା ସର୍ବାଧିକ ରହିବା ସ୍ୱାଭାବିକ । ତେଣୁ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀ ସର୍ବପ୍ରଥମେ ନୂତନ ସଂସଦ ଭବନ ପ୍ରସ୍ତାବ ଉତ୍ଥାପନ କରିଥିଲେ । ଏବେ ସେ ନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଯେଉଁଭଳି ନୂଆ ସଂସଦଭବନ ନିମାର୍ଣ ପଦକ୍ଷେପକୁ ତ୍ୱରାନ୍ୱିତ କରୁଛନ୍ତି, ତାହା ପ୍ରଶଂସନୀୟ କିନ୍ତୁ ଏ ସମ୍ପର୍କରେ ସୁପ୍ରିମକୋର୍ଟ ନିର୍ମାଣ ପାଇଁ ଅନୁମତି ଦେବେ କାର୍ଯ୍ୟ ଆରମ୍ଭ ହେବ । ପୁରୁଣା ସଂସଦଭବନକୁ ଏବେ ୯୨ ବର୍ଷ ପୂରିଛି । ଏହା ୧୯୨୧ ଫେବୃଆରୀ ୧୨ରେ ଶିଳାନ୍ୟାସ ସହ ନିର୍ମାଣ କାର୍ଯ୍ୟ ୬ ବର୍ଷରେ ୮୩ ଲକ୍ଷ ଟଙ୍କା ଖର୍ଚ୍ଚରେ ସମ୍ପୁର୍ଣ୍ଣ ହୋଇଥିଲା ଓ ୧୯୨୭ ଜାନୁଆରୀ ୧୮ରେ ଭାରତର ତତ୍କାଳିନ ଗଭର୍ଣ୍ଣର ଜେନେରାଲ୍ ଲର୍ଡ ଇରୱିନ ଉଦଘାଟନ କରିଥିଲେ । ଏବେ ଦେଖିବାର କଥା, ନୂଆ ସଂସଦଭବନ ସହିତ ଆମେ କେତେ ଆଗକୁ ଯାଉଛେ ଏବଂ ପୁରୁଣା ସଂସଦଭବନକୁ କିପରି ପବିତ୍ର ମନ୍ଦିର ଭଳି ପର୍ଯ୍ୟଟକ ମାନଙ୍କ ଲାଗି ସାଇତି ରଖି ପାରୁଛେ!

Leave A Reply

Your email address will not be published.

twenty + 11 =