ଟିକା ଓ କୋଭିଡ଼


ବିଶ୍ୱରେ କରୋନା ମହାମାରୀ ବ୍ୟାପିବାର ସମୟସୀମା ଏକ ବର୍ଷ ଟପିସାରିଲାଣି । ସର୍ବପ୍ରଥମେ ୨୦୧୯ ନଭେମ୍ବରରେ ଏହା ଚୀନ୍ର ଉହାନ୍ ସହରରେ ଆରମ୍ଭ ହୋଇଥଲା । ଏବେ ଏହା ସାରା ବିଶ୍ୱକୁ କବଳିତ କରିସାରିଲାଣି । ଏପରି କୌଣସି ଦେଶ ନାହିଁ, ଯେଉଁଠି ଲୋକମାନେ କିଛିମାତ୍ରାରେ କରୋନାରେ ଆକ୍ରାନ୍ତ ନୁହନ୍ତି । ସବୁଠାରୁ ଧନଶାଳି ଓ ବଳଶାଳି ରାଷ୍ଟ୍ର ଆମେରିକା, ରୁଷ, ବ୍ରିଟେନ୍, ଫ୍ରାନ୍ସ, ଇଟାଲି, ଅଷ୍ଟେ୍ରଲିୟା, ଭାରତ ଓ ଚାଇନା ସମେତ ଆଉରି ଅନେକ ରାଷ୍ଟ୍ର ଏବେ ମଧ୍ୟ କୋଭିଡ କବଳରେ । ସର୍ବାଧିକ ମୃତୁ୍ୟ କରୋନା ଯୋଗୁ ଆମେରିକାରେ ଘଟିଥିଲା ବେଳେ ସର୍ବାଧିକ ଆକ୍ରାନ୍ତ ଭାରତରେ ଦେଖିବାକୁ ମିଳିଛି । ବହୁ ରାଷ୍ଟ୍ରମୁଖ୍ୟ କରୋନା ପୀଡ଼ିତ ହେବା ପରେ ଭଳ ହୋଇଥିଲା ବେଳେ ଆଜିର ଦିନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୱେଲ ମାକରଁ ମଧ୍ୟ କରୋନା ପଜେଟିଭ ହୋଇଥିବା ଜଣା ପଡିଛି । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନଙ୍କ ସମେତ ଭାରତର ବହୁ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଏଥିରେ ଆକ୍ରାନ୍ତ ହୋଇଥିଲେ । ଏବେ ସାରା ପୃଥିବୀ ଓ ପୃଥିବୀବାସୀ କିପରି ହେଲେ ଟିକା ବାହାରିବା ନେଇ ଗୁରୁତ୍ୱ ଦେଇଆସୁଛନ୍ତି । ଇତି ମଧ୍ୟରେ ଆମେରିକା, ବ୍ରିଟେନ୍, ରୁଷ, ଭାରତ ଓ ଚୀନ୍ ପକ୍ଷରୁ ଟିକା ପ୍ରସ୍ତୁତ କରାଯାଉଛି ଯାହା ଚୁଡାନ୍ତ ପର୍ଯ୍ୟୟରେ ପହଂଚିନଥିଲେ ହେଁ ଆମେରିକାର ଫାଇଜର ଟିକାକୁ ଏହି ଦେଶ ଅନୁମୋଦନ କରିସାରିଲେଣି । ଅଥଚ ଗତ ୪ଦିନ ପୂର୍ବରୁ ଆମେରିକାର ଅଲାସ୍କା ସ୍ଥିତ ଏକ ହସ୍ପିଟାଲରେ ଫାଇଜର ଟିକା ନେବାର ମାତ୍ର ୧୦ ମିନିଟ ମଧ୍ୟରେ ଜଣେ ମଧ୍ୟମ ବୟସ୍କ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ମୁହଁ ଓ ତଂଟି ପାଖ କୁଣ୍ଡେଇ ହେବା ସହ ଆଲର୍ଜି ଭଳି ଫଳିଯାଇଥିଲା ଓ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେବା ସହିତ ହାର୍ଟବିଟ୍ ମାତ୍ର ମଧ୍ୟ ଅଧିକ ହୋଇଥିଲା । କୌଣସି ଔଷଧ କାମ ନକରିବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିବା ପ୍ରକାଶ । ଦ୍ୱିତୀୟ ସ୍ୱାସ୍ଥ୍ୟ କର୍ମୀକ ଅବସ୍ଥା ମଧ୍ୟ ଠିକ୍ ପ୍ରଥମ ଜଣଙ୍କ ଭଳି ହୋଇଥିଲା । ତାଙ୍କୁ ଆଂଟିଆଲର୍ଜିକ ଔଷଧ ଦେବାର କିଛି ସମୟ ପରେ ଅବସ୍ଥା ସ୍ୱଭାବିକ ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ‘ଦି ଜିଓକୁ୍ୟଆଇଆଇ କୋଭିଡ-୧୯, ଦି ୱେଫରୱାର୍ଡ’ ନାମରେ କରାଯାଇଥିବା ଏକ ସର୍ଭେରୁ ଜଣା ପଡିଛି ଯେ ଭାରତରେ ଅଧାଧିକ ଲୋକ ଟିକା ନେବାକୁ ପଛ ଘୁଂଚା ଦେଉଥିଲା ବେଳେ ଅନେକ ଲୋକ, ବିଶେଷତଃ ମହିଳାମାନେ ପାସ୍ୱପ୍ରତିକ୍ରିୟାକୁ ଭୟକରି ଭକ୍ସିନ୍ ନେବାକୁ ଇଚ୍ଛୁକ ନାହାନ୍ତି ।
ତେବେ ଆମର ଏଠାରେ କହିବାର କଥା ହେଲା ଯେ, ଯେପର୍ଯ୍ୟନ୍ତ ବିଶ୍ୱସ୍ୱାସ୍ଥ୍ୟ ପ୍ରତିÂାନ (ହୁ) ପକ୍ଷରୁ କୌଣସି ଟିକାକୁ ‘କ୍ଲିଅରାନ୍ସ’ ନମିଳିଛି, ସେପର୍ଯ୍ୟନ୍ତ କୌଣସି ଦେଶ ଏହି ମହାମାରୀ ପାଇଁ ବାହାର କରିଥିବା ଭଲ ହେବାର ଟିକାକୁ ବ୍ୟବହାର ଲାଗି ଅନୁମତି ଦେବା ଅନୁଚିତ । ଯଦି ଦିଅନ୍ତି, ତେବେ ପାଶ୍ୱର୍ପ୍ରତିକ୍ରୀୟା ପ୍ରତି ସଜାଗ ଦୃଷ୍ଟି ରହିବା ଜରୁରି ।

Leave A Reply

Your email address will not be published.

1 × 1 =