ପ୍ରବାସୀଙ୍କ ଜୀବିକା ପାଇଁ ୧୭ ହଜାର କୋଟି

କ୍ୟାବିନେଟ ନିଷ୍ପତି
୨୨ଟି ପ୍ରସ୍ତାବ ଉପରେ ମୋହର । ଧାମରାରେ ଟେକ୍ସଟାଇଲ ପାର୍କ । ଢେଙ୍କାନାଳରେ ମେଡିକାଲ ପାର୍କ । ବ୍ୟୟ ହେବ ୭୦୦୦ କୋଟି । ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଇଡକୋ ଦେବ ଜମି । ଆସ୍କ ଚିନି କଳକୁ ୧୫ କୋଟି ଟଙ୍କା । ଶକ୍ତି ବିଭାଗକୁ ଗଲା ଓରେଡା । ଅଙ୍ଗନୱାଡି ପିଲାଙ୍କୁ ଦିଆଯିବ ସ୍ୱେଟର । ଯୋଗ୍ୟ ପ୍ରବାସୀ ଶ୍ରମିକ ହେବେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ । କୃଷକଙ୍କ ପାଇଁ ଇ-ମାର୍କେଟ । କୃଷି ପାଇଁ ୨୦୦ କୋଟି । ମତ୍ସ୍ୟ·ଷୀଙ୍କ ପାଇଁ ୧୧୧.୪୭ କୋଟି । ହସ୍ତତନ୍ତ ପାଇଁ ୩୦ କୋଟି

କରୋନା ଯୋଦ୍ଧାଙ୍କ ପାଇଁ ସଂକଳ୍ପ ପାରିତ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଆଜି କରୋନା ଯୋଦ୍ଧାଙ୍କ ପାଇଁ ଏକ ସଂକଳ୍ପ ଗୃହିତ ହୋଇଛି । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ସଂକଳ୍ପ ଆଗତ କରିଥିଲେ । କରୋନା ଯୁଦ୍ଧରେ ସାମିଲ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି, ଆଶା କର୍ମୀ, ପୋଲିସ, ହୋମଗାର୍ଡ, ଅଗ୍ନିଶମ କର୍ମ·ରୀ ଓ ସରପଂଚମାନଙ୍କ ତ୍ୟାଗ ଓ ବଳୀଦାନକୁ ମନ୍ତ୍ରୀ ପରିଷଦ ଭୂୟସୀ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କୁ ଜୀବିକା ଯୋଗାଇ ଦେବାପାଇଁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୭ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଖସଡ଼ାକୁ ଅନୁମୋଦନ କରିବା ସହ ୨୨ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ବୈଠକ ପରେ କ୍ୟାବିନେଟରେ ଗୃହିତ ନିଷ୍ପତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଛନ୍ତି ଯେ, ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ଜୀବିକା ପାଇଁ ୧୭ ହଜାର କୋଟି ଟଙ୍କା ବ୍ୟୟ ହେବ । ସେମାନେ ଯେଭଳି ଆଉ ବାହାରକୁ ନ ଯିବେ ସେଥିପାଇଁ ଧ୍ୟାନ ଦିଆଯିବ ।ଏହି ଅର୍ଥ ଜୁନ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଖର୍ଚ୍ଚ ହେବ । ଯୁଦ୍ଧକାଳୀନ ଭିତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇବା ପାଇଁ ଯୋଜନା କରାଯାଇଛି ।ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ କହିଥିଲେ- “ଗ୍ରାମାଂଚଳରେ କୃଷି ପାଇଁ ୨ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ୨୪ ଲକ୍ଷ ୫୬ ହଜାର ·ଷୀ ଉପକୃତ ହେବେ । ୪ ହଜାର ପାନ·ଷୀଙ୍କ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହେବ । ୧୦ ହଜାର ·ଷୀ ଓ ୫ ହଜାର ଏସ୍ଏଚ୍ଜିକୁ ଛତୁ ·ଷ ପାଇଁ ସହାୟତା ମିଳିବ । ୩ ହଜାର ·ଷୀଙ୍କୁ ଫୁଲ ·ଷ ପାଇଁ ସାହାଯ୍ୟ କରାଯିବ । ମତ୍ସ୍ୟ ·ଷରେ ଖର୍ଚ୍ଚ ହେବ ୧୧୧.୪୭ କୋଟି ଟଙ୍କା । ସ୍କିଲ୍ ଡେଭଲପ୍ମେଂଟ ବାବଦରେ ଖର୍ଚ୍ଚ ହେବ ୧୪୦ କୋଟି । ୪୦ ହଜାର ପ୍ରବାସୀଙ୍କୁ ପଂଚାୟତିରାଜ ବିଭାଗ ଟ୍ରେନିଂ ଦେବ ।”ସେ ଆହୁରି କହିଛନ୍ତି ଯେ, ପର୍ଯ୍ୟଟନ ପ୍ରକଳ୍ପ ଲାଗି ଇଡ଼କୋ ଜମି ଯୋଗାଇ ଦେବ । ହୋଟେଲ, ରେଷ୍ଟୁରାଂଟ ନିର୍ମାଣ ଲାଗି ଜମି ଯୋଗାଇ ଦେବ ଇଡକୋ । ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ମିଳିବ ପ୍ରଫେସନାଲ କୋର୍ସର ମାନ୍ୟତା । ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାଙ୍କୁ ମିଳିବ ସହାୟତା । ୩ରୁ ୬ ବର୍ଷ ପିଲାଙ୍କୁ ମାଗଣାରେ ଯୋଗାଇ ଦିଆଯିବ ଜୋତା ଏବଂ ସ୍ୱେଟର । ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ ୧୫ କୋଟି ଟଙ୍କାର ସହାୟତା । କ୍ୟାସ କ୍ରେଡିଟ୍ ଆକାରରେ ଋଣ ନେବାକୁ କ୍ୟାବିନେଟ ଅନୁମୋଦନ । ଏହି ଟଙ୍କା ଆଖୁ ·ଷୀଙ୍କୁ ପ୍ରଦାନ କରିବ ଆସ୍କା କୋଅପରେଟିଭ ସୁଗାର ଲି. । ଓରେଡା ଶକ୍ତି ବିଭାଗ ଅଧୀନକୁ ଆସିବ । ସୋସାଇଟି ଆକ୍ଟରେ ପରିବର୍ତନ । ପ୍ରତି ୫ ବର୍ଷରେ ନବୀକରଣ କରିବାକୁ ପଡ଼ିବ । ଅଡିଟ କରାଗଲା ବେଳେ ଯଦି କୌଣସି ବିବାଦ ହୁଏ, ତେବେ ଏ ନେଇ ଏକ ସ୍ୱତନ୍ତ୍ର ଫୋରମରେ ଅଭିଯୋଗ କରିପାରିବେ ଅଭିଯୋଗକାରୀ । ଏଗ୍ରିକଲଚର ଆକ୍ଟ ୧୯୫୬ରେ ସଂଶୋଧନକୁ ଅନୁମୋଦନ । ଇ-ମାର୍କେଟ ଜରିଆରେ ଉପôାଦନକୁ ବିକି ପାରିବେ ·ଷୀ । ଠିକା ·ଷୀଙ୍କୁ ମିଳିବ ବହୁ ସୁବିଧା । କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡ଼ାରେ ଦିଆଯିବ ଜମି । ଗ୍ରାମାଂଚଳ ଲୋକଙ୍କ ଆର୍ଥିକ ବ୍ୟବସ୍ଥାର ଉନ୍ନତି ଲାଗି ପ୍ରସ୍ତାବ ଗୃହିତ । ବାଲେଶ୍ୱର ଜିଲ୍ଲା ସଦର ତହସିଲରେ ହିଡିଗାଁରେ ୩ ଏକର ୫୦ ଡିସିମିଲ ଜାଗାରେ ଏନଡିଆରଏଫର ଗୋଟିଏ କମ୍ପାନୀର ଏକ ହେଡକ୍ୱାଟର କରାଯିବା ନେଇ ଅନୁମତି । ଗ୍ରାମାଂଚଳରେ ପ୍ରତି ଘରକୁ ବାଡ଼ିବଗି·ରେ ଲଗାଇବା ଲାଗି ଗଛ ଚାରା ଯୋଗାଇ ଦିଆଯିବ । ଭଦ୍ରକ ଜିଲ୍ଲା ଧାମରାରେ ହେବ ଟେକ୍ସଟାଇଲ୍ ପାର୍କ ଓ ଢେଙ୍କାନାଳରେ ପ୍ରତିଷ୍ଠିତ ହେବ ମେଡିକାଲ ପାର୍କ । ୧୦୦୦ ଏକର ଜମି ଉପରେ ପ୍ରତିଷ୍ଠିତ ହେବ ଏହି ପାର୍କ । ଏହି ପାର୍କରେ ନିବେଶ ହେବ ୬୦୦୦ରୁ ୭୦୦୦ କୋଟି ଟଙ୍କା । ଧାମରାରେ ୨୦ ହଜାର ଏବଂ ଢେଙ୍କାନାଳରେ ୧୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।ରାଜ୍ୟ ଖାଦ୍ୟ ନିରାପତାରେ ସାମିଲ ହେବେ ଦାଦନ ଶ୍ରମିକ ୱାର୍ଡ ସ୍ତରରେ ଗଠନ ହେବ ପରି·ଳନା କମିଟି । ୧୯୨ଟି ନୂତନ ଓଏଏସ ପଦବୀ ସୃଷ୍ଟି କରାଯିବ । ବୈଠକରେ ଡିଜେଲ ଓ ପେଟ୍ରୋଲ ଉପରେ ଭାଟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ସେହିପରି ଏଣିକି କରୋନାର ମୁକାବିଲା ପାଇଁ ଗ୍ରାମ ଓ ସହରାଂଚଳରେ ୱାର୍ଡ ସ୍ତରରୁ କୋଭିଡ ପରି·ଳନା ହେବ ।

Leave A Reply

Your email address will not be published.

four + ten =