୩ଖଣିକୁ ୯୬ଲକ୍ଷ ଜୋରିମାନା, ଖଣି ବନ୍ଦ ନିଦେ୍ର୍ଧଶ


କେନ୍ଦୁଝର: ଦିନେ ଅବୈଧ ଖଣିକାରବାର ନେଇ ସମଗ୍ର କେନ୍ଦୁଝର ଜିଲା ନିନ୍ଦିତ ହୋଇପଡିଥିବାବେଳେ ଏବେ ମଧ୍ୟ ଖଣିଗୁଡିକରେ ଅବୈଧ କାରବାର ପୂର୍ବପରି ଚାଲୁ ରହିଥିବା ଜଣାପଡଛି । ଖଣି ଲିଜଧାରୀମାନେ ଉଚ୍ଚମାନର ଲୁହାପଥରକୁ ନିମ୍ନ ମାନର ଦର୍ଶାଇ ବ୍ୟାପକ ପରିମାଣରେ ରାଜସ୍ୱ ଫାଙ୍କୁଥିବା ତଥ୍ୟ ପଦାକୁ ଆସିଛି । ଗତ କିଛିଦିନ ତଳେ ଷ୍ଟିଲ ଆଣ୍ଡ ମାଇନ୍ସ ବିଭାଗର ଅନୂ ସଚିବ ବି କେ ସାହୁ ଯୋଡା ଖଣି ମଣ୍ଡଳ ପରିଦର୍ଶନକରି, ୩ଟି ଖଣିରେ ହେଉଥିବା ଅନିୟମିତତା ନେଇ ଚଳିତମାସ ୧୬ ତାରିଖ ପତ୍ର ସଂ ୧୦୯୪୧ରେ ଖଣି ନିଦେ୍ର୍ଧଶକ ଉମେଶ ଚନ୍ଦ୍ର ଜେନାଙ୍କୁ ଖଣି ନିୟମ ଏମସିଡିଆର-୧୯୮୮/୧୦(୫)ର ଓଏମପିଟିଏସ ୨୦୦୭କୁ ଉଲଙ୍ଘନ କରାଯାଇଥିବା ଜଣାଇ କଡା କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଏଥିରେ ଖଣିଟିକୁ ତୁରନ୍ତ ବନ୍ଦ କରି ତଦାରଖ କରିବା ସହ ଖଣି କାର୍ଯ୍ୟରେ ସଂଶୋଧନ କରିବା ପର୍ଯ୍ୟନ୍ତ ଖଣିକାର୍ଯ୍ୟ ସମ୍ପୁର୍ଣ୍ଣ ବନ୍ଦ ରଖିବାକୁ ନିଦେ୍ର୍ଧଶ ଦେଇଥିଲେ । ଏହାକୁ ପାଳନକରି ଗତ ୧୭ତାରିଖ ଦିନ ଯୋଡା ଯୁଗ୍ମ ଖଣି ଉପ ନିଦେ୍ର୍ଧଶକ ସଲିଳ କୁମାର ବେହେରା ୩ଟି ଖଣି ଉପରେ ଚଢାଉ କରିଥିଲେ । ଖଣିଗୁଡିକ ହେଲା କାଶଭି ଇଣ୍ଟରନେସନାଲ ପ୍ରାଇଭେଟ ଲିମିଟେଡଙ୍କ ୧୦୭.୪୪୦ ହେକ୍ଟର ପରିମିତ ଜରିବାହାଲ ଲୌହ ଖଣି, ଡିଆର ପଟ୍ଟନାୟକଙ୍କ ୧୫.୩୭୮ହେକ୍ଟର ପରିମିତ ମୁର୍ଗାବେଡା ଲୌହ ଖଣି, ତାରିଣୀ ମିନେରାଲସ୍ଙ୍କ ୩୪.୩୬୫ ହେକ୍ଟର ପରିମିତ ଦେଓଝର ଲୌହ ଖଣି । ନିୟମ ମୁତାବକ ଲୁହାପଥର ଉତ୍ତୋଳନପରେ ସେଗୁଡିକୁ ଷ୍ଟାକ୍ କରାଯାଇ ଗଚ୍ଛିତ ରଖାଯିବା ସହ ଖଣି ଅଧିକାରୀଙ୍କ ଦ୍ୱାରା ତାହା ଯାଞ୍ଚ କରାଇ ମାନ ନିର୍ଧାରଣପରେ ଷ୍ଟାକ ନମ୍ବର ଦିଆଯାଇ ସରକାରଙ୍କର ରଜସ୍ୱ ଧାର୍ଯ୍ୟ କରାଯାଇଥାଏ । ରାଜସ୍ୱ ପୈଠ ପରେ ତାହାକୁ ପରିବହନ ନିମନ୍ତେ ଖଣି ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥାଏ । ତେବେ ଏହି ଖଣି ୩ଟିରେ ଏହାର ବ୍ୟତିକ୍ରମ ଦେଖାଯାଇଥିଲା । ଷ୍ଟାକ୍ କରାନଯାଇ ସିଧାସଳଖ ଖଣିଜ ଉତ୍ତୋଳନକରି ପରିବହନ କରାଯାଉଥିଲା । ଏହା ସହିତ ଉଚ୍ଚମାନର ଲୁହାପଥରକୁ ନିମ୍ନ ମାନର ଦର୍ଶାଇ ବିପୁଳ ପରିମାଣର ରାଜସ୍ୱ ଫାଙ୍କି ଚାଲିଥିଲେ ଏହି ୩ଟି ଖଣି । ଏଥିପାଇଁ ଯାଞ୍ଚ ସମୟରେ ନୂତନ ଖଣିଲିଜ୍ଧାରୀ କାଶଭି ଲୌହ ଖଣିକୁ ୬ଲକ୍ଷ ୫୦ହଜାର ୭ଶହ ୫୫ ଟଙ୍କା ରାଜସ୍ୱ ବାବଦରେ ଏବଂ ୬୫ଲକ୍ଷ ୭ହଜାର ୫ଶହ ୫୭ଟଙ୍କା ପ୍ରୀମିୟମ ବାବଦକୁ ଜୋରିମାନା କରାଯାଇଥିବା ଜଣାପଡିଛି । ସେହିପରି ଡିଆର ପଟ୍ଟନାୟକଙ୍କ ମୁର୍ଗାବେଡା ଲୌହ ଖଣିକୁ ୧୮ଲକ୍ଷ ୭୩ହଜାର ୩୨ଟଙ୍କା ଓ ତାରିଣୀ ମିନେରାଲଙ୍କ ଦେଓଝର ଲୌହ ଖଣିକୁ ୫ଲକ୍ଷ ୬୭ହଜାର ୯ଶହ ୮୭ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ପୈଠ କରିବାପରେ ମଧ୍ୟ ଏହି ଖଣିଗୁଡିକର ଉତ୍ତୋଳନ ଓ ପରିବହନ କାର୍ଯ୍ୟକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏ ସଂକ୍ରାନ୍ତରେ ଭୁବନେଶ୍ୱର ଖଣି ନିଦେ୍ର୍ଧଶକଙ୍କୁ ଅବଗତ କରାଯାଇଥିବା ଯୋଡା ଯୁଗ୍ମ ଖଣି ଉପ ନିଦେ୍ର୍ଧଶକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଖଣି ନିଦେ୍ର୍ଧଶକଙ୍କଠାରୁ ଅନୁମତି ପାଇଲେ ଏହି ଖଣି ପୁନର୍ବାର ପରିବହନ କାର୍ଯ୍ୟ କରିପାରିବ । ଏଠାରେ ସୂଚନା ଯୋଗ୍ୟ, ନୂତନ ଖଣି ଲିଜଧାରୀମାନେ ଏହି ଅବୈଧ କାରବାରକୁ ନଜରରେ ରଖି ଅଧିକ ଦରରେ ଖଣି ଲିଜ୍ ନେଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଅଧିକାଂଶ ଖଣିରେ ଏହି ପ୍ରକାରର ଅବୈଧକାରବାର ଜାରିରହିଥିବା ବେଳେ କାଁ ଭାଁ କେତୋଟି ଖଣିଉପରେ ଚଢାଉକରି ଖଣିବିଭାଗ ନିଜ ମୁଣ୍ଡରୁ ଦୋଷ ଛଡାଇବାରେ ଲାଗିଛି ।

Leave A Reply

Your email address will not be published.

fifteen − 7 =