କମିଟି ଗଠନ ହେଉ


ତିନି କୃଷି ଆଇନ ଉଛେଦ ଦରବିରେ ଦୀର୍ଘ ତିନି ସପ୍ତାହରୁ ଉଦ୍ଧ୍ୱର୍ ସମୟ ଧରି ଦିଲ୍ଲୀ ସୀମାରେ ଖୋଲଶ ଆକାଶ ତଳେ ଅସହ୍ୟ ଶୀତ କାକରରେ ଧାରଣାରେ ବସିଥିବା ଚାଷୀଙ୍କ ସମସ୍ୟାର ସମଧାନ ଲାଗି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ସିଧାସଳଖ ଆଲାଚନା ପାଇଁ ସୁପି୍ରମକୋର୍ଟଙ୍କ ପରାମର୍ଶ ଦ୍ୱାରୋ ଉନ୍ମୁକ୍ତ କରିଛି ବୋଲି କୁହାଯାଇପାରିବ । ଦିଲ୍ଲୀ ସୀମାନ୍ତକୁ ଅବରୋଧ କରି ଧାରଣାରେ ବସିଥିବା ଆନେ୍ଦାଳନ ରତ କୃଷକମାନଙ୍କୁ ତୁରନ୍ତ ହଟାଇବା ଲାଗି ଦାଏର ଏକ ପିଟିସନ ଶୁଣାଣୀ କରି ସୁପି୍ରମକୋର୍ଟ ଚାଷୀଙ୍କର ଆନ୍ତୋଳନ କରିବାର ଅଧିକାର ରହିଛି । ଆନ୍ତୋଳନରେ ଅଦାଲତ ହସ୍ତକ୍ଷେପ କରିବ ନାହିଁ । ବ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିବା ସହ ସରକାର କୃଷକ ସଂଗଠନ ଏବଂ ଅନ୍ୟ ମନୋନୀତ ବ୍ୟକ୍ତି ବିଶେଷଙ୍କୁ ନେଇ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ପରାମର୍ଶ ଦେଇଛି । ଯେଉଁ କିମିଟି ନୁତନ କୃଷି ଆଇନରେ ଥିବା ବିଭ୍ରାନ୍ତିକୁ ଦୁର କରିବା ସହ ସହମତ ଆଣିପାରିବ । ପ୍ରସ୍ତାବିତ କିମିଟି ସ୍ୱଧୀନ ଓ ନିରପେକ୍ଷ ଭାବେ ଉଭୟ ପକ୍ଷର କଥାଶୁଣିବେ ଏବଂ ସହମତି ଭାବେ ଏକ ମା୍ମମ ପନ୍ଥା ଗ୍ରହଣ କରିପାରିବେ । ତେବେ କମିଟି ଗଠନ ପର୍ଯ୍ୟନ୍ତ ଆଇନକୁ ସ୍ଥଗିତ ରଖିବା ଲାଗି ଅଦାଲତକୁ କୌଣସି ପ୍ରତିଶୃତି ଦେବାକୁ ସଲିସିଟର ଜେନେରାଲ ମନା କରିଦେଇଥିବା ବେଳେ ସରକାରଙ୍କ ସହ ଏନେଇ ଆଲୋଚନା କରିବାକୁ ଆଟର୍ଣ୍ଣି ଜେନେରାଲ କହିଛନ୍ତି ।
କହିବା ବାହୁଲ୍ୟଯେ, ତିନି କୃଷି ଆଇନର ଉଛେଦ ଦାବିରେ ଦେ୫ଶର ୪୦ରୁ ଉଦ୍ଧ୍ୱର୍ କୃଷକ ସଂଗଠନ ଅଟଳ ରହିଥିବା ବେଳେ କଅଷି କ୍ଷେତ୍ରରେ ନୁତନ ଆଇନ ବଳରେ ବ୍ୟପକ ସଂସ୍କାର ପାଇଁ ସରକାର ନିଜ ଜିଦରେ ଅଟଳ ରହିଛନ୍ତି । ସୁପି୍ରମକୋର୍ଟଙ୍କ କମିଟି ଗଠନ ଉପରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକି୍ରୟା ପ୍ରକାଶ ପାଇନଥିବା ବେଳେ ଚାଷୀ ସଂଗଠନ ଗୁଡିକୁ ଆଇନ ପ୍ରତ୍ୟାହୃତ ନହେବା ପର୍ଯ୍ୟନ୍ତ ଆନ୍ତୋଳନରୁ ଓହରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ତେବେ ଶୁକ୍ରବାର ଦିନ ମଧ୍ୟପ୍ରଦେଶର କୃଷକ ସମାବେଶର ଭିଡିଓ କନଫରେନନ୍ସରେ ଉଦବୋଧନ ଦେବା ଅବସରରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଆଗେଇ ଆସିବା ପାଇଁ ଚାଷୀ ସଂଗଠନମାନଙ୍କୁ ଯୋଡ ହସ୍ତରେ ବିନମ୍ର ନିବେଦନ କରିଛନ୍ତି । ଏଥି ସହ ନୁତନ କୃଷି ଆଇନ କୃଷକମାନଙ୍କ ପାଇଁ ଲାଭଦାୟକ ତଥା ବରଦାନ ହେବ ବୋଲି କହିଛନ୍ତି । ସର୍ବନିମ୍ନ ସହାୟକ ମୁଲ୍ୟ “ଏମଏସପି” ବନ୍ଦ ହେବ ନାହିଁ ଏବଂ କିମ୍ବା ଏହାକୁ କେହି ବନ୍ଦ କରିପାରିବେ ନାହିଁ । ମଣ୍ଡି ଚାଲୁ ରହିଛି ଏବଂ ଚାଲୁ ରହିବ ବୋଲି କହିଛନ୍ତି । ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କୃଷି ଆଇନର ଉପକାରିତା ବ୍ୟାଖା କରି ବିରୋଧି ଦଳ ଗୁଡିକୁ ଯେପରି ସମାଲୋଚନ କରିଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛିଯେ, ସରକାର ଆଇନ ପ୍ରତ୍ୟାହାର କରିବା ସଂଶୋଧନ କରିବା ସ୍ଥିତିରେ ନାହାନ୍ତି । ଅନ୍ୟ ପକ୍ଷରେ କୃଷି ମନ୍ତ୍ରୀ ଏମଏସପି ବନ୍ଦ ହେବ ନାହିଁ ବୋଲି ଲିଖିତ ପ୍ରତିଶୃତି ଦେଇଥିବା ବେଳେ ଏମଏସପି କୁ ନେଇ କୃଷକଙ୍କ ମନରେ ଥିବା ସନେ୍ଦହକୁ ଦୁର କରିବାରେ ସମର୍ଥ ହୋଇନାହାନ୍ତି । ଯେଉଁଥି ପାଇକି ଲିଖିତ ପ୍ରତିଶୃତିକୁ ସଂଗଠନ ଗୁଡିକ ଆଗ୍ରହ୍ୟ କରିବା ସହ ସରକାରଙ୍କ ସହ ପୁନର୍ବାର ଆଲୋଚନାକୁ ପ୍ରତ୍ୟାଖାନ କରିଛନ୍ତି । ଆହୁରି ମଧ୍ୟ ବିଜେପିର କେତେକ ମନ୍ତ୍ରୀ ଓ ନେତା ଯେପରି ଚାଷୀ ଅନେ୍ଦାଳନକୁ ନେଇ ମନ୍ତବ୍ୟ ଦେଇଛନ୍ତି, ତାହା ନିଶ୍ଚିତ ଭାବେ ଉଦବେଗଜନକ ବୋଲି କୁହାଯିବ । ଚାଷୀ ଆନେ୍ଦାଳନକୁ ରାଷ୍ଟ୍ର ବିରୋଧି, ଆନେ୍ଦାଳନକାରୀଙ୍କୁ ଦେଶଦ୍ରୋହୀ ବୋଲି କହିବା ନିଶ୍ଚିତ ଚିନ୍ତା ଜନକ । ଭାରତ ପରି ଗଣତାନ୍ତ୍ରୀକ ଦେଶରେ ଆନେ୍ଦାଳନ କରିବା ସମସ୍ତଙ୍କ ଅଧିକାର ରହିଛି, ଯାହାକି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ।
ଏହା ଆମକୁ ଗ୍ରହଣ କରିବାକୁ ହେବଯେ, ଚାଷୀ ହେଉଛନ୍ତି ଅନ୍ନଦାତା । ଯେଉଁମାନଙ୍କ ଅକ୍ଳାନ୍ତ ପରିଶ୍ରମରେ ଦେଶରେ ସବୁଜ ବିପ୍ଳବ ସଫଳ ହୋଇଥିବା ବେଳେ ଖାଦ୍ୟ ଶସ୍ୟ ଉପôାଦନରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିଛି । ଚାଷୀ ଏବେ ନିଜର ହକ ପାଇଁ ରାଜରାସ୍ତାରେ । ଯେଉଁ ଚାଷୀ ଖରା, ବର୍ଷା, ଶୀତ, କାକରକୁ ଖାତିର ନକରି ଅନ୍ୟର ମୁହଁରେ ହସ ଫୁଟାଇବା ଅନ୍ୟକୁ ଖାଦ୍ୟ ଯୋଗାଇବା ପାଇଁଁ ନିଜର ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ଦିନ ରାତି ଏକ କରିଦେଇଥାଏ, ଏବେ ସେହି ଚାଷୀ ନିଜର ହକ ପାଇଁ ଖରା, ବର୍ଷା, ଶୀତ କାକରରେ ରାଜରାସ୍ତାରେ ଧାରଣାରେ ବସିଛି । ଏହା ସତଯେ, ଚାଷୀ ସମସ୍ତଙ୍କୁ ଖାଦ୍ୟ ଯୋଗାଏ, ମାତ୍ର ଚାଷୀ ଦୁଃଖ କେହି ବୁଝନ୍ତି ନାହିଁ । ଚାଷରେ ଲାଭ ପରିମାଣ ଖୁବ କମ୍ ଥିବା ବେଳେ ଦୈବ ଦୁର୍ବିପାକ ଓ ପୋକ ରୋଗ ଆକକ୍ରମଣରେ କ୍ଷତି ସହ୍ୟ କରିନପାରି ଆତ୍ମ ହତ୍ୟ କରିବାକୁ ବାଧ୍ୟ ହୋଇଥାଏ । ଯେଉଁଥି ପାଇକି ଚାଷୀ ଆତ୍ମ ହତ୍ୟା ଆକମକ ଦେଶରେ ପ୍ରତି ବର୍ଷ ବଢିଚାଲିଛି । ଚାଷୀ ଉପଯୁକ୍ତ ମୁଲ୍ୟ ପାଏନାହିଁ, ଏହା ନିଶ୍ଚିତ । ଯେଉଁ ଏମଏସପି ଉପରେ ଚାଷୀ ସନ୍ତୁଷ୍ଟ ନଥିଲେ ବି ଭରଷା କରି ଆସିଛି, ଏବେ ତାହା ସଂଦେହ ମଧ୍ୟରେ ।
ଗୋଟିଏ ପଟେ କୃଷକ ଆନେ୍ଦାଳନ ପ୍ରତି ଯୁବକ, ଛାତ୍ର, ବିଭିନ୍ନ ଦଳ, ଗୋÂୀର ସମର୍ଥନ ବଢିବାରେ ଚାଲିଛି । ମାତ୍ର ଚାଷୀ କାହା ଦ୍ୱାରା ପ୍ରଭାବିତ ନୁହଁ, ଏହାର ପ୍ରମାଣ ମିଳିଛି ୫ଘଂଟିଆ ଭାରତ ବନ୍ଦ ପାଳନରୁ । ସୁପି୍ରମକୋର୍ଟଙ୍କ ପରାମର୍ଶ ଅନୁଯାୟୀ ସରକାର ଚାଷୀ ପ୍ରତିନିଧି ବୁଦ୍ଧିଜୀବିଙ୍କୁ ନେଇ ଏକ ସ୍ୱାଧିନ ନିରପେକ୍ଷ କମିଟି ଗଠନ କକରି ଆଇନ ଉପରେ ଥିବା ସନେ୍ଦହ ଦୁର କରନ୍ତୁ କିମ୍ବା ଆଇନକୁ ପ୍ରତ୍ୟାହାର କରନ୍ତୁ । ଏହା ଦେଶ ପାଇଁ ମଙ୍ଗଳକର ହେବ ।

Leave A Reply

Your email address will not be published.

4 + eleven =