ରାଜଧାନୀରେ ୨୦୨୦: ଅପରାଧ ଓ କରୋନାର ବର୍ଷ


ରାଜଧାନୀ ଭୁବନେଶ୍ୱର ପାଇଁ କରାଯାଇଥିବା ମାଷ୍ଟର ପ୍ଲାନ ବର୍ଷ ପରେ ବର୍ଷ ଅତିବାହିତ ହେବା ସହିତ ନାନା ଅଙ୍କାବଙ୍କା ରାସ୍ତା ଦେଇ କେତେକ ସ୍ଥାନରେ ବଦଳିଛି । ଅବସ୍ୟ ଏପରି ବଦଳିବା ଭାରତରେ ନୂଆ କଥା ନୁହେଁ । ଆମ ଦେଶର ରାଜଧାନୀ ଦିଲ୍ଲୀ ଓ ଅର୍ଥୀତିର ରାଜଧାନୀ ବୋଲି କୁହାଯାଉଥିବା ମୁମ୍ବାଇରେ ମଧ୍ୟ ରାଜଧାନୀର ପ୍ଲାନ କେତେକ କ୍ଷେତ୍ରରେ ବଦଳିଥିବା ବେଳେ ମହାବାତ୍ୟା ପରେ ଭୁବନେଶ୍ୱରରେ ବହୁ ବସ୍ତି ଗଢ଼ିଉଠିଛି ଏବଂ ଏହା ପଛରେ ରହିଛି ବହୁ ସର୍ବହରା ପରିବାର, ଯେଉଁମାନେ ବାତ୍ୟାରେ ସବୁ କିଛି ହରାଇ କାମଧନ୍ଦା ପାଇଁ ଭୁବନେଶ୍ୱର ଆସିଥିଲେ । ଏହା ବ୍ୟତିତ ପଶ୍ଚିମ ଓଡ଼ିଶା, ଉପକୂଳ ଓଡ଼ିଶା, ଉତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ସମେତ ବହୁ ଲୋକ କାମଧନ୍ଦା ପାଇଁ ଭୁବନେଶ୍ୱର ଆସି ପରେ ବସତି ସ୍ଥାପନ କରିଛନ୍ତି । ତେବେ କେହି ରୋଜଗାର କରିବାକୁ ମନା ନାହିଁ । କେହି ରାଜଧାନୀ ଭୁବନେଶ୍ୱରରେ ରହିବାକୁ ମନା ନାହିଁ । କିନ୍ତୁ ସେମାନେ ଏଠାର ସ୍ଥାୟୀ ବାସିନ୍ଦା ହୁଅନ୍ତୁ ବା ଭଡାଟିଆ ହୁଅନ୍ତୁ କିମ୍ବା ବସ୍ତିବାସିନ୍ଦା ହୁଅନ୍ତୁ ଅଥବା ଫ୍ଲାଟରେ ରହୁଥିବା ଲୋକ ହୁଅନ୍ତୁ, ସମସ୍ତେ ରୋଜଗାର କରି ଖୁସିରେ ରହିବା ଓ ପଡୋସି ତଥା ରାଜଧାନୀରେ ରହୁଥିବା ଲୋକମାନଙ୍କ ସୁଖଶାନ୍ତି ଦେଖିବା ସ୍ୱାଗତଯୋଗ୍ୟ । କିନ୍ତୁ ସରିଆସୁଥିବା ୨୦୨୦ ମସିହା ଯେତେବେଳେ ସାରା ବିଶ୍ୱ ପାଇଁ ଉପôୀଡକ ହୋଇପଡିଛି ଓ କରୋନା ମହାମାରୀ ସମସ୍ତଙ୍କୁ କବଳିତ କରି ରଖିଛି, ସେତେବେଳେ ଭୁବନେଶ୍ୱର ଏଥିରୁ ମଧ୍ୟ ମୁକ୍ତ ହୋଇପାରି ନାହିଁ । ଗତ ୯ମାସ ମଧ୍ୟରେ ରାଜ୍ୟର ଲକ୍ଷ୍ୟାଧିକ ଲୋକ ଏଥିରେ ଆକ୍ରାନ୍ତ ହେବା ସହ ସହସ୍ରାଧିକ ପ୍ରାଣ ହରାଇଛନ୍ତି । ତେଣୁ ମୋଟାମୋଟି ଭାବେ ୨୦୨୦ ବିଦାୟ ନେଉଥିଲା ବେଳେ ଦେଇଯାଇଥିବା କରୋନା ଆଗକୁ କେଉଁ ରୂପ ନେଉଛି, ତାହା ଦେଖିବାର କଥା । ଅନ୍ୟପଟେ ସଂଖ୍ୟାଧିକ ବ୍ୟକ୍ତି ଯେତେବେଳେ ନିଜ ଜୀବନ କରୋନାମୁକ୍ତ ରଖିବାକୁ ଉଦ୍ୟମରତ ଏବଂ ସେଥିରେ ଶାନ୍ତିଶୃଙ୍ଖଳା ରକ୍ଷା କରୁଥିବା ପୋଲିସ ବାହିନୀର ଭୂମିକା ଉଲ୍ଲେଖଯୋଗ୍ୟ, ଠିକ୍ ସେତିକିବେଳେ ଅନ୍ୟପକ୍ଷରେ ଚୋର, ଟସ୍କର ଏବଂ ବିଭିନ୍ନ ଅପରାଧରେ ଜଡିତ ଅପରାଧି ମଧ୍ୟ ରାଜଧାନୀ ବାସୀଙ୍କୁ ବସାଇ ଉଠାଦେଉ ନାହାନ୍ତି । ଭୁବନେଶ୍ୱର ମହାନଗରୀରେ ୨୦୨୦ରେ ସର୍ବାଧିକ ୩୩୦ ଛିନ୍ତାଇ କେବଳ ୬ମାସ ମଧ୍ୟରେ ଘଟିଥିଲା ବେଳେ ୪୦ଟି ହତ୍ୟା, ୩୨ଟି ଡକାୟତି, ୩୧୯ଟି ଘର ଭିତରୁ ଚୋରି ଏବଂ ୧୬୮୪ଟି ଚୋରି ସମେତ ୪୪୦ଟି ଠକେଇ ସମେତ ୬୯ ଡଙ୍ଗା ଓ ୧୦୬ଟି ବଳାକôାର ଏବଂ ମାଡପିଟ ଗଣ୍ଡଗୋଳ ଏବଂ ଘରୋଇ ଅପରାଧ ନେଇ ୩,୪୬,୦ ମାମଲା କରାଯାଇଥିଲା ବେଳେ ୪୫୨ଟି ଦୁର୍ଘଟଣା ଜନିତ ମାମଲା କରାଯାଇଥିବା ବାର୍ଷିକ ଅପରାଧ ସମୀକ୍ଷା ରିପୋର୍ଟରୁ ଜଣା ପଡିଛି । ଏପରିକି ଦାଦାବଟି ଆଦାୟ କରୁଥିବା ୧୦୪ ଜଣ ଗିରଫ ହୋଇଥିବଲା ବେଳେ ସାଇବର ଠକ ଅନଲାଇନ୍ ଜରିୟାରେ ଲୋଭନୀୟ ମେସେଜ ଓ ଅନଲାଇନ୍ କରବାର ବେଳେ ଓଟିପି ମାଗି ବ୍ୟାଙ୍କ ତଥ୍ୟ ହାସଳ ପୂର୍ବକ ଫେସବୁକ୍ ଚାଟିଂ, ଓଏଲ୍ଏକ୍ସ ଏବଂ ଫୋନ୍ ପେ, ଫୋନ୍ରେ ହ୍ୱାଟ୍ସ୍ ଆପ୍, ଗୁଗୁଲ, ପେଟିଏମ୍ ଜରିଆରେ ଲୋକଙ୍କୁ ଟାର୍ଗେଟ କରିଛନ୍ତି । ଏପରିକି ଗୋଟିଏ ସପ୍ତାହକ ମଧ୍ୟରେ ୨୭ ଲକ୍ଷ ଟଙ୍କା ସାଇବର ଠକଙ୍କ ପକେଟରେ ପହଂଚିଛି । ରାଜଧାନୀରେ ୨୧ଟି ଥାନାରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ ଓ ଏହା କରୋନା ସତ୍ୱେ ୬୦୦ରୁ ଅଧିକ ହୋଇଛି । କମିଶନୋରେଟ ପୋଲିସ ଏଦିଗରେ କରିଥିବା ତଦନ୍ତ ସ୍ୱାଗତଯୋଗ୍ୟ । କିନ୍ତୁ ଏହା ଫଳପ୍ରଦ ହୋଇପାରି ନାହିଁ । ଏଥିଲାଗି ଏବେ ଅପରାଧର ତଦନ୍ତ ଲାଗି ଭୁବନେଶ୍ୱରରେ କମିଶନୋରେଟ ପୋଲିସ ପକ୍ଷରୁ ଖୁବ୍ଶିଘ୍ର ଯଦି ତଦନ୍ତ ବିଭାଗକୁ ସ୍ୱତନ୍ତ କରିବା ସହିତ ଏଥିପାଇଁ ସମାନ୍ତରାଳ ଭାବେ ଥାନା ସହିତ ତଦନ୍ତ ପାଇଁ ଅଲଗା କାର୍ଯ୍ୟାଳୟ କରାନଗଲେ ଆଗକୁ ଏହା ଅପରାଧିଙ୍କ ନଗର ପାଲଟିବା ବିଚିତ୍ର ନୁହେଁ ।

Leave A Reply

Your email address will not be published.

ten − six =