ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଆଜି ବିଧାନସଭାର ଅଧିବେଶନ ଅତ୍ୟନ୍ତ ସରଗରମ ହୋଇପଡିଥିଲା ।
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଥିବା ଆଲୋଚନାର ଉତର ଦେଇ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରି କହିଛନ୍ତ୍ି ଯେ, କେନ୍ଦ୍ର ସରକାର ଲାଗୁରକରିଥିବା ଦୁଇଟି ଅତିରିକ୍ତ ଛାଡ କଲେ ଦର କମିବ । ତୈଲ ଉପରେ କେନ୍ଦ୍ରସରକାର ୩୨ଟଙ୍କା ୯୦ ପଇସା ଟିକସ ନେଉଛନ୍ତି । ସେ ହିପରି ରାଜ୍ୟ ସରକାର ୩୨% ଭ୍ୟାଟ୍ରୁ ୨୧ଟଙ୍କା ୪୦ ପଇସା ଟିକସ ପାଉଛନ୍ତି । ଏହି ଟିକସ ଅର୍ଥ ରାଜ୍ୟର ବିକାଶ ମୂଳ କାର୍ଯ୍ୟରେ ବିନିଯୋଗ ହେଉଛି । ସେ କହିଛନ୍ତ କେନ୍ଦ୍ର ସରକାର ଅତିରିକ୍ତି ସେସ ଲାଗୁ କରିବା ଯୋଗୁ ତୈଲ ଦର ବୃଦ୍ଧି ପାଇଛି । ଭିତିଭୂମି ଓ କୃଷି କ୍ଷେତ୍ରରେ କେନ୍ଦ୍ରସରକାର ଅତିରିକ୍ତି ୧୮% ସେସ ଆଗୁ କରିଛନ୍ତି । ଏହି ଦୁଇଟି ସେସ ଛାଡ କଲେ ତୈଲ ଦର ହ୍ରାସ ପାଇବ । ସେ ଆହୁରି କରିଛନ୍ି ୨୦୧୪ ମସିହାରେ କେନ୍ଦ୍ରରେ ବିଜେପି ସରକାର ଶାସନକୁ ଆସିବା ପରଠାରୁ ବର୍ତମାନ ସୁଧା ପେଟ୍ରୋଲ ଦର ୨୭୪.୪୧% ବୃଦ୍ଧି ପାଇଥିଲା ବେଳେ ଡିଜେଲ ଦର ୭୯୩.୨୬% ବୃଦ୍ଧି ପାଇଛି । ପେଟ୍ରୋଲର ବେସିକ୍ ମୂଲ୍ୟ ୩୩ଟଙ୍କା ୬୮ପାଇସା ଥିବା ବେଳେ ଦେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ଯୋଗୁ ମୂଲ୍ୟ ବଢ଼ିଛି । ଏହା ସାଙ୍ଗକୁ ୩ ତୈଲ କମ୍ପାନିର ଦୈନନ୍ଦିନ ମୂଲ୍ୟ ବୃଦ୍ଧି ବର୍ତମାନର ଆକାଶ ଛୁଆ କାରଣ ହୋଇଛି ।
ମୂଲତବି ପ୍ରସ୍ତାବ ଉପରେ ଆଲୋଚନା ଆମ୍ଭ କରି କଂଗ୍ରେସ ସଦସ୍ୟ ତାରା ପ୍ରଶାଦ ବାହିନି ପତି ମୂଲ୍ୟ ବୃଦ୍ଧି ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛିନ୍ତି । ସେ କହିଛନ୍ତି ଯେ, ତୈଳ ଦର କଂଗ୍ରେସ ସମୟରେ କମ ଥିଲା । ମୋଦି ସରକାରଙ୍କ ସମୟରେ ତୈଲ ଦର ଏବେ ଆକାଶ ଛୁଆଁ ହୋଇଛି । କରୋନା ମହାମାରୀ ସମୟରେ ମୋଦି ସରକାର ପେଟ୍ରୋଲରେ ୧୦ ଟଙ୍କା ଡିଜେଲରେ ୧୩ ଟଙ୍କା ବଢ଼ାଇଛନ୍ତି । ରନ୍ଧନ ଗ୍ୟାସ ଦର ୮୦୦ ଟଙ୍କାରେ ପହଂଚିଲାଣି । ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଉପରେ ୪ ଟଙ୍କା ସରକାର ବଢ଼ାଇଲେଣି । ଅତିତରେ ବିଜେପି-ବିଜେଡି ଗ୍ୟାସ ଟାଙ୍କି ଧରି ଆନେ୍ଦାଳନ କରୁଥିଲେ ଏବେ କୁଆଡେ ଗଲେ । ତେଣୁ କେନ୍ଦ୍ର ସରକାର ବଢ଼ାଇଥିବା କେନ୍ଦ୍ର ଉପôାଦ ଶୁଳ୍କ ଓ ରାଜ୍ୟ ସରକାର ବଢ଼ାଇଥିବା ଭାଟ ପ୍ରତ୍ୟାହାର କରିବା ପାଇଁ ବିଧାୟକ ବାହିନୀପତି ଦାବି କରିଥିଲେ । ସେହିଭଳି କଂଗ୍ରେସ ବିଧାୟେକ ସନ୍ତୋଷ ସିଂ ସାଲୁଜା ମଧ୍ୟ ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେପି-ବିଜେଡିକୁ ଟାର୍ଗେଟ କରିଥିଲେ ତେଲ ଦର ପ୍ରତିଦିନ ବୃଦ୍ଧି ହେଉଛି, କିନ୍ତୁ ବିଜେଡି ବିଧାୟକ ମାନେ ତୁଣ୍ଡି ବାନ୍ଧି ବସିଛନ୍ତି ବୋଲି ଆକ୍ଷେପ କରଥିଲେ ।
ଅନ୍ୟପକ୍ଷରେ ତୈଳଦର ବୃଦ୍ଧିକୁ ନେଇ ବିଧାନସଭାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ତେଲ ଦର ନକମିବା ଉଚିତ୍ ନୁହେଁ । ଏବେ ଯେତିକି ଅଛି ସେତିକିରେ ରହୁ । ଜମାନ, ଫାନ୍ସ ଓ ବ୍ରିଟେନ ଭଳି ଦେଶରେ ଦର ୧୦୦ଟଙ୍କା ଉପରେ ରହିଛି । ପେଟ୍ରୋଲ ଓ ଡିଜେଲରୁ କେନ୍ଦ୍ରସରକାର ୨୨ଟଙ୍କା ଓ ରାଜ୍ୟ ସରକାର ୩୨ ଟଙ୍କା ଟିକସ ନେଉଛନ୍ତି । ତୈଳଦର ବୃଦ୍ଧିକୁ ନେଇ ସମସ୍ତଙ୍କ ବକ୍ତବ୍ୟ ରାଜନୀତିକରଣ ଭଳି ଲାଗୁଛି । ଗରିବ କଲ୍ୟାଣ ଯୋଜନାକୁ ଅଗ୍ରାଧିକାର ଦେବା ପାଇଁ ଏହା କରାଯାଉଛି । ଓଡ଼ିଶା ସମେତ ସାରା ଭାରତ ବର୍ଷ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ତାହା ଏଥିରୁ ଯାଉଛି । ତେବେ ରାଜ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ କମେଇବା ପାଇଁ ଶ୍ରୀ ସେଠି ଦାବି କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ବହୁ ୍କଂଗ୍ରେସ ବିଧାୟକ ସାଇକେଲରେ ବିଧାନସଭାକୁ ଆସିଥିଲେ ।