କେବେ କମିବ ତୈଳ ଦର?

ଦେଶରେ ତୈଳ ଦର ଯେପରି ଦୀର୍ଘ କାଳ ଧରି ଦର ବୃଦ୍ଧିରେ ନୟାନ୍ତ ହୋଇଚାଲିଛି, ତାହା ୨୬ ଫେବୃୟାରୀର ପ୍ରସ୍ତାବିତ ‘ଭାରତ ବନ୍ଦ’ରୁ ସହଜରେ ଅନୁମାନ କରାଯାଇପାରେ । ତେଲ ଦାମ୍ ବଢ଼ିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଏହା ଉପରେ ଟିକସ ଜାରି କରିଥିବାରୁ ଏହା ସାଧାରଣ ଜନତାଙ୍କ ପାଇଁ ଆଗକୁ ଅଚାନକ ଦର ବୃଦ୍ଧିର ଭୟାନକ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ବଢ଼ୁଛି । ସାଧାରଣ ଲୋକଙ୍କ ମଧ୍ୟରେ, ବିଶେଷତଃ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ପରିବାର ଗୁଡ଼ିକ ସମେତ ନିମ୍ମ ମଧ୍ୟବିତ ପରିବାର; ଏପରିକି ମଧ୍ୟବିତ ପରିବାର ଏଥିରେ ଅସ୍ତବ୍ୟସ୍ତ ହୋଇପଡିଲେଣି । ମାତ୍ର ୪୮ ଘଂଟା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପରୋକ୍ଷରେ ଦର୍ଶଇଛନ୍ତି ଯେ, ତେଲ ପାଇଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଶୀଘ୍ର ବଦଳାଇବା ସେତେବେଳେ ସମ୍ଭବ ହୋଇପାରିବ, ଯେତେବେଳେ ରାଜ୍ୟ ଗୁଡିକ ଟିକସ କମାଇବେ । ଏହା ଏକ ଉଚିତ୍ ପରାମର୍ଶ ହୋଇପାରେ, କିନ୍ତୁ ଅବାସ୍ତବ କହିଲେ ଭୁଲ୍ ହେବ କି ନା ତାହା ପର୍ଯ୍ୟଲୋଚନା ପରିସରଭୁକ୍ତ । ଅବଶ୍ୟ ଶୁକ୍ରବାର ଭାରତ ବନ୍ଦ ସର୍ବ ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ପାଳନ କରାଯାଉଥିଲା ବେଳେ ଏହାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ସମର୍ଥନ କରିଛି । ମହାସଂଘର ମହାସଚିବ କହନ୍ତି, ଜିଏସଟିକୁ ସରିଳିକରଣ କରାଯିବା ପରିବର୍ତେ ଅଧିକ ଜଟିଲ କରାଯାଉଛି ଓ ବ୍ୟବସାୟୀଙ୍କ ବିନା ପରାମର୍ଶରେ ଏହାକୁ ବହୁ ବାର ସନ୍ତୁଳନା କରାଗଲାଣି । ଅନ୍ୟପଟେ ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି କହିଛନ୍ତି ଯେ, ତୈଳ କ୍ଷେତ୍ରରେ କେନ୍ଦ୍ର ଅଧିକ ଟିକସ ଆଦାୟ କରୁଛି । ବରଂ ଓଡ଼ିଶା ପେଟ୍ରୋଲ କ୍ଷେତ୍ରରେ ସବୁଠୁ କମ୍ ଟିକସ ସଂଘ କରିଛି । ତେବେ ମହାରାଷ୍ଟ୍ରରେ ରାଜ୍ୟ ଟିକସ ୨୬ଟଙ୍କା ୯ ପଇସା, ମଧ୍ୟପ୍ରଦେଶରେ ୨୬ଟଙ୍କା, ମଣିପୁରରେ ୨୫ଟଙ୍କା, ଅନ୍ଧ୍ରରେ ୨୫ଟଙ୍କା ଓ ଓଡ଼ିଶାରେ ୨୦ଟଙ୍କା ୬ ପଇସା ଟିକସ ବଢ଼ିଛି । ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ଏହି ଟିକସ ସଦାସର୍ବଦା ବାହାରୁ ଆସୁଥିବା ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ କ୍ଷେତ୍ରରେ ଏଇଥିପାଇଁ ଲାଗୁ ହୋଇଛି ଯେ, ଉକ୍ତ ଟିକସ ଅର୍ଥକୁ ସମାଜର ବିକାଶ, ରାଜ୍ୟର ବିକାଶ, ଦେଶର ବିକାଶ, ପ୍ରତି ପରିବାର ବିକାଶ କ୍ଷେତ୍ରରେ ଲାଗୁ କରାଯିବା ସହ ତଦ୍ଧ୍ୱାରା ସମାଜର ଉନ୍ନତି ଘଟିବା ସମ୍ଭବପର । କିନ୍ତୁ ଯଦି ପ୍ରତି ସପ୍ତାହରେ ଏକାଧିକ ବାର ତୈଳ ଓ ଗ୍ୟାସ୍ ଦର ବୃଦ୍ଧି ପାଏ ଓ ଏହାର ପ୍ରଭାବ ପରିବହନ କ୍ଷେତ୍ରକୁ ପ୍ରଭାବିତ କରିବା ସହ ଏଥିରେ ଦରଦାମ୍ ଲଗାମଛଡା ହୁଏ ତେବେ ଏଥିପାଇଁ ତୈଳ ଓ ଗ୍ୟାସ୍ ଦର ଲକ୍ଷ୍ମଣରେଖା ଟପି ବୃଦ୍ଧି ପାଉଥିବା କହିବା ଅଧିକ ଠିକ୍ ହେବ । ଏ ସମ୍ପର୍କରେ ବିଭାଗିୟ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ବିଭାଗୀୟ ଅଧିକାରିମାନେ ଜରୁରି କାଳିନ ଭିତିରେ ମାନସ ମନ୍ଥନ କରିବା ଆବଶ୍ୟକ । କିନ୍ତୁ ସମସ୍ତେ ଗୋଟିଏ କଥା ମନେରଖିବା ଉଚିତ, ରାଜ୍ୟରେ ଆଶୁ ବିକାଶ ପାଇଁ ତୈଳ ଦରରେ ଟିକସ ବ୍ୟବସ୍ତା ରହିବା ଉଚିତ । ତାହା ନହେଲେ ରାଜ୍ୟ ଗୁଡ଼ିକରେ ବିକାଶ ସ୍ଥାଣୁ ପାଲଟିବା ବିଚିତ୍ର ନୁହେଁ ।

Leave A Reply

Your email address will not be published.

eighteen + eighteen =