ଭୁବନେଶ୍ୱର: ବିଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମର ପ୍ରଶ୍ନର ଉତର ରଖି କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ତୈଳ ଦର ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧି ଶୀତଦିନ ଯୋଗୁଁ ଅଧିକ ହେଉଛି ଶୀତଦିନ ସରିଗଲେ ଦର ହ୍ରାସ ପାଇବ । ଦ୍ୱିତୀୟ ପ୍ରମୁଖ କାରଣଟି ଡିଜେଲ ଏବଂ ପେଟ୍ରୋଲ ତଥା ଗ୍ୟାସର ଚାହିଦା ବୃଦ୍ଧିଯୋଗୁଁ ଏବଂ ଅର୍ନ୍ତଦେଶୀୟ ବଜାରରେ କଂଚା ତୈଳ ବା ଗ୍ୟାସଲୋନିର ଦର ବୃଦ୍ଧି ଯୋଗୁଁ ଏ ବୃଦ୍ଧି ଘଟୁଛି । କିନ୍ତୁ ଏହି ତିନୋଟି ଯାକ କାରଣ ସଂପୂଣ୍ଣରୂପେ ଅସତ୍ୟ ଉପରେ ପର୍ଯ୍ୟବେସିତ ଏବଂ ଏହା ଏକ ମନଗଢ଼ା କାହାଣୀ ବୋଲି ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି । ୨୦୧୭ ମସିହା ଠାରୁ କ୍ରମାଗତ ଭାବରେ ଅର୍ନ୍ତଦେଶୀୟ ବଜାରରେ ଗ୍ୟାସୋଲେିନ ବା କଂଚା ତୈଳର ଦାମ ବହୁ ମାତ୍ରାରେ କମିଯାଇଛି । ଯଦି ଶୀତଦିନ ଯୋଗୁଁ ତୈଳ ଏବଂ ଜାଳେଣିଗ୍ୟାସର ଦର ବହୁମାତ୍ରାରେ ବୃଦ୍ଧି ଘଟିଛି ତାହେଲେ ୨୦୧୭, ୧୮ ଏବଂ ୧୯ ମସିହାର ଶୀତଦିନରେ ଯେତେବେଳେ ଅର୍ନ୍ତଦେଶୀୟ ବଜାର ଆଜିର ଦର ଠାରୁ କଂଚା ତୈଳ ବ୍ୟାରେଲ ବହୁ ଅଧିକ ଥିଲା, ସେତେବେଳେ କାହିଁକି ଓ କିପରି ପେଟ୍ରୋଲ, ଡିଜେଲ ଏବଂ ଜ୍ୟାଳେଣି ଗ୍ୟାସର ଦାମ ଆଜି ଦିନଠାରୁ କମ୍ରେ ମିଳୁଥିଲା ? ତେଣୁ ଶୀତଦିନର ବାହାନା ନକରି ସତ୍ୟକହିବା ଉଚିତ୍ । ୨୦୧୩-୧୪ ମସିହାରେ ହାରାହାରି କଂଚା ତୈଳର ଦର ପାଖାପାଖି ଡଲାର ୧୦୭ ରୁ ୧୪୧ ଡଲାର ପର୍ଯ୍ୟନ୍ତ ପର ବ୍ୟାରେଲ ବୃଦ୍ଧି ପାଇଥିଲା । ଭାରତବର୍ଷ ସାଧାରଣତଃ ବ୍ରେଣ୍ଟ କ୍ରୁଡ କ୍ରୟ ମାଧ୍ୟମରେ ବିଦେଶରୁ ଆମଦାନି କରିଥାଏ । ଇରାକ, ଇରାନ ଓ ସାଉଦିଆରବରେ ଏବଂ ୟୁନାଟେଡ ଆରବ ଏମିରେଟସ୍ ଦେଶ ଗୁଡ଼ିକ ଭାରତକୁ କଂଚା ତୈଳ ବା ଗ୍ୟାସୋଲିନ୍ ଯୋଗାଇଥାନ୍ତି । ୨୦୨୦ ମସିହା କୋଭିଡ-୧୯ ଲକ୍ ଡାଉନ୍ ସମୟରେ କଂଚା ତୈଳ ଦର ବିଶ୍ୱବଜାରରେ ସବୁଠାରୁ ନୁ୍ୟନତମ ସ୍ତର ଡଲାର-୨୦ ପର ବ୍ୟାରେଲକୁ ଖସିଗଲା । ଏହା ପାଖାପାଖି ଦୀର୍ଘ ସମୟ ଧରି ଏହି ଦାମ ରହିଲା । ୨୦୨୦ ମସିହା ମାର୍ଚ୍ଚମାସ ସାରା ବିଶ୍ୱରେ ଲକଡାଉନ ହେବା ଯୋଗୁଁ ପାଖାପାଖି ୯ ମାସରୁ ଅଧିକ ହାରାହାରୀ ଡଲାର ୩୫ ର କମ ପର ବ୍ୟାରେଲ ରହିଲା । କିନ୍ତୁ ଏହି ସମୟ ଭିତରେ ପେଟ୍ରୋଲ ଓ ଡିଜେଲ ଦର କମିବା ପରିବର୍ତେ କେନ୍ଦ୍ର ସରକାର ଅଧିକରୁ ଅଧିକ କର ବୃଦ୍ଧିକଲେ । ଏପରିକି ମହାମାରୀ ସମୟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ୧୬ଟଙ୍କା ଓ ତେର ଟଙ୍କା ଅଧିକ କର ବୃଦ୍ଧିକଲେ । ଲୋକ ରୋଜଗାର ଶୂନ୍ୟ, ବେରୋଜଗାରୀ ୪୫ ବର୍ଷର ରେକଡ଼ ଭାଙ୍ଗି ସାରିଛି ସେହି ସମୟରେ ଗୋଟିଏ ଲିଟର ପେଟ୍ରୋଲର ମୂଳ ମୂଲ୍ୟ ପାଖାପାଖି ୩୪ ଟଙ୍କା ଥିଲା ବେଳେ କେବଳ କର ବୋଝ ୫୩.୫୧ ଟଙ୍କା ଦେବାକୁ ପଡ଼ୁଛି । ଏହି ୫୩.୫୧ ପଇସା ଭିତରୁ କେନ୍ଦ୍ର ସରକାର ୩୨ଟଙ୍କା ୯୮ ପଇସା ରାଜ୍ୟ ସରକାର ପାଖାପାଖି ୧୬ଟଙ୍କା ୬୦ ପଇସା ପର ଲିଟର ଠିକ୍୍ ସେହିଭଳି ଭାବରେ କେନ୍ଦ୍ର ସରକାର ଗୋଟେ ଲିଟର ଡିଜେଲରୁ ୩୧ଟଙ୍କା ୮୩ ପାଇସା ଏକ୍ସାଇଜ ଡୁ୍ୟଟି ଆଦାୟ କରୁଥିବା ବେଳେ ରାଜ୍ୟ ସରକାର ୧୪ ଟଙ୍କା ୩୪ ପଇସା ଭାଟ ବାବଦରେ ଆଦାୟ କରୁଛନ୍ତି । ଏହାର ମୁଳ କାରଣ କ୍ରମାଗତ ଭାବରେ ୨୦୧୬ ମସିହା ପରଠାରୁ କେନ୍ଦ୍ର ସରକାରଙ୍କର ରାଜସ୍ୱ ଆୟ କମିଚାଲିଛି ଏବଂ ସବୁଠାରୁ ବଡ଼କଥା ହେଲା ୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କର ଜିଏଷ୍ଟିରୁ ଆୟ, ପୁଞ୍ଜିପ୍ରତ୍ୟାହାର କରି ନପାରିବା, କର୍ପୋରେଟ ଟ୍ୟାକ୍ସର ଦ୍ରୁତ ହ୍ରାସ ଯୋଗୁଁ ରାଜସ୍ୱ ବୃଦ୍ଧି କରିବା ପାଇଁ ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସ ଛଡ଼ା ଅନ୍ୟକିଛି ବିକଳ୍ପ ତାଙ୍କ ପାଖରେ ନାହିଁ ।