ଭୁବନେଶ୍ୱର: ଉତରରେ ଶିମିଳିପାଳ ଠାରୁ ଆରମ୍ଭ କରି ଦକ୍ଷିଣରେ ମାଲକାନଗରି ଏବଂ ପଶ୍ଚିମରେ ଝାରସୁଗୁଡା ପର୍ଯ୍ୟନ୍ତ ରାଜ୍ୟର ୯୧୮ଟି ଜଙ୍ଗଲ ଏବେ ହୁତୁହୁତୁ ହୋଇ ଜଳୁଛି । ଆକାଶ ମାର୍ଗରୁ ଅତି ଭୟଙ୍କର ଦିଶୁଛି ଜଙ୍ଗଲ ନିଆଁ । ସନ୍ଧ୍ୟା ହେଲେ ଚାରିଆଡେ ନିଆଁ ଏକ ମାଳ ସଦୃସ୍ୟ ଦୃଶ୍ୟମାନ ହେଉଛି । ନିଆଁ ଲିଭିବାର ନା’ ଧରୁ ନାହିଁ । ଫଳରେ ବନ୍ୟ ଜନ୍ତୁ ଏବେ ଗାଁ ମୁହା ହେବା ଫଳରେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି ।
ଶିମିଳିପାଳ ସମେତ ରାଜ୍ୟର ଅନେକ ଜଙ୍ଗଲରେ ଏବେ ନିଆଁ ଲାଗିଥିବା ବେଳେ ଏବେ ମାଲକାନଗିରି ଜିଲ୍ଲାର ଅନେକ ଜଙ୍ଗଲ ବି ଜଳୁଛି । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ଡେଇଁ ନିଆଁ ବ୍ୟାପିବାରେ ଲାଗିଛି । ଆକାଶ ମାର୍ଗରୁ ମାଲକାନଗିରି ସଦର ମହକୁମା ନିକଟସ୍ଥ ଗୋଇ ପାହାଡର ଲାଗିଥିବା ନିଆଁର ଦୃଶ୍ୟ ନିଆଯାଇଥିବା ବେଳେ ତାହା ଅତି ଭୟଙ୍କର ଦିଶୁଛି । ଏଠାରେ ଗୋଟିଏ ପାହାଡ଼ରୁ ନିଆଁ ଲାଗି ଗୋଟିଏ ପରେ ଗୋଟିଏ ପ୍ରାୟ ୧୦ଟି ପାହାଡ଼କୁ ନିଆଁ ବ୍ୟାପି ସାରିଲାଣି । ଜିଲ୍ଲାର କରୁକୋଣ୍ଡାର ଭିମା ରଙ୍ଗିନୀ, କୁକୁଡା ଗୁଡ଼ା, ଚଳନଗୁଡ଼ା ପରି ଅନେକ ପାହାଡ଼କୁ କବଳିତ କରିସାରିଲାରି ନିଆଁ । ନିଆଁ ଲାଗିବାର କାରଣ ଜଣାପଡି ନଥିଲେ ମଧ୍ୟ ସ୍ଥାନୀୟ ଲୋକେ ନିଆଁ ଲଗାଇଥିବା ଅନୁମାନ କରୁଛି ବନ ବିଭାଗ । ନିଆଁ ଯେପରି ଅଧିକ ନ ବ୍ୟାପ ସେଥିପାରି ବନ ବିଭାଗର ଟମ୍ ଗଠନ କରାଯାଇ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି । ବ ଖୁବ ଶୀଘ୍ର ନିଆଁକୁ ଆୟତ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ପ୍ରାୟ ଦୁଇ ସପ୍ତାହ ଧରି ଜଙ୍ଗଲ ଜଳିପୋଡି ପାଉଁଶ ହେବା ପରେ ନିଦରୁ ଉଠିଛନ୍ତି ରାଜ୍ୟ ସରକାର । ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ବାହାରର ବିଶେଷଜ୍ଞ ଓ ରାଜ୍ୟର ଅଭିଜ୍ଞ ଅଧିକାରୀଙ୍କୁ ନେଇ ଗଠନ କରିଛନ୍ତି ସ୍ୱତନ୍ତ୍ର ଟାସ୍କଫୋର୍ସ । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରହିଛି । ୬ଟି ରେଂଜର ୧୨ଟି ବିଟ୍ ଅଂଚଳରେ ୯୩ଟି ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟ ରିପୋର୍ଟରୁ ଜଣାପଡିଛି । ବରେହିପାଣି, ଗୁଡୁଗୁଡିଆ, ତାଳବନ୍ଧ, କେନ୍ଦୁମୁଣ୍ଡି, ଚହଲା, ନଅଣା ରେଂଜରେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ବନବିଭାଗ ସହ ୪ଟି ଅଗ୍ନିଶମ ବିଭାଗର ଟିମ୍ ଶିମିଳିପାଳ ଭିତରକୁ ଯାଇଛନ୍ତି । ଆଜି ବାଲେଶ୍ୱରର ୨୬ ଜଣିଆ ଓଡ୍ରାଫ୍ ଟିମ୍ ଓ ପଂଚମ ବାଟାଲିୟନରୁ ଦୁଇଟି ଟିମ୍ ଏଥିରେ ସାମଲି ହୋଇଛନ୍ତି । ଏହାବ୍ୟତୀତ କିଛି ଦିନ ହେଲାଣି ରେଢ଼ାଖୋଲ ବନଖଣ୍ଡର ବିଭିନ୍ନ ରେଂଜରେ ଲାଗିଛି ନିଆଁ । ବନବିଭାଗ ପକ୍ଷରୁ ଟିମ୍ ଗଠନ କରାଯାଇ ନିଆଁ ଲିଭାଯାଉଛି । ଜଙ୍ଗଲରେ ନିଆଁ ଲାଗିଥିବାରୁ ଆଖପାଖ ବିଭିନ୍ନ ଅଂଚଳ ଧୂଆଁମୟ ହୋଇଯାଉଛି । ଏପଟେ ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କୁ ଧରିବା ପାଇଁ ପ୍ରସ୍ତୁତ ରହିଛି । ବନବିଭାଗ । ଏପରିକି ଜଙ୍ଗଲ ଭିତରକୁ ଯେକୌଣସି ବ୍ୟକ୍ତି ବିନା ଅନୁମତିରେ ଯାଇଥିବା ବେଳେ ଯଦି ଧରାପଡନ୍ତି ଏବଂ ତାଙ୍କ ପକେଟରୁ ଦିଆସିଲ ବାହାରେ ତାକୁ ଗିରଫ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ସେହିପରି ଶିମିଳିପାଳ ଜଙ୍ଗଲରେ ଗତ କିଛିଦିନ ଧରି ଲାଗଥିବା ନିଆଁକୁ ଲିଭାଇବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଏବେ ଟାସ୍କଫୋର୍ସ ଗଢ଼ିବା ସହ ଓଡ୍ରାଫ ଟିମକୁ ମୁତୟନ କରି ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ପ୍ରାୟସ ଆରମ୍ଭ କରିଛନ୍ତି । ତେବେ ଗତ ୩୦ ଦିନ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ମୋଟ ୧୪୨୮ଟି ସ୍ଥାନରେ ନିଆଁ ଲାଗିଥିଲା ଓ ଏହି ସମସ୍ତ ନିଆଁକୁ ଲିଭାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ଜଙ୍ଗଲ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଫେବୃୟାରୀ ୧୫ରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଅଗ୍ନ ଋତୁ ଭାବେ ବିବେଚନା କରାଯାଲ ଓ ଚଳିତବର୍ଷ ଉଚ୍ଚ ତାପମାତ୍ରା ସହ ଶୁଖିଲା ପାଗ ଯୋଗୁ ଜଙ୍ଗଲରେ ନିଆଁ ଲାଗିବା ବୃଦ୍ଧି ପାଇଛି । ଶିମିଳିପାଳ ଅଂଚଳରେ ନିଆଁଲିଭା କାର୍ଯ୍ୟରେ ମୋଟ ୧୧୭ ଜଣ ନିୟୋଜିତ ହୋଇଛନ୍ତି ଓ ସେମାନଙ୍କୁ ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟ ଯୋଗାଇ ଦିଆଯାଇଛି । ୩୦୦ଟି ସ୍ଥାନରେ ସ୍ଥାନୀୟ ଲୋକଙ୍କୁ ସାମିଲ କରି ସଚେତନତା ସୃଷ୍ଟି ସହ ଶିମିଳିପାଳ ଅଭୟାରଣ୍ୟ ÷ଅଂଚଳରେ ନିଆଁ ନିୟନ୍ତ୍ରଣ କରିବା ଉଦେ୍ଧଶ୍ୟରେ ୩୫୯୧ କିମି ଫାୟାର ଲାଇନ ସୃଷ୍ଟି କରାଯିବା ସହ ୪୦ଟି ନିଆଁଲିଭା ଗାଡ଼ି ବ୍ୟବହାର କରାଯାଉଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଅଗ୍ନି ଋତୁ ଆରମ୍ଭ ହେବା ପୂର୍ବରୁ ଅଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳ ଅଂଚଳରେ ୨.୧୪ କୋଟି ଟଙ୍କା ଦିଆଯାଇଛି । ନିଆଁ ଲିଭାଇବା ପାଇଁ ମୋଟ ୨.୨୮ କୋଟି ଦିଆଯାଇଥିବା ବେଳେ ୭ ଜଣ ସହ ବନ ସଂରକ୍ଷକଙ୍କୁ ଶିମିଳିପାଳର ବିଭିନ୍ନ ସ୍ଥାନରେ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଯେଉଁମାନେ ଜଙ୍ଗଲ ମଧ୍ୟରେ ମନ୍ଦ ଉଦେ୍ଧଶ୍ୟ ରଖି ନିଆଁ ଲଗାଉଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁÂାନ ପାଇଁ ନିଦେ୍ର୍ଧଶ ଦିଆଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମଣ କେଶରୀ ଆରୁଖ କହିଛନ୍ତି । ଅନ୍ୟପକ୍ଷରେ ଗଠିତ ହୋଇଥିବା ରାଜ୍ୟସ୍ତରୀୟ ଟାସ୍କଫୋର୍ସର ପ୍ରଥମ ବୈଠକ ପରେ ଜାରି ହୋଇଥିବା ପ୍ରେସ୍ ରିଲିଜ୍ ଅନୁସାରେ ବୃଷ୍ଟିହୀନତା ପାଇଁ ହଠାତ୍ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ଦେଖାଦେଇଛି । ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ପାଇଁ ୬ ହଜାରରୁ ଅଧିକ କର୍ମଚାରୀଙ୍କୁ ମୁତାୟନ କରାଯାଇଛି । ରାଜ୍ୟର ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ବନ୍ୟପ୍ରାଣୀଙ୍କ ଅଫିସରେ ୨ଟି ୨୪ ଘଂଟିଆ ନିଆଁ ଲିଭା ତଦାରଖ ସେଲ୍ କାର୍ଯ୍ୟ କରୁଛି । ବରିÂ ଅଧିକାରୀମାନେ ଘଟଣାସ୍ଥଳରେ ନିଆଁ ଲାଗିବା ଘଟଣା ଉପରେ ନଜର ରଖିଛନ୍ତି ।