ବହୁ ବରିÂ କଂଗ୍ରେସ ନେତୃବୃନ୍ଦ ସାମିଲ ହୋଇଥିଲେ । କୋଟିଆ ଅଂଚଳର ପଟା ସୁନେରୀ, ଫଗୁ ସୁନେରୀ, ତଳ ଗଞ୍ଜେଇ ପଦର ପଂଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କଲାବେଳେ ସେମାନେ ସମସ୍ତେ ଓଡ଼ିଶାରେ ଏବଂ ଓଡ଼ିଆ ତାଙ୍କର ପରିଚୟ ହେଉ ବୋଲି ·ହାଁନ୍ତି କିନ୍ତୁ ସେମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ପରିସ୍ଥିତ ବହୁ ଖରାପ ଅବସ୍ଥାରେ ଅଛି । ସେ ଅଂଚଳରେ ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି, ଅଙ୍ଗନୱାଡ଼ି ·ଲେ ନାହିଁ, ଲୋକମାନେ ସାଧାରଣ ବଂଟନ ବ୍ୟବସ୍ଥାର ସୁ‘ଳ ପାଆନ୍ତି ନାହିଁ । ତାଙ୍କ ପାଇଁ ସ୍ୱଚ୍ଛ ପିଇବା ପାଣିର ବ୍ୟବସ୍ଥା ନାହିଁ, କର୍ମନିଯୁକ୍ତି ପାଇଁ କୌଣସି ଖୋଦ ପଦକ୍ଷେପ ନାହିଁ, ବିଦ୍ୟାଳୟରେ ଶିକ୍ଷକ ନାହାଁନ୍ତି ତେଣୁ ଏଭଳି ପରିସ୍ଥିତିରେ ସେମାନେ ବଂଚି ରହିଛନ୍ତି । କୋଟିଆ ଅଂଚଳର ବିବାଦ ଆଜିର ନୁହେଁ । ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଏକ ସ୍ୱତନ୍ତ୍ର ଭାଷାଭିର୍ତିକ ପ୍ରଦେଶ ଗଠନ କରାଗଲା । ଏହାର ବହୁ ପରେ ଆନ୍ଧ୍ର ପ୍ରଦେଶ ୧ ନଭେମ୍ବର ୧୯୫୬ ରେ ଗଠନ ହେଲା । ଶ୍ରୀଯୁକ୍ତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ କୋଟିଆ ଅଂଚଳର କିଭଳି ବିକାଶ ହୋଇପାରିବ ଏଥିପାଇଁ ଏକ ଚିଠି ଲେଖିଛନ୍ତି । ସେ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ କୋଟିଆ ଅଂଚଳ ପରିଦର୍ଶନରେ ଯାଆନ୍ତୁ ଏବଂ ପ୍ରକୃତ ପରିସ୍ଥିତ ସେ ଅଂଚଳରେ ନିଜେ ପରଖନ୍ତୁ । ଯଥାଶୀଘ୍ର ଏକ ସ୍ପେଷାଲ ପ୍ରୋଜେକ୍ଟ ସେ ଅଂଚଳର ଅଧିବାସୀମାନଙ୍କର ବିକାଶ ନିମେନ୍ତ ଘୋଷଣା କରାଯାଉ । ସ୍ୱତନ୍ତ୍ର ଭାବରେ ଏକ ଅ‘ିସରଙ୍କ ନିଯୁକ୍ତି କରନ୍ତୁ ଏବଂ ତାଙ୍କୁ ତହସିଲଦାରର କ୍ଷମତା ଦିଅନ୍ତୁ, ସେ ଅଂଚଳର ଜମିର ସମାଧାନ କରନ୍ତୁ ଜମି ସମଧାନକରି ପଟ୍ଟା ପ୍ରଦାନ କରନ୍ତୁ । ସେ ଅଂଚଳର ଲୋକଙ୍କର ଜୀବିକା ନିର୍ବାହ ପାଇଁ କୃଷି ଉପଯୋଗି ଜମି ପ୍ରଦାନ କରନ୍ତୁ ଏବଂ ଜମିକୁ ପାର୍ବତ୍ୟ ଅଂଚଳରୁ ବହିଆସୁଥିବା ଜଳକୁ ସଂଗ୍ରହ କରି ଯୋଗାଇଦିଅନ୍ତୁ । ସେ ଅଂଚଳରୁ ମୃର୍ତିକାକୁ ପରୀକ୍ଷାକରି କ’ଣ ଭଲ ·ଷ ହୋଇପାରିବ ତାଙ୍କୁ ପ୍ରୋତ୍ସାହିତ କରାଯାଉ ବିଶେଷ ଭାବରେ ସେ ଅଂଚଳରେ ମକା, ବାଜରା, ‘ଳ, ପନିପରିବା, ଅଙ୍ଗୁର, କଦଳୀ ଇତ୍ୟାଦି ବହୁଳ ଭାବରେ ·ଷ କରାଯାଇ ପାରିବ । ସରକାର ସେମାନଙ୍କର କୃଷିଯାତ ଦ୍ରବ୍ୟକୁ କିଭଳି ଭାବରେ ବଜାରରେ ବିକ୍ରି କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବା ସହିତ ନିଜେ ସରକାର ତାଙ୍କର କୃଷିଜାତ ଦ୍ରବ୍ୟକୁ କିଣନ୍ତୁ । ଓଡ଼ିଶା ଭାଷାରେ କିଭଳି ଅଧିକ ଶିକ୍ଷା ପ୍ରଦାନ କରାଯାଇପାରିବ ସେଥିପାଇଁ ଯଥେଷ୍ଟ ଗରୁତ୍ୱାରୋପ କରନ୍ତୁ । ଯୁବକ ଯୁବତୀମାନଙ୍କର ଦକ୍ଷତା ବିକାଶ ଦିଗରେ ତାଙ୍କୁ ଉପଯୁକ୍ତ କୃଷି ଏବଂ ଉଦ୍ୟୋଗିକ ଅଧିକାରୀ ମାନଙ୍କ ଦ୍ୱାରା ତାଙ୍କୁ ପ୍ରଶିକ୍ଷଣ ଦିଆଯାଉ । ଅତି ଦୁଃଖ ଏବଂ ବିଡ଼ମ୍ବନାର କଥା ପଟ୍ଟାସୁନେରୀ ଅଂଚଳର ଲୋକମାନେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ କରିଥାଇ ମ୍ମ ଆଜକୁ ତିନିବର୍ଷ ହେବ ତାଙ୍କର ପ୍ରାପ୍ୟ ପାଇ ନାହାନ୍ତି । ଆନ୍ଧ୍ର ପ୍ରଦେଶ ସରକାର ସେ ଅଂଚଳର ଲୋକମାନଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ପ୍ରତ୍ୟେକ ମା’ ମାନଙ୍କୁ ଦେଉଛନ୍ତି ଯେଉଁମାନଙ୍କର ପିଲମାନେ ଆନ୍ଧ୍ର ବିଦ୍ୟାଳୟରେ ନାଁ ଲୋଖଉଛନ୍ତି । କିନ୍ତୁ ଓଡ଼ିଶା ସରକାରଙ୍କର ସେଭଳି କିଛି ପ୍ରୋତ୍ସାହନ ରାଶି ନାହିଁ । ଯେଉଁ ଅ‘ିସରଙ୍କୁ ସେ ଅଂଚଳରେ ନିଯୁକ୍ତି ଦିଆଯିବ ତାଙ୍କୁ ସ୍ୱତନ୍ତ୍ର ଭତା ମ୍ମ ପ୍ରଦାନ କରାଯିବ ଉଚିତ୍ । ଯଦି ଆଜିଠାରୁ ସୁନିଶ୍ଚିତ କିଛି ଯୋଜନା ସୀମାବର୍ତୀ ଅଂଚଳମାନଙ୍କ ପାଇଁ କରାନଯାଏ ତାହେଲେ ଆସନ୍ତା ଦିନରେ ବରଗଡ଼ ଜିଲ୍ଲାର କିଛି ଅଂଚଳ ଛତିଶଗଡ଼ରେ ସରକାର ନେଇଯିବ । ପଶ୍ଚିମବଙ୍ଗ ବାଲେଶ୍ୱର ଜିଲ୍ଲାର ସୀମାବର୍ତୀ ଅଂଚଳକୁ ନେଇଯିବାକୁ ଉଦ୍ୟମ କରିବ, ଗଞ୍ଜାମର ଓ ଗଜପତି ସୀମାବର୍ତୀ ଅଂଚଳରେ ଆନ୍ଧ୍ରର ଦାଦାଗିରି ଅଧିକ ହୋଇପାରେ । ବେଳଥାଉ ଥାଉ ସରକାର ଓ ମୁଖ୍ୟମନ୍ତ୍ରୀ ଏକ ଠୋସ ପଦକ୍ଷେପ ନିଅନ୍ତୁ । ଇତିହାସ କେବେ ହେଲେ ଆମକୁ କ୍ଷମା ଦେବ ନାହିଁ ଯଦି ଆମେ ଆମ ସୀମାକୁ ରକ୍ଷା କରିପାରିବା ନାହିଁ । ଯେଉଁଭଳି ଭାବରେ ୨୦୦୬ ମସିହାରେ ଛତିଶଗଡ଼ ମହାନଦୀ ଉପରେ ବହୁ ବନ୍ଧ ବାନ୍ଧିଲା କିନ୍ତୁ ଓଡ଼ିଶା ସରକାର ୨୦୧୬ରେ ଜାଣିପାରିଲେ । ତେଣୁ ସରକାର ଜଙ୍ଗଲ, ଜମି, ଜଳ ରକ୍ଷାକରିବା ସରକାର ସମର୍ଥ କି ନୁହେଁ ତାହା ଆଜି ମୁଁ ସନ୍ଧିହାନ ।