ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତି ଅବସରରେ ଆଲୋଚନାଚକ୍ର

ଭୁବନେଶ୍ୱର: ଓଡ଼ିଶା ଇତିହାସ କଂଗ୍ରେସର ମିଳିତ ସହଯୋଗରେ ଉକôଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗରେ ଓଡ଼ିଶାରେ ଗାନ୍ଧିଜୀଙ୍କ ଆଗମନର ଶତବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ “ଗାନ୍ଧୀଙ୍କ ରାସ୍ତାରେ” ନାମକ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି ।
ପ୍ରଖ୍ୟାତ ଲେଖକ ତଥା ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଦାଶ ବେନହୁର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ମହାତ୍ମା ଗାନ୍ଧୀଙ୍କ ରାଜ୍ୟ ଗସ୍ତର ଇତିହାସ ବିଷୟରେ କହିଥିଲେ । ମହାତ୍ମା ଗାନ୍ଧୀ ହେଉଛନ୍ତି ଭାରତର ଏକମାତ୍ର ବିଶ୍ୱଦୂତ । “ମହାତ୍ମା ଗାନ୍ଧୀ ପ୍ରଥମଥର ପାଇଁ ୨୩ ମାର୍ଚ୍ଚ ୧୯୨୧ରେ ଓଡିଶା ଗସ୍ତରେ ଆସିଥିଲେ । ସେଦିନ ଦୋଳ ପୂର୍ଣ୍ଣିମାର ଦିନ ଥିଲା । ତାଙ୍କର ଏହି ଗସ୍ତ ଏକ ପ୍ରକାରେ ଓଡିଶାର ନବୀକରଣ କରିଥିଲା ବୋଲି ଦାଶ ବେନହୁର କହିଥିଲେ ।ତାଙ୍କର ପ୍ରଥମ ଗସ୍ତ ଓଡ଼ିଶାରେ ସ୍ୱାଧୀନତା ଆନେ୍ଦାଳନକୁ ନୂଆ ଉତ୍ସାହ ଦେଇଥିଲା । ବର୍ତମାନର ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରି ବେନହୁର ଦୁଃଖ ପ୍ରକାଶ କରି କହିଥିଲେ ଯେ ଆଜି ଏଇ ଦେଶରେ କିଛି ଲୋକେ ଗାନ୍ଧୀଙ୍କ ହତ୍ୟାର ଦୃଶ୍ୟକୁ ପୁନଃ ନିର୍ମାଣ କରୁଛନ୍ତି ଏବଂ ଗାନ୍ଧୀଙ୍କ ହତ୍ୟାକାରୀର ଜୟଜୟକାର କରୁଛନ୍ତି । ଏହା ଅତ୍ୟନ୍ତ ଦୁଃଖଦ । ସେ ଛାତ୍ରମାନଙ୍କୁ ପଢ଼ିବାର ଅଭ୍ୟାସ ବଢାଇବାକୁ ଅନୁରୋଧ କରିଥିଲେ ଏବଂ ଗାନ୍ଧୀଙ୍କ ଆତ୍ମଜୀବନୀ ଏବଂ ହିନ୍ଦ ସ୍ୱରାଜ ପରି ଗାନ୍ଧୀଙ୍କ ଉପରେ ଅନେକ ପୁସ୍ତକ ପଢିବାକୁ ପରାମର୍ଶ ଦେଇଥିଲେ । ପ୍ରଫେସର ସବିତା ଆଚାର୍ଯ୍ୟ ତାଙ୍କ ଅଭିଭାଷଣରେ ଗାନ୍ଧୀ କିପରି ଓଡ଼ିଶାକୁ ଦେଶର ଖଦି ସ୍ଥଳ ଭାବରେ ଦେଖିଥିଲେ ସେ ବିଷୟରେ କହିଥିଲେ । ସେ ତାଙ୍କ ଗସ୍ତ ସମୟରେ ଓଡିଶାରେ ଥିବା ଦରିଦ୍ର ତାର ଛବି ନିଜ ଆଖିରେ ଦେଖିଥିଲେ ଏବଂ ଖଦି ଆନେ୍ଦାଳନ ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ଭାବରେ ଓଡିଶାର ପରିକଳ୍ପନା କରିଥିଲେ ଯାହା ଲୋକମାନଙ୍କୁ ଆର୍ଥôକ ଦୃଷ୍ଟିରୁ ମଧ୍ୟ ସାହାଯ୍ୟ କରିଥାନ୍ତା । “ଆଜି ଆମେ ଏକ ସ୍ୱାଧୀନ ଦେଶରେ ବାସ କରୁଛୁ ଯେଉଁଠାରେ ମାନବିକ ଅଧିକାରର ମହତ୍ୱ ଅଛି । ଏହା କେବଳ ମାତ୍ର ଗାନ୍ଧୀଙ୍କ ଯୋଗୁ ସମ୍ଭବ ହେଇପାରିଛି କାରଣ ଗାନ୍ଧୀ ଘୃଣା, ଜାତି ପ୍ରଥା ଏବଂ ଅତ୍ୟାଚାର ବିରୋଧରେ ଲଢ଼ିଥିଲେ,ନ୍ତ ବୋଲି ପ୍ରଫେସର ଆଚାର୍ଯ୍ୟ କହିଥିଲେ । ଆଲୋଚନାଚକ୍ରରେ ସମ୍ମାନିତ ଅତିଥି ଭାବରେ କଲେଜ ବିକାଶ ପରିଷଦ ନିଦେ୍ର୍ଧଶକ ନିଗାମନନ୍ଦ ଦାସ ଯୋଗ ଦେଇଥିଲେ । ରସାୟନ ବିଜ୍ଞାନର ଜଣେ ପ୍ରଫେସର ତଥା ଛାତ୍ରଭାବରେ ସେ ପରିବେଶ ସଂରକ୍ଷଣ ଏବଂ ବିଜ୍ଞାନ ଉପରେ ଗାନ୍ଧିଜୀଙ୍କ ମତ ବିଷୟରେ ଆଲୋଚନା କରିଥିଲେ । ପ୍ରଫେସର ବସନ୍ତ କୁମାର ମଲ୍ଲିକ, ଚେୟାରମ୍ୟାନ୍, ପିଜି କାଉନସିଲ୍ ତଥା ଇତିହାସ ବିଭାଗର ମୁଖ୍ୟ ସ୍ୱାଗତ ଭାଷଣ ପ୍ରଦାନକ ରିଥିଲେଏବଂ ଓଡିଶା ଇତିହାସ କଂଗ୍ରେସର ସାଧାରଣ ସମ୍ପାଦକ ଡକ୍ଟର ସୁବାଷ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କୁଳପତି ଅବସର ପ୍ରାପ୍ତ ପ୍ରଫେସର ତଥା ଲେଖିକା ଡକ୍ଟର ସୋମାରାଣୀ ଚାନ୍ଦଙ୍କୁ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.

ten + eighteen =