ଟିକା ଓ ସଚେତନତା

ସମ୍ପ୍ରତି କୋଭିଡ ମହାମାରୀ ଆମ ରାଜ୍ୟ ଓଡ଼ିଶା ସମେତ ସାରା ଭାରତ ବର୍ଷରେ ଓ ଏପରିକି ବିଶ୍ୱର ପ୍ରାୟ ପ୍ରତି ଦେଶରେ ଏହାର କଳେବର ମେଲାଇଥିଲା ବେଳେ ଟିକାକରଣକୁ କେନ୍ଦ୍ର କରି ସର୍ବତ୍ର ଏକ ବିଚିତ୍ର ପରିସ୍ଥିତି ଦେଖା ଦେଇଥିଲା ବେଳେ ପ୍ରତ୍ୟେକ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ହେବା ଆରମ୍ଭ କରିଛି । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ମହାମାରୀ ସର୍ବତ୍ର ଏକପ୍ରକାର ଆତଙ୍କ ଖେଳାଇ ଦେଇଥିଲା ବେଳେ ଆମ ଦେଶରେ ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ କେନ୍ଦ୍ରସରକାର ସ୍ୱୀକୃତି ଦେବା ସହିିତ ଏହି ଦୁଇଟିର ଟିକାକରଣ ବ୍ୟାପକ ଭାବରେ ସାରା ଦେଶରେ ଆରମ୍ଭ ହେବା ସହିତ ଋୁଷରୁ ସ୍ପୁଟନିକ-୫ ଟିକା ମଧ୍ୟ ଭାରତରେ ପହଂଚି ସାରିଛି । ଏପରିକି ଆମେରିକାରେ ପ୍ରସ୍ତୁତ ଫାଇଜର ଟିକା ଏହି ଦେଶ ଭାରତ ସମେତ ବହୁ ରାଷ୍ଟ୍ରକୁ ଯୋଗାଇ ଦେବ ବୋଲି କହିଥିଲା ବେଳେ ଏହା ସାଧାରଣ ଜନତାଙ୍କୁ କିଂଚିତ ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିଛି । ଏହି ପରିପେକ୍ଷିରେ ଓଡ଼ିଶା କଥା କୁହାଯାଇପାରେ ଆମ ରାଜ୍ୟରେ ଟିକାକରଣ ସଂଖ୍ୟା ବୃଦ୍ଧି କରିବା ଲାଗି ନିଜର ନାମକୁ ପ୍ରଥମେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା କୋ-ଇନ୍ ଆପରେ ନାମ ପଞ୍ଜିକରଣ କରାଗଲେ ଟିକାକରଣ କେନ୍ଦ୍ର ଓ ତାରିଖ ସ୍ଥିରିକୃତ କରାଯାଉଛି । ତେବେ ଭୁବନେଶ୍ୱରରେ ଟିକାକରଣ ଲାଗି ପ୍ରତେକ ବ୍ୟକ୍ତି ଆଗ୍ରହ ପ୍ରକାଶ କରୁଥିବାରୁ ବିଏମସି ପକ୍ଷରୁ ପ୍ରଥମେ ମେ’ ୮ ତାରିଖ ଦିନ ରସୁଲଗଡ ସ୍ଥିତି ଏକ ମଲରେ ଓ ପରେ ରାଜଧାନୀର ଆଉ ୩ଟି ମଲରେ ‘ଡ୍ରାଇଭ ଇନ୍ ଭାକ୍ସିନେସନ୍’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଓ ଏଥିରେ ମଧ୍ୟ ବହୁ ବ୍ୟକ୍ତି ଉତ୍ସାହର ସହ ଟିକା ନେଉଥିବା ଦେଖାଯାଇଥିଲା । ତେବେ କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ସର୍ବନିମ୍ମ ୩୦ ମିନିଟି ଅବଜରଭେସନ ବା ନିରିକ୍ଷଣ କରାଯାଉନଥିବା ନେଇ ଏହାକୁ ବନ୍ଦ କରିବା ଲାଗି ୧୦ ତାରିଖରେ ମଧ୍ୟ ସେମାନେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଆବେଦନ କରିଥିଲେ । ୩ ଘଂଟାରେ ୨୦୦ ଲୋକଙ୍କ ଟିକାକରଣ ନେଇ ଏଥିରେ ପ୍ରଶ୍ନ ଉଠାଗଲା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ‘ଡ୍ରାଇଭ ଇନ୍ ଭାକ୍ସିନେସନ୍’କୁ ବନ୍ଦ କରିବା ଲାଗି ତାଗିତ୍ କରିଥିବା ପ୍ରକାଶ । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଟିକା ନେଉଥିବା ଲୋକ ଯେପର୍ଯ୍ୟନ୍ତ ୩୦ ମିନିଟ ଅବଜରଭେସନ କରାନଯାଉଥିବା ନେଇ ଅଭିଯୋଗ କରିନାହାନ୍ତି, ସେପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଧୈର୍ଯ୍ୟର ସହ ଅବଜରଭେସନ ନହେବା ଜନିତ ପାଶ୍ୱର୍ପ୍ରତିକ୍ରିୟା କେତେ ଜଣଙ୍କ କ୍ଷେତ୍ରରେ ସୃଷ୍ଟି ହୋଇଛି କି ନା, ତାହା ଲକ୍ଷ୍ୟ କରି ଦେଖିବା ଉଚିତ । ଯଦି ପ୍ରତିକ୍ରିୟା ଘରେ ପହଂଚିଲା ପରେ ହୋଇଛି, ତେବେ ସେ ସମ୍ପର୍କରେ ଏହି ବିଶେଷଜ୍ଞମାନେ ଅଧିକ ଖୋଲତାଡ କରିବା ବିଧେୟ । ଏକ ଶ୍ଳୋକରେ କୁହାଯାଇଛି, ‘ଅଧିକନ୍ତୁ ନଦୋଷାୟେତ’ । ଯଦି କୌଣସି କ୍ଷତି ନହୋଇ ଅଧିକ ଲୋକ କମ୍ ସମୟରେ ଟିକା ନେଇପାରୁଛନ୍ତି, ତେବେ କିଛି ବ୍ୟକ୍ତି ଏହାକୁ ବିରୋଧ କରିବା ଉଚିତ କି? ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କଠାରୁ ଏ ସମ୍ପର୍କରେ ମତାମତ ସରକାର ନେବା ସହିତ ‘ଡ୍ରାଇଭ ଇନ୍ ଭାକ୍ସିନେସନ୍’କୁ ଆମ ମତରେ ଜାରି ରଖିଲେ ଏହା ବରଂ ଟିକାକରଣ ପ୍ରକୃିୟାକୁ ତ୍ୱରାନ୍ୱିତ କରିବା ସହିତ ଅଧିକ ଲୋକ ଏଥିରେ ସାମିଲ ହୋଇପାରିଲେ ମହାମାରୀ ସଂକ୍ରମଣ ଆଶଙ୍କା ବହୁ ପରିମାଣରେ କମିପାରନ୍ତା ବୋଲି ଆଶା କରାଯାଇପାରେ ।

Leave A Reply

Your email address will not be published.

one × 1 =