୨୬ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ଆସନ୍ତା ୨୬ରେ ସଂଗଠିତ ହେବ ବିରଳ ମହାଜାଗତିକ ଦୃଶ୍ୟ । ଏକକାଳୀନ ସୁପରମୁନ୍‌, ଲାଲଜହ୍ନ ଓ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ୨୦୨୧ ମସିହାର ଏହା ପ୍ରଥମ ଚନ୍ଦ୍ରଗ୍ରହଣ ହେବ । ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ବୈଶାଖ ପୂର୍ଣ୍ଣିମା ଅର୍ଥାତ୍ ୨୬ ତାରିଖରେ ହେବାକୁ ଯାଉଛି । ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ, ଯାହା ପୃଥିବୀର ଅନେକ ଦେଶରେ ଦୃଶ୍ୟମାନ ହେବ । ଏହା ମଧ୍ୟ ୨୦୨୧ ମସିହାର ଶେଷ ସୁପରମୁନ୍ ଦୃଶ୍ୟମାନ ହେବ । ଏହି ସମୟରେ ଚନ୍ଦ୍ର ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ପ୍ରାୟ ୭ ପ୍ରତିଶତ ବଡ ଏବଂ ୧୫ ପ୍ରତିଶତ ଉଜ୍ଜ୍ୱଳ ଦେଖାଯିବ ।
ସଂଯୋଗ ବଶତଃ ସେହି ଦିନ ଏପ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଂଗଠିତ ହେବ । ସେହିଦିନ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଛାୟାରେ ଅପରାହ୍ନ ୩ଟା ୧୪ ମିନିଟ୍‌ରେ ପ୍ରବେଶ କରିବ ଏବଂ ସନ୍ଧ୍ୟା ୬ଟା ୨୨ରେ ଛାୟାରୁ ସଂପୂର୍ଣ୍ଣ ବାହାରିଯିବ । ଛନ୍ଦ୍ର ଛାୟା ଭିତରେ ଥିବା ବେଳେ ହିଁ ଗ୍ରହଣକୁ ଖାଲି ଆଖିରେ ଦେଖିହୁଏ । କିନ୍ତୁ ସେ ସମୟରେ ଭାରତ ତଥା ଓଡିଶାରେ ଦିନ ହୋଇଥିବା ଏବଂ ଏଠାରେ ଚନ୍ଦ୍ର ଦିଗବଳୟ ତଳେ ଥିବାରୁ ଚନ୍ଦ୍ରଗ୍ରହଣ ଦେଖିହେବ ନାହିଁ ।
ସୂର୍ଯ୍ୟ ଚାରିପାଟେ ପୃଥିବୀ ବୁଲୁଥିବା ବେଳେ ଚନ୍ଦ୍ର ପୃଥିବୀ ଚାରିପଟେ ଏକ ନିର୍ଦ୍ଧିଷ୍ଟ କକ୍ଷପଥରେ ଘୁରୁଛି । ଯେତେବେଳେ ଏହି ତିନୋଟି ପିଣ୍ଡ ଗୋଟିଏ ସରଳରେଖାରେ ରୁହନ୍ତି ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡେ, ସେତେବେଳେ ଚନ୍ଦ୍ର ଗ୍ରହଣ ହୋଇଥାଏ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ରକ୍ତ ବର୍ଣ୍ଣ ବା ଲାଲ ରଙ୍ଗ ଧାରଣ କରିଥାଏ । ଗତ ଏପ୍ରିଲ୍ ୨୬ରେ ଦେଖାଦେଇଥିଲା ୨୦୨୧ ମସିହାର ପ୍ରଥମ ସୁପରମୁନ୍ ।

Leave A Reply

Your email address will not be published.

seventeen − four =