ଏବେ ଓଡ଼ିଶା ଲକଡାଉନ ରହିଛି ଏହା ୧୭ ଜୁନ୍ ଭୋର ୫ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି । ସର୍ବପ୍ରଥମେ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ବ୍ୟାପିବା ସହିତ ଚଳିତ ବର୍ଷ ମେ’ ୧୮ରୁ ଜୁନ୍ ୧ ପର୍ଯ୍ୟନ୍ତ ପ୍ରଥମେ ଲକଡାଉନ ଜାରି କରାଯାଇଥିଲେ । ତେବେ ଆଉ ୪୮ ଘଂଟା ପରେ ଲକଡାଉନ ମିଆଦ ପୁରିଆସୁଥିଲା ବେଳେ ରାଜ୍ୟ ସରକାର ପୁଣି ତୃତୀୟ ବାର ଲଗାତାର ଲକଡାଉନ ଜାରି କରିବେ ନା ଏହାକୁ ଉଠାଇ ରାଜ୍ୟକୁ ଅନଲକ ପ୍ରକ୍ରିୟା ମଧ୍ୟରେ ଛାଡିଦେବେ, ସେ ସମ୍ପର୍କରେ ଏବେ ସରକାରୀ ସ୍ତରରେ ବିଚାରବିମର୍ଷ ଜାରି ରହିଛି । ତେବେ ପ୍ରଶ୍ନ ଉଠିବା ସ୍ୱଭାବିକ ୧୩ଟି ଜିଲ୍ଲାରେ ୫%ରୁ କମ୍ ସଂକ୍ରମଣ ହାର ରହିଥିଲା ବେଳେ ସରକାର କ’ଣ ଚାହିଁବେ? ଲକଡାଉନ ନା ଅନଲକ? ଏଠାରେ ଆମେ ପଠକମାନଙ୍କୁ ସୂଚାଇ ଦେବାକୁ ଚାହୁଁ ଯେ, ଉତରପ୍ରଦେଶ ଭଳି ବିଶାଳ ରାଜ୍ୟରେ ମୋଟ ୭୫ଟି ଜିଲ୍ଲା ମଧ୍ୟରୁ ରାଜ୍ୟ ସରକାର ୯୭% ଅନଲକ କରିସାରିଲେଣି । ଦିଲ୍ଲୀ ଦେଶର ରାଜଧାନୀ ହୋଇଥିଲା ବେଳେ ସେଠାରୁ ଲକଡାଉନ ହଟାଇଦିଆଗଲାଣି । ଭାତହାଣ୍ଡିରୁ ଗୋଟିଏ ଦେଖିଲେ ଭାତ ହେଲାକି ନାହିଁ, ତାହା ଜଣାପଡିବା ସ୍ୱଭାବିକ । ଠିକ୍ ସେହି ବିଚାରେ ଓଡ଼ିଶା ମନଚିତ୍ରକୁ ଆଗକୁ ଆଣିଲେ ୩୦ଟି ଜିଲ୍ଲା ଥିବା ଏହି ରାଜ୍ୟରେ ଏବେ ମୋଟ ସଂକ୍ରମଣ ହାର ୧୦% ତଳକୁ ଖସିଛି । ଏପରିକି ୮ଟି ଜିଲ୍ଲାରେ ସଂକ୍ରମଣ ହାର ୧୦% ଉପରେ ଥିଲା ବେଳେ ୧୩ଟି ଜିଲ୍ଲାରେ ଏହା ୫% ବା ତହିଁରୁ କମ୍; ଏପରିକି ଗଞ୍ଜାମ, ଗଜପତି, ଝାରସୁଗୁଡା ଓ ବଲାଙ୍ଗିର ଆଦି ଜିଲ୍ଳାରେ ସଂକ୍ରମଣ ହାର ମାତ୍ର ୧% ମଧ୍ୟରେ ସିମିତ । ମେ’ମାସରେ ଦ୍ୱିତୀୟ ଲହର ଆରମ୍ଭ ହେଳେ ସଂକ୍ରମଣ ହାର ୨୨% ଟିପି ଯାଇଥିଲା । ୨ଥର ଲକଡାଉନ ପରେ ଏହା କମିଥିବାରୁ ନିଷ୍ପିତ ଭାବେ ଆଗକୁ ରାଜ୍ୟ ପାଇଁ ଏହା ଭଲ ସୂଚନା ଦେଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ରାଜ୍ୟ ସ୍ୱାସ୍ଥ୍ୟ ସେବା ନିଦେର୍ଶକ କହିଛନ୍ତି ଯେ, ପର୍ଯ୍ୟୟକ୍ରମେ ରାଜ୍ୟରେ ଅନଲକ ହେବା ସମସ୍ତଙ୍କ ପାଇଁ ଲଭ । ତେବେ ରାଜ୍ୟ ସରକାର ଅନ୍ଉପରେ ଶେଷ ନିଷ୍ପତି ନେବେ ଆଉ କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ୧୭ତାରିଖ ଆଡକୁ ସଂକ୍ରମଣ ହାର ୫%କୁ ଖସିଆସିବା ଆସା ପ୍ରକାଶ କରିଛନ୍ତି । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ୩୦ ଜିଲ୍ଲାର ପ୍ରାୟ ୪ ଭାଗରୁ ୧ ଭାଗ ଜିଲ୍ଲା ରେଡ ଜୋନ୍ରେ ରହିଲେ ମଧ୍ୟ ଆଗାମୀ ଏକ ସପ୍ତାହ ମଧ୍ୟରେ ଏଠାରେ ସଂକ୍ରମଣ ହାର ୫% ପ୍ରତିଶତ ତଳକୁ ନଖସିବ କାହିଁକି? ଯଦି ରାଜ୍ୟ ସରକାର ଏକାଧିକ ସ୍ୱତନ୍ତ୍ର ପଦକ୍ଷେପ ନେବା ସହିତ ଅର୍ଥନୈତିକ ଭାରସାମ୍ୟ ରକ୍ଷାକରିବା ଦୃଷ୍ଟିକୋଣରୁ ଲକଡାଉନ ସମ୍ପୂର୍ଣ୍ଣ ରାଜ୍ୟରୁ ହଟାଇଦିଅନ୍ତି । ତେବେ ଅର୍ଥନୀତିରେ କିଛିଟା ସୁଧାର ଆସିବା ସ୍ୱଭାବିକ । ଏହା ସତ୍ୟ ଯେ, କରୋନା ଯୋଗୁ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତି ସାମଗ୍ରୀକ ଭାବେ ଚାପଗ୍ରସ୍ତ ହୋଇଛି । ଏହି ଦୃଷ୍ଟିକୋଣରୁ ଅନଲକ ପ୍ରକ୍ରିୟାକୁ ଆମ ମତରେ ସାରା ରାଜ୍ୟରେ ୨ତାରିଖରୁ ଆରମ୍ଭ କରିବା ଲାଗି ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ବିଚାର କରିବା ଆବଶ୍ୟକ । ତାହା ନହେଲେ ଆଗକୁ ‘ବୋଝ ଉପରେ ନଳିତା ବିଡା’ ଭଳି କରୋନା ସହିତ ଦୁର୍ବଳ ଅର୍ଥନୀତି ରାଜ୍ୟର କଣ୍ଠରୋଧ କରିବା ଅସ୍ୱଭାବିକ ନୁହେଁ ।