ଲକ୍ ଡାଉନ୍ ଚମତ୍କାରିତା

ରାଜ୍ୟରେ ପଂଚମ ଥର ପାଇଁ ଜୁଲାଇ ୧୬ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଆଶିଂକ ଲକ୍ ଡାଉନ୍ ଜାରି କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଘୋଷଣାରୁ ଜାଣିବାକୁ ମିଳିଛି ଯେ, ୩୦ଟି ଜିଲ୍ଲା ମଧ୍ୟରୁ ୨୦ଟି ଜିଲ୍ଲାରେ ୫% ତଳକୁ ସଂକ୍ରମଣ ହାର ରହିଥିଲା ବେଳେ ଅନ୍ୟ ୧୦ଟି ଜିଲ୍ଲା ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, ନୟାଗଡ, ପୁରୀ ଓ କଟକରେ ସଂକ୍ରମଣ ହାର ୫% ଉପରେ ଥିବାରୁ ଅଧିକ କଟକଣା ବଳବତର ରହିଛି । ଅପେକ୍ଷାକୃତ କମ୍ କଟକଣା ରହିଥିବା ଅଧିକାଶଂ ଜିଲ୍ଳା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହେଉଥିଲା ବେଳେ କେବଳ କେନ୍ଦୁଝର ଉତର ଓଡ଼ିଶାର ହୋଇ ମଧ୍ୟ ‘କ’ବର୍ଗରେ ସ୍ଥାନିତ ହୋଇଛି । ଏହି ସବୁ ଜିଲ୍ଲାରେ ଅନେକ କଟକଣା କୋହଳ କରାଯାଇଛି । ଯଦିଓ ସପ୍ତାହାନ୍ତ ସଟଡାଉନ ବ୍ୟବସ୍ଥା ଉଭୟ ବର୍ଗ ଅନ୍ତର୍ଗତ ୩୦ଟି ଜିଲ୍ଳା ପାଇଁ ଉଦ୍ଧିଷ୍ଟ, କିନ୍ତୁ କେତେ ଗୁଡିଏ ଦୈନନ୍ଦିନ କାର୍ଯ୍ୟକଳାପ ନେଇ ସରକାର କେ।ହଳ ଦୃଷ୍ଟି ରଖିଥିବା ସ୍ୱୀକାର କରିଛନ୍ତି । ୨୦ଟି ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ପ୍ରାୟତଃ ସବୁ ଦୋକାନ ଖୋଲା ରଖିବାକୁ ଏବଂ ସଟଡାଉନ ନକରାଯାଇ ଶନିବାର ଓ ରବିବାର ଏଗୁଡିକ ଖୋଲିବା ନିଶ୍ଚିତ କରାଯାଇଛି । ସେହିପରି କରୋନା କଟକଣାକୁ ଅଧିକ ୧୦ଟି ଜିଲ୍ଳାରେ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ଆଂଶିକ ତାଲାବନ୍ଦ ଯୋଗୁ ଏହି ଏକ ତୃତୀୟାଂଶ ଜିଲ୍ଲାରେ ବସ୍ ବନ୍ଦ ରହିବ । ସକାଳ ୬ରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଉପରୋକ୍ତ ୧୦ଟି ଜିଲ୍ଲାରେ ସବୁ ଦୋକାନ ଖୋଲାରହିବ । କିନ୍ତୁ ସାପ୍ତାହିକ ହାଟ ପୁର୍ବବତଃ ବନ୍ଦ ରହିବା ସହ କୌଣସି ଯାତ୍ରୀବାହି ବସ୍ ଚଳାଚଳ କରିବ ନାହିଁ । କିନ୍ତୁ କାର ବା ଅଟୋ ନେଇ ଦୁଇ ଜଣ ଯାତ୍ରୀ ଏହି ୧୦ଟି ଜିଲ୍ଲା ମଧ୍ୟରେ ଯୁଆଡେ ଚାହିଁବେ ସେଠାକୁ ଯାଇପାରିବେ । ପୁର୍ବଭଳି ବିବାହ ବତ୍ର ଆଦିରେ ୨୫ ଓ ସୁଧିକ୍ରିୟାରେ ସର୍ବାଧିକ ୨୦ ଲୋକଙ୍କୁ ଅଂଶ ଗ୍ରହଣ ଲାଗି ଅନୁମତି ସହିିତ ଯଦିଓ ଉଭୟ ପର୍ଯ୍ୟାୟରେ ସୁଟିଂ ଅନୁମତି ଦେବା ବ୍ୟବସ୍ଥା ରହିଥିଲେ ହେଁ କୌଣସି ସିନେମା ହଲ୍ ଖୋଲାଯିବ ନାହିଁ । ସିନେମା ହଲ, ଯାତ୍ରା, ସ୍ପା, ପାର୍ଲର ଆଦି ଖୋଲା ହେବ ନାହିଁ । ଛୋଟ ଛୋଟ ସେଲୁନ୍ ଖୋଲିବାକୁ ଯାଉଥିଲା ବେଳେ ଉଭୟ ଗ୍ରୁପରୁ ଗ୍ରୁପ ‘ଏ’ ଅନ୍ତର୍ଗତ ୨୦ଟି ଜିଲ୍ଲା ଭିତରେ ଏହି ବସ୍ କିନ୍ତୁ ଚାଲିପାରେ । ତେବେ ପ୍ରଶ୍ନଉଠେ, ତାଲାବନ୍ଦ ପଂଚମ ଥର ହୋଇନପାରେ ବୋଲି ଅନେକ ଆଶା ଓ ମତ ପ୍ରକାଶ କରିଥିଲେ ହେଁ ଏ ସବୁ ଭୁଲ୍ ବୋଲି ପ୍ରମାଣିତ କଲା ରାଜ୍ୟ ପ୍ରଶାସନ । ଅବଶ୍ୟ ମୁଖ୍ୟ ସଚିବଙ୍କ ମୁଖ୍ୟ ଯୁକ୍ତି ହେଲା ଯେ, ସଂକ୍ରମଣ ଚେନକୁ ଲକ୍ଷ୍ୟ କଲେ ୧୦ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ଏବଂ ୨୦ଟି ଜିଲ୍ଲାରେ ଏହା କମୁଛି । ଏଥି ଯୋଗୁ ୧୦ଟି ଜିଲ୍ଲାରେ ସରକାରୀ କାର୍ଯ୍ୟାନୁଷ୍ଠାନ କୁ ଅଧିକ ଶାଣିତ ଓ ସମୟୋପଯୋଗୀ କରାଯାଇଛି । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଏ ଲକ୍ ଡାଉନ୍ ଆଂଶିକ ବୋଲି କୁହାଯାଉଥିଲେ ହେଁ ବାସ୍ତବରେ ଏହାର ଉଦେଶ୍ୟ ହେଉଛି, କିପରି ହେଲେ କରୋନା ଭୂତାଣୁ ସଂକ୍ରମଣରୁ ସମଗ୍ର ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା । ଏବେ ନ ହେଲେ ବି, ଆଗକୁ ସଂକ୍ରମଣ ଚେନ୍ ଭାଙ୍ଗିବା ଦାୟିତ୍ୱ ଯେ ସାଧାରଣ ଜନତାଙ୍କ ଉପରକୁ ଯିବ, ଏହା କହିବା ଅନାବଶ୍ୟକ । ତେଣୁ ଜୁଲାଇ ୧୬ରୁ ଲକ୍ ଡାଉନ୍ ଖୋଲିବା ସହିତ ରାଜ୍ୟର ଅର୍ଥନୀତି ଓ ରାଜ୍ୟବାସୀଙ୍କ ଅନୁଭୁତି ଜନିତ ପ୍ରତିକ୍ରିୟା ସାହାର୍ଯ୍ୟରେ ଦ୍ୱୈତ ମହାନଗରୀ ସମେତ ୩୦ଟି ଜିଲ୍ଲାରେ ସଂକ୍ରମଣ ଚେନ୍ ଭାଙ୍ଗିବା ଆମ ସମସ୍ତଙ୍କ ପ୍ରମୁଖ ଦାୟିତ୍ୱ ବୋଲି ଆମେ କପାରୁ ।

Leave A Reply

Your email address will not be published.

eighteen + ten =