ଆଦଳ ବଦଳ

ଆଦଳ ବଦଳ କିଛି ନୂଆ କଥା ନୁହେଁ । ସାମାଜିକ ବ୍ୟବସ୍ଥା ହେଉ ଅଥବା ବ୍ୟକ୍ତିଗତ କିମ୍ବା ପାରିବାରିକ ଜୀବନରେ ହେଉ ବା ବ୍ୟାବସାୟିକ ସ୍ତରରେ ହେଉ ନତୁବା ଦେଶ କିମ୍ବା ରାଜ୍ୟର ସରକାରୀ ଅର୍ଥନୈତିକ ବ୍ୟବସ୍ଥାରେ ହେଉ; ସର୍ବତ୍ର ବ୍ୟବସ୍ଥାରେ ଅଥବା କାର୍ଯ୍ୟ ପଦ୍ଧତିରେ ଅଦଳ ବଦଳ ଏକ ନିତ୍ୟ ନୈମିତିକ ପ୍ରକ୍ରିୟା । ଦୁଇ ଦିନ ତଳେ କେନ୍ଦ୍ର କ୍ୟାବିନେଟ୍ରେ ଅଦଳ ବଦଳ ହେବା ସହ ଏହାର ସମ୍ପ୍ର ସାରଣ କରାଯାଇଛି । ସବୁଠାରୁ କୌତୁହଳର ବିଷୟ ହେଲା ଯେ, କୋଭିଡ ମହାମାରୀ ଯୋଗୁ ଗତ ଦୁଇ ବର୍ଷ ଧରି ସମଗ୍ର ଦେଶର ଅର୍ଥନୈତିକ ବ୍ୟବସ୍ଥା ଏବଂ କର୍ମ ନିଯୁକ୍ତି ସହିତ ବଜାର ଅର୍ଥନୀତିର ଗୋଡ ତଳକୁ ତଳକୁ ଯାଉଛି । ବହୁ ଅର୍ଥନୀତିଜ୍ଞ ଏ ସମ୍ପର୍କରେ ବାରମ୍ବାର ସେମାନଙ୍କ ନୈରାଶ୍ୟଜନକ ପ୍ର୍ତିକ୍ରିୟା ଦେଉଥିଲା ବେଳେ ଅନେକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିପିଏଲ ପରିବାର, ଏପିଏମସି ମଣ୍ଡି ଇତ୍ୟାଦିକୁ ସହାୟତା ରାଶି ଘୋଷଣା କରାଯାଉଛି । ସେପରି ସ୍ଥଳେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଓ ସମ୍ପ୍ରସାରଣର ଆବଶ୍ୟକତା କାହିଁକି ପ୍ରଧାନମନ୍ତ୍ରୀଙ୍କୁ ଜରୁରି ମନେ ହେଲା ତାହା ଆମ ଜ୍ଞାନଗୋଚର ବାହାରେ । କିନ୍ତୁ ଗୋଟିଏ କଥା କୁହାଯାଇପାରେ, ମନ୍ତ୍ରିମଣ୍ଡଳ ଗଠନ, ପରିବର୍ତନ ଓ ସମ୍ପ୍ରସାରଣ ଆଦି ପ୍ରଧାନମନ୍ତ୍ରୀଙ୍କ ଇଛାଧିନ ହୋଇଥିବାରୁ ସେ ଏହି ପରିବର୍ତନ କରିବା ସହିତ ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ କୋଭିଡ ପାଣ୍ଠି ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ଭିତିଭୁମିର ବିକାସନିମିତ ଏହି ୨୩,୧୧୨୩ କୋଟି ଟଙ୍କାର ପାଣ୍ଠି ଉପରେ କ୍ୟାବିନେଟ ମୋହର ଲାଗିଛି । ଆଗାମି ୯ ମାସ ଭିତରେ କେନ୍ଦ୍ରର ଏହି ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ପ୍ୟାକେଜ କାର୍ଯ୍ୟକାରି ହେବ ପାଠକମାନେ ସମେସ୍ତ ଜାଣନ୍ତି ଯେ, ପୂର୍ବରୁ ଦେଶରେ କୋଭିଡ ହସ୍ପିଟାଲ ଓ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଳିବା ଲାଗି ପ୍ରଥମେ ୧୫ ହଜାର କୋଟି ଟଙ୍କା ଦିଆଯାଇଥିଲା ନୂଆ ପ୍ୟାକେଜ ଅନୁଯାୟୀ ପ୍ରତି ରାଜ୍ୟର ସ୍ୱାସ୍ଥ୍ୟ ସେବା ଭିତିଭୂମି, ଜିଲ୍ଲା ତଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ବିକାଶ ନିମିତ ୭୩୬ ଜିଲ୍ଳାକୁ କେନ୍ଦ୍ର ୧୫ ହଜାର ଓ ରାଜ୍ୟ ୮ ହଜାର କୋଟି ଲେଖାଏଁ ଟଙ୍କା ଯୋଗାଇ ଦେବେ । ଏହା ବ୍ୟତିତ ଆହୁରି ଅନେକ ଜନହିତକର ନିଷ୍ପତି ଗ୍ରହଣ କରାଯାଇଛି । କିନ୍ତୁ ଏହି ବୈଠକରେ ମୋଦି ମନ୍ତ୍ରୀମାନଙ୍କୁ ସମୟାନୁବର୍ତିତା ମାନିବା ସହ ଶୃଙ୍ଖଳିତ ରହିବା ଏବଂ ଅଯଥା ବିବାଦୀୟ ମନ୍ତବ୍ୟ ନଦେବାକୁ କହିଛନ୍ତି । ତତ୍ ସହିତ ପୂର୍ବଜମାନଙ୍କ ଠାରୁ ବିଭିନ୍ନ ମନ୍ତ୍ରଣାଳୟ ସମ୍ପର୍କିତ ଅଭିଜ୍ଞତା ଓ ପରାମର୍ଶ ନେବା ଆବଶ୍ୟକ ବୋଲି ଦର୍ଶାଇଛନ୍ତି । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଅଦଳ ବଦଳ ବିଶ୍ୱର ଏକ ଚିରନ୍ତନ ପ୍ରକ୍ରିୟା । ସାଧାରଣ ଜୀବନରେ ହେଉ ବା ସାମାଜିକ ବ୍ୟବସ୍ଥାରେ ହେଉ, ସର୍ବତ୍ର ଏହାର ଆବଶ୍ୟକତା ଅପରିହାର୍ଯ୍ୟ, ଯାହାର ନିଛକ ଉଦାହାରଣ ହେଲା, ପୁରୀ ଜିଲ୍ଲା ସ୍ଥିତ ପ୍ରଖ୍ୟାତ କୋଣାର୍କ ମନ୍ଦିର । କାଳର କରାଳ ଗର୍ଭରେ କୋଣାର୍କର ସୌନ୍ଦର୍ଯ୍ୟ ଲୁପ୍ତପ୍ରାୟ ହୋଇଥିଲେ ହେଁ ମନ୍ଦିରର ବିବର୍ଣ୍ଣ ସୌନ୍ଦର୍ଯ୍ୟ ଆଜି ମଧ୍ୟ ଦେଶ ଭିତର ଓ ବାହାର ପର୍ଯ୍ୟଟକମାନଙ୍କ ଆଖି ଝଲସାଇ ଦେଇଥାଏ । ଅଥଚ ଆଜି ସେହି କୋଣାର୍କର କାରୁକାର୍ଯ୍ୟ ରାଜଧାନୀ ରାସ୍ଥାରେ ଶୋଭାବର୍ଦ୍ଧନ କରେ । ଆସନ୍ତାକାଲି ବା ଆଗାମି ପିଢ଼ିରେ ଆଉ କେହି ଜଣେ ଧର୍ମପଦ ବା ରଘୁନାଥ ମହାପାତ୍ର କିମ୍ବା ଏହି ଉଭୟଙ୍କୁ ଟପି ଚମତ୍କାର ଭାସ୍କର୍ଯ୍ୟ କାରୁକାର୍ଯ୍ୟ କରିବା ଲାଗି ନୂଆ କଳାକାର ଯେ ନବାହାରିବେ, ତାହା କିଏ କହିବ? ତେଣୁ ନୂଆ କଳାକାର ଜନ୍ମ ନେବା ଯେତିକି ସତ୍ୟ, ତା’ ଠାରୁ ଅଧିକ ସତ୍ୟ ହେଲା, ପୁରୁଣା କଳା ଭାସ୍କର୍ଯ୍ୟ ସ୍ଥାନରେ ନୂତନ କଳାସୌନ୍ଦର୍ଯ୍ୟ ଲୋକଙ୍କ ମନମୋହିବା । ସେଥିଯୋଗୁ ସମାଜର ସବୁ ସ୍ତରରେ ଅଦଳବଦଳ ଏକ ଆବଶ୍ୟକତା ବୋଲି କୁହାଯାଇପାରେ । ଏହା ହେବା ସହିତ ଦେଶ, ରାଜ୍ୟ ଓ ଦେଶବାସୀ ମାନଙ୍କ ବିକାଶ ଅବଶ୍ୟମ୍ଭାବୀ ।

Leave A Reply

Your email address will not be published.

17 − 5 =